ଜୁନ ୧୧ ତାରିଖରେ ପୁଣି ମାଡି ଆସୁଛି ଆଉ ଏକ ବାତ୍ୟା

ବନ୍ଧୁଗଣ, ମାର୍ଚ୍ଚ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ଘୁର୍ନିବଳୟ । ଏହାର ନାମ ଥିଲା “ୟାସ” । ଏହା ଓଡ଼ିଶାକୁ ବହୁଳ ଭାବରେ ପ୍ରଭାବିତ କରିଥିଲା । ମାତ୍ର ସେ ପରିସ୍ଥିତି ରୁ ଟିକିଏ ବର୍ତ୍ତିଲା ବେଳକୁ ଆଉ ଏକ ବିପଦ ପୁଣିଥରେ ଓଡିଶା କୁ ମାଡି ଆସୁଅଛି । ଆଜ୍ଞା ହଁ ଭାବନେଶ୍ଵର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଅଛି ଯେ,

ଆସନ୍ତା ୧୧ ତାରିଖ ସୁଦ୍ଧା ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଯାଉଅଛି । ଏହା ମଧ୍ୟ ପୁନ୍ନର୍ବାର ବାତ୍ୟା ର ରୂପ ନେଇପାରେ । ବନ୍ଧୁଗଣ ଏହା ଛଡା ଓଡିଶା ଉପରେ ଜୁନ ମାସରେ ମୌସୁମୀ ଆସୁଅଛି । ବନ୍ଧୁଗଣ ବିଶେଷଜ୍ଞ ଙ୍କ ଅନୁଯାୟୀ ଆସନ୍ତା ଜୁନ ମାସର ୧୧ ତାରିଖରେ ବଙ୍ଗୋପ ସାଗରରେ ଲଘୁଚାପ ର ସମ୍ଭାବନା ରହିଅଛି । ଏହି ଲଘୁଚାପ ଜରିଆରେ ମୌସୁମୀ ଓଡିଶାରେ ମଧ୍ୟ ପହଞ୍ଚିପାରେ ।

ଏହାକୁ ନେଇ ପାଣିପାଗ ବିଭାଗ ର ଆଧକ୍ଷ “ମୃତ୍ୟୁଞ୍ଜୟ ମହାପାତ୍ର” ସୂଚନା ଦେଇଛନ୍ତି । ବନ୍ଧୁଗଣ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ପ୍ରତିବର୍ଷ ମୌସୁମୀ ଜୁନ ମାସର ୧୦ ରୁ ୧୨ ତାରିଖ ମଧ୍ୟରେ ଓଡିଶାରେ ପହଞ୍ଚିଥାଏ । ଚଳିତବର୍ଷ ମଧ୍ୟ ଏ ହି ତାରିଖ ସୁଦ୍ଧା ମୌସୁମୀ ଓଡିଶାରେ ପ୍ରବେଶ କରିବା ବୋଲି ଆଶଙ୍କା ରହିଅଛି । ବନ୍ଧୁଗଣ ଚଳିତ ବର୍ଷ ଜୁନ ମାସରେ ସ୍ଵାଭାବିକ ଠାରୁ ଅତ୍ୟଧିକ ଜୋରରେ ବର୍ଷା ହେବ ବୋଲି ଆଶଙ୍କା ରହିଅଛି ।

ପୂର୍ବାନୁମାନଯାୟୀ ଗୁରୁବାର ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଅଛି । ବନ୍ଧୁଗଣ କେରଳ ର ଦକ୍ଷିଣ ଭାଗରେ ମୌସୁମୀ ଛୁଇଁଥିବା ସୂଚନା ମିଳିଅଛି । ଏହା ସହିତ ମୌସୁମୀ କେରଳ ଛୁଇଁବା ପରେ ୧୦ ରୁ ୧୨ ତାରିଖ ମଧ୍ୟରେ ତାହା ଓଡିଶା ରେ ପ୍ରବେଶ କରିବା ବୋଲି ସୂଚନା ମିଳିଅଛି ।

ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଦିନ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବାର ଅନୁମାନ ଲଗାଯାଉଅଛି । ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଅଛି । ବନ୍ଧୁଗଣ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ବର୍ଷା ସହିତ ବିଜୁଳି ଘଡ ଘଡି ର ସୂଚନା ରହିଅଛି । ବନ୍ଧୁଗଣ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ବନ୍ଧୁଗଣ ନବରଂଗପୁର, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ହେବ ।

ଏହା ସହିତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ହାଲ୍କା ରୁ ମାଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ଏହା ବ୍ୟତିତ ବଙ୍ଗୋପସାଗରରେ ଉପୁଜୁଥିବା ଲଘୁଚାପ ବାତ୍ୟା ର ରୂପ ନେବ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଉଛନ୍ତି । ବନ୍ଧୁଗଣ ଏହି ଟିପ୍ପଣୀ କୁ ନେଇ ଆପଣଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *