ନିଜ ଜ୍ଵାଇଁଙ୍କୁ ଥଣ୍ଡା ପକୁଡି ଦେବା ଶାଶୂଙ୍କୁ ପଡିଲା ମହଙ୍ଗା, ପୁରା ଘଟଣା ଆଶ୍ଚର୍ଯ୍ୟ କରିଦେବ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଶାସ୍ତ୍ରରେ କୁହାଯାଇଛି କ୍ରୋଧ ମଣିଷକୁ ଅବନତି ମାର୍ଗକୁ ଟାଣି ନିଏ । କିନ୍ତୁ ବର୍ତ୍ତମାନ ସମୟରେ ଲୋକଙ୍କର କ୍ରୋଧର ପରିମାଣ ଏତେବଢି ଯାଇଛି ଯେ ତାହାକୁ ଆୟତରେ ରଖିବା ବହୁତ କଷ୍ଟସାଧ୍ୟ ହେଇ ପଡିଛି । ଏହି କ୍ରୋଧ କାରଣରୁ ଅଜାଣତରେ ଦୁର୍ଘଟଣା ଘଟି ଯାଉଛି । ଏମିତି ଏକ ଅଦ୍ଭୁତ ଘଟଣା ଆମେ ଆପଣଙ୍କ ନିକଟରେ କହିବାକୁ ଯାଉଛୁ । ଘଟଣାଟି ଏହିପରି ଯେ ଶାଶୂ ନିଜ ଜ୍ଵାଇଁକୁ ଥଣ୍ଡା ପକୁଡି ଖାଇବାକୁ ଦେବାରୁ କିପରି ଅସୁବିଧାର ସମ୍ମୁଖୀନ ହେଲେ ଆସନ୍ତୁ ଜାଣିବା ।ଘଟଣାଟି ଆମ ଦେଶର ରାଜଧାନୀ ଦିଲ୍ଲୀର, ଯେଉଁଠି ଜ୍ଵାଇଁ ନିଜ ଶାଶୂ ଉପରକୁ ଆକ୍ରମଣ କଲା ଯେତେବେଳେ ଶାଶୂ ତାଙ୍କୁ ଥଣ୍ଡା ପକୁଡି ଖାଇବାକୁ ଦେଲେ ।

କେବଳ ସେତିକି ନୁହଁ ନିଜ ମା କୁ ସ୍ଵାମୀ କବଳରୁ ବଞ୍ଚେଇବାକୁ ଆସିଥିବା ତାର ଗର୍ଭବତୀ ସ୍ତ୍ରୀକୁ ମଧ୍ୟ ଛାଡିନଥିଲା ସେ ନିର୍ଦୟୀ ମଣିଷ । ରାଜଧାନୀ ଦିଲ୍ଲୀର ବଦେସର ଗ୍ରାମରେ ଆଫ୍ରୋଜ ନିଜର ସ୍ତ୍ରୀ ସହ ରହୁଥିଲା । ବିବାହର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଇଯାଇଥିଲା । ଆଫ୍ରୋଜର ଶାଶୂ ଫାବିଜା, ବିବାହର କିଛି ଦିନପରେ ନିଜ ଝିଅ ଘରେ ଆସି ରହିବାକୁ ଲାଗିଲେ ଯେଉଁଟା ଆଫ୍ରୋଜକୁ ପସନ୍ଦ ନଥିଲା ।

ଘଟଣାଟି ଘଟିବାର ଗୋଟେ ଦିନ ପୂର୍ବରୁ ଫାବିଜା ନିଜ ଝିଅ ଘରକୁ ଆସିଥିଲା । ଜ୍ଵାଇଁର ଅନୁପସ୍ଥିତିରେ ଶାଶୂ ପକୁଡି ତିଆରି କରିଥିଲେ, ସମସ୍ତେ ଖାଇସାରିବାପରେ କିଛି ନିଜ ଜ୍ଵାଇଁ ଆଫ୍ରୋଜ ପାଇଁ ରଖିଥିଲେ । ସନ୍ଧ୍ୟାରେ ଆଫ୍ରୋଜ କାମରୁ ଆସିବା ପରେ ତାକୁ ଥଣ୍ଡା ପକୁଡି ଖାଇବାକୁ ଦେଲେ ।

ଏହି କଥାକୁ ନେଇ ୨ ଜଣଙ୍କ ମଧ୍ୟରେ କଳହ ଆରମ୍ଭ ହେଇଗଲା । ଦୋଷୀ ଆଫ୍ରୋଜର ପୁଲିସ କୁ କହିବ ଅନୁସାରେ ଝଗଡା ସମୟରେ ତାର ପତ୍ନୀ ଶାଶୂଙ୍କ ପକ୍ଷ ନେଇ ଝଗଡାକୁ ବଢେଇଲା । ଏହି କାରଣରୁ ଆଫ୍ରୋଜ କ୍ରୋଧର ବଶବର୍ତୀ ହୋଇ ନିଜର ମାନସିକ ସନ୍ତୁଳନ ହରାଇ ବସିଲେ ଏବଂ ଛୁରୀରେ ନିଜ ପତ୍ନୀକୁ ଆଘାତ କଲେ ।

ଯେତେବେଳେ ସେ ସେଠାରୁ ପଳାୟନ କରୁବାକୁ ଉଦ୍ୟମ କଲା ଶାଶୂ ବାଧା ଦେବାରୁ ସେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କଲା । ପ୍ରକାଶିତ ସୂତ୍ରରୁ ତଥ୍ୟ ମିଳିଛି ଯେ ଡାକ୍ତରଖାନାରେ ଫାବିଜାଙ୍କର ମୃତ୍ୟୁ ଘଟିଛି ଏବଂ ଆଫ୍ରୋଜ ର ସ୍ତ୍ରୀଙ୍କ ଅବସ୍ଥା ଖରାପ ଅଛି । ପୋଲିସ ଆଫ୍ରୋଜ କୁ ଗିରଫ କରିଛି ଏବଂ ଆଫ୍ରୋଜ ମଧ୍ୟ ନିଜର ଦୋଷ ସ୍ଵୀକାର କରିଛି । ଆଗକୁ ଆମ ସହ ରହିବା ଏପାଇଁ ଆମ ସହ ଯୋଡି ହୁଅନ୍ତୁ, ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *