June ମାସର 10 ତାରିଖରେ “ସୂର୍ଯ୍ୟ ପରାଗ” ଓଡିଶାରେ ଏହା ଲାଗିବ ନାହିଁ ? ଏହି 4ଟି ରାଶି ରୁହନ୍ତୁ ସାବଧାନ- Astro Predict

ବନ୍ଧୁଗଣ, ଚଳିତ ବର୍ଷ ଜୁନ ମାସର ୧୦ ତାରିଖ ଦିନ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି । ବନ୍ଧୁଗଣ ଏହା ୨୦୨୧ ର ପ୍ରଥମ ସୂର୍ଯ୍ୟ ପରାଗ ଅଟେ । ଏହା ପବିତ୍ର ସାବିତ୍ରୀ ଅମାବାସ୍ୟା ଗୁରୁବାର ଦିନ ଲାଗୁଅଛି । ଏହି ପରାଗ ଆଂଶିକ ସୂର୍ଯ୍ୟ ପରାଗ ହେବ ।

ବନ୍ଧୁଗଣ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେଉଁ ସମୟରେ ଆରମ୍ଭ ତଥା ସମାପ୍ତ ହେବ । ଏତତ ବ୍ୟତୀତ ଏହା ଓଡିଶାରେ ଦୃଶ୍ୟମାନ ହେବ ନାହିଁ । ପକା ନିଷେଧ ତଥା ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରିହେବ କି ନାହିଁ, ଏବଂ କେଉଁ କେଉଁ ରାଶି ମାନଙ୍କ ଉପରେ ଏହାର ଶୁଭ ତଥା ଅଶୁଭ ପ୍ରଭାବ ପଡିବ ଆସନ୍ତୁ ଏ ସବୁ ସମ୍ବନ୍ଧରେ ଜାଣିନେବା । ବନ୍ଧୁଗଣ, ସାଧାରଣତ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର ୭ ଘଣ୍ଟା ପୂର୍ବ ରୁ ପାକ ନିଷେଧ ଅଥବା ହାଣ୍ଡିଛାଡ କରାଯାଇଥାଏ ।

ବନ୍ଧୁଗଣ ଏହି ସମୟକୁ ସୁତକ ସମୟ ବୋଲି କୁହାଯାଇଥାଏ । ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଖାଇବା ତଥା ରାନ୍ଧିବାକୁ ବାରଣ କରାଯାଇଅଛି । ବନ୍ଧୁଗଣ ପରାଗ ଲାଗିବା ସମୟରେ ପେଟ ରେ କୌଣସି ଖାଦ୍ୟପଦାର୍ଥ ନ ରହିବା ଆବଶ୍ୟକ । ବନ୍ଧୁଗଣ ଏହା ବର୍ଷ ର ପ୍ରଥମ ତଥା ଆଂଶିକ ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟ ପରାଗ ର ଗ୍ରାସ ସମୟ ହେଉଛି ୧୦ ଜୁନ, ଗୁରୁବାର ଦିନ ଦିବା ୧ ଘଟିକା ୪୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ୪୧ ମିନିଟ ରେ ସମାପ୍ତ ହେବ ।

ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ମହାକାଶ ରେ ପ୍ରାଏ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଭାରତୀୟ ସମୟ ଅନୁସାରେ ଆଂଶିକ ଭାବରେ ଲାଗୁଥିଲେ ମଧ୍ୟ ଏହା ଭାରତରେ ଆଂଶିକ ଭାବରେ ଦୃଶ୍ୟମାନ ହେବ । ମାତ୍ର ଓଡିଶାରେ ଏହା ଆଦୌ ଦୃଶ୍ୟମାନ ହେବ ନାହିଁ । ଏହାଛଡା ୟୁରୋପ, ଗ୍ରୀନ ଲ୍ୟାଣ୍ଡ, ଉତ୍ତର ଆମେରିକା, ଏବଂ ଚୀନ ରେ ଏହା ସଂପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବାକୁ ଯାଉଅଛି । ଏହି ସମୟରେ ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ । ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଓଡିଶାରେ ନ ରହିଲେ, ମଧ୍ୟ ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ରହିବ ।

ଏହି ସୂର୍ଯ୍ୟ ପରାଗ ସମୟ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ବହୁତ ଅଶୁଭ ହେବ । ଏଣୁ ଆପଣ ମାନେ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ମଧ୍ୟ ବାରଣ କରାଯାଇଅଛି । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ କାରଣରୁ ଗ୍ରହ ତଥା ନକ୍ଷେତ୍ର ମାନଙ୍କ ସ୍ଥିତି ରେ ବିଶେଷ ପରିବର୍ତ୍ତନ ହେବାକୁ ଯାଉଅଛି ।

ବନ୍ଧୁଗଣ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ କାରଣରୁ ଏହିସୂର୍ଯ୍ୟ ପରାଗ ରେ କିଛି ରାଶି ମାନଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ସମୟରେ ଅନ୍ୟ କିଛି ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଅଛି । ବାସନ୍ଧୁଗଣ ଏହି ଭାଗ୍ୟଶାଳୀ ରାଶିର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ ରେ ଉନ୍ନତି କରିବେ, ଶିକ୍ଷା ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନେ ଉତିର୍ଣ୍ଣ ହେବେ ।

ଚାକିରି କରୁଥିବା ବ୍ୟକ୍ତିମାନେ ଅଧିକ ସଫଳତା ହାସଲ କରିବେ । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ବିବାହ ର ଯୋଗ ବନୁଅଛି । ଏହି ରାଶି ମାନଙ୍କ ନାମ ହେଉଛି ,- ମେଷ ରାଶି, ବୃଷ ରାଶି, ତୁଳା ରାଶି, ମକର ରାଶି, ବିଛା ରାଶି, ସିଂହ ରାଶି, ଏବଂ ମୀନରାଶି । ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଅଶୁଭ ପ୍ରଭାବ ପଡିବାକୁ ଯାଉଅଛି,- ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ଏବଂ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ଟିପ୍ପଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *