ବନ୍ଧୁଗଣ, ଚଳିତ ବର୍ଷ ଜୁନ ମାସର ୧୦ ତାରିଖ ଦିନରେ ଏହି ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି । ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ପଡିବାକୁ ଯାଉଅଛି । ବନ୍ଧୁଗଣ ଏହି ପରାଗ ଆଂଶିକ ସୂର୍ଯ୍ୟ ପରାଗ ହେବ ବୋଲି କୁହାଯାଉଛି ।
ବନ୍ଧୁଗଣ ଜୁନ ମାସରେ ଲାଗୁଥିବା ଏହି ସୂର୍ଯ୍ୟ ପରାଗ ର ସମୟ ସୀମା ଅର୍ଥାତ ଏହା କେବେ ଆରମ୍ଭ ହେବ ତଥା କେବେ ସମାପ୍ତ ହେବ ? ଏହା ଓଡିଶାରେ ଦୃଶ୍ୟମାନ ହେବ କି ନାହିଁ ? ପାକ ନିଷେଧ ତଥା ହାଣ୍ଡିଛାଡ କେବେ ଠାରୁ ହେବ ତଥା କେଉଁ ରାଶି ମାନଙ୍କ ପାଇଁ ଏହା ଶୁଭ ରହିବ ତଥା କେଉଁ ରାଶି ମାନଙ୍କ ପାଇଁ ଅଶୁଭ ରହିବ ? ବନ୍ଧୁଗଣ ଏହା ସହିତ ଗର୍ଭବତୀ ମହିଳା ମାନେ କିଭଳି ସାବଧାନ ରହିବେ ? ତାହା ବିଷୟରେ ଆମ୍ଭେ ଆପଣଙ୍କୁ ଆଜି ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ ।
ବନ୍ଧୁଗଣ, ସାଧାରଣତ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ତଥା ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ ତଥା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ । ବନ୍ଧୁଗଣ ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଅଛି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଅଛି ଯେ, ପରାଗ ସମୟରେ ପେଟରେ ଖାଦ୍ୟପଦାର୍ଥ ନ ରହିବା ହିଁ ଭଲ । ଏଣୁ ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଇଥାଏ । ବନ୍ଧୁଗଣ ଏହି ବର୍ଷର ଏହା ଆଂଶିକ ସୂର୍ଯ୍ୟ ପରାଗ ହେବାକୁ ଯାଉଅଛି ।
ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ର ଗ୍ରାସ ସମୟ ହେଉଛି ୧୦ ଜୁନ ଗୁରୁବାର ଦିନ ୧ ଘଟିକା ୪୨ ମିନିଟ ରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ ଘଟିକା ୪୧ ମିନିଟ ରେ ଶେଷ ହେବ । ବନ୍ଧୁଗଣ ଏହି ପରାଗ ମହାକାଶ ରେ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଭାରତର ସମୟ ଅନୁସାରେ ଦିନ ସମୟରେ ଲାଗୁଥିଲେ ମଧ୍ୟ ଏହା ଭାରତରେ ଆଂଶିକ ଭାବରେ ଦୃଶ୍ୟମାନ ହେବ ।
ମାତ୍ର ଓଡିଶାରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । ଏହା ମୁଖ୍ୟତ କାନ୍ନାଡା, ୟୁରୋପ, ଗ୍ରୀନ ଲ୍ୟାଣ୍ଡ, ଉତ୍ତର ଆମେରିକା, ରୁଷ, ଏବଂ ଚୀନ ରେ ଏହା ସଂପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ । ଏଣୁ ଏହାର ସୁତକ ସମୟ ତଥା ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ । ବନ୍ଧୁଗଣ ଏହି ପରାଗ ର ପ୍ରଭାବ ଓଡିଶାରେ ନ ରହିଲେ ମଧ୍ୟ ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ନିଶ୍ଚିତ ରହିବ ।
ବନ୍ଧୁଗଣ ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ଏମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବାକୁ ମଧ୍ୟ ବାରଣ କରାଯାଇଛି । ବନ୍ଧୁଗଣ ଏହି ପରାଗ ସମୟରେ କେତେକ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ କେତେକ ରାଶି ମାନଙ୍କର ଏହାର ଶୁଭ ଫଳ ଦେଖିବାକୁ ମିଳିଲା ବେଳେ ଅନ୍ୟ କେତେକ ରାଶିରେ ଅଶୁଭ ଫଳ ପରିଲକ୍ଷିତ ହେବାକୁ ଯାଉଅଛି ।
ବନ୍ଧୁଗଣ ମେଷ ରାଶି, ବୃଷ ରାଶି, ଧନୁ ରାଶି, ତୁଳା ରାଶି, ମକର ରାଶି, ବିଛା ରାଶି, ସିଂହ ରାଶି ଏବଂ ମୀନ ରାଶି ର ବ୍ୟକ୍ତିବିଶେଷ ମାନଙ୍କୁ ସବୁ ପ୍ରକାରର ସୁଖ ପ୍ରାପ୍ତି ହେବାକୁ ଯାଉଅଛି । ଏମାନଙ୍କ ର ଅନେକ ଦିନରୁ ଲାଗି ରହିଥିବା ସମସ୍ତ ସମସ୍ୟା ମାନ ମଧ୍ୟ ଦୂର ହେବାକୁ ଯାଉଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।