କାହିଁକି ମା ଦୁର୍ଗାଙ୍କ ମୂର୍ତ୍ତି ପାଇଁ ବେଶ୍ୟା ଶାଳରୁ ମାଟି ଆସିଥାଏ..କ’ଣ ରହିଛି ଏହାର କାରଣ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା । ଆସୁଛନ୍ତି ପୃଥିବୀ ପୃଷ୍ଠକୁ ଆମ ଦୂର୍ଗା । ସମସ୍ତେ କେଉଁଠି ନା କେଉଁଠି ମା ଦୂର୍ଗାଙ୍କ ପୂଜା ଉଶ୍ଚାହର ସହ ପୂଜା କରୁଛନ୍ତି । ସମସ୍ତଙ୍କ ମନରେ ଉଶ୍ଚାହ ଦେଖା ଯାଉଛି ଆଗ୍ରହର ସହ ପୂଜା ଅର୍ଚ୍ଚନା କରୁଛନ୍ତି ମା ଦୂର୍ଗାଙ୍କର । ତେବେ ବେଶ୍ୟାଳୟରୁ ମାଙ୍କର ପୂଜା ପାଇଁ ମାଟି ଆସିଥାଏ ଏହା ପଛରେ କଣ ରହିଛି କାହାଣୀ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଆମେ ସବୁ ଜାଣିଛେ ବେଶ୍ୟାଳୟ ହେଉଛି ଅପବିତ୍ର ସ୍ଥାନ କିନ୍ତୁ କାହିଁକି ସେ ଅପବିତ୍ର ସ୍ଥାନରୁ ମାଟି ଆସିଲେ ମା ଦୂର୍ଗା ପବିତ୍ର ହୋଇଥାନ୍ତି ? ଏ ନେଇ ଡାକ୍ତର ସୁନିତା ପଟ୍ଟନାୟକ କହିଛନ୍ତି କି “ଗୋଟେ ସ୍ତ୍ରୀ ଠାରୁ ପବିତ୍ର ସଂସାରରେ କିଛି ନାହି ଯେବେ ଗୋଟେ ବ୍ୟକ୍ତି ବେଶ୍ୟାଳୟକୁ ଯାଇଥାଏ ସେ ତାର ଭାବନାକୁ ବାହାରେ ଛାଡି ଯାଇଥାଏ କାରଣ ସେ ଜଣେ ଅପବିତ୍ର ସହ ଜଡିତ ହେବାକୁ ଯାଉଛି । ବେଶ୍ୟାକୁ ଆପଣ ମାନେ ଅପବିତ୍ର କହିପାରିବେ ନାହି କାରଣ ସେ ଅପବିତ୍ରର ହୋଇ ନିଜର ପବିତ୍ରକୁ ଦେଉଛି ।

ଆପଣ ଦେଖନ୍ତୁ ସ୍ତ୍ରୀ କହେ ମୋ ସ୍ଵାମୀ, ପୁଅ, ଝିଅ ଯେବେ ମୁଁ ଉଚ୍ଚାରଣ କରାଯାଏ ସେଠାରେ ଅହଂକାର, ମାୟା ଆସିଥାଏ ଯାହା ପାପର ୪ଟି ସ୍ତମ୍ବ ଅଟେ । ଆପଣ ଦେଖି ପାରିବେ ଯେବେ ଗଙ୍ଗା ନଦୀରେ ଅନ୍ତିମ ସଂସ୍କାର ହେଉଛି, ସ୍ନାନ କରୁଛନ୍ତି, ଶ୍ରାଦ୍ଧ ପିଣ୍ଡ ଦିଆ ଯାଇଛି, ଅତି ବିସର୍ଜନ ହେଉଛି ତାକୁ ବି ଅପବିତ୍ର କହିବେ ତେବେ ଗଙ୍ଗା ନଦୀ ପାଣି ଆଣି କେମିତି ପୂଜା କରା ଯାଇଛି ? ଯେଉଁ ଜାଗାରେ ଆପଣ ନିଜର ଅପବିତ୍ରତା ଦେଉଛନ୍ତି ସେହି ଜାଗା ହେଉଛି ପବିତ୍ର ।

ସେଥିପାଇଁ ୨ଟି ପ୍ରାଧାନ୍ୟ ରହିଛି ଗୋଟେ ହେଲା ଗୋଟେ ମଣିଷ ଯେବେ ବେଶ୍ୟାଳୟକୁ ଯାଏ ତାର ଚପଲ ଦୁଆର ମୁହଁରେ ରଖେ ସେହି ସମୟରେ ସେ ନିଜର ପବିତ୍ରତାକୁ ଛାଡି ନିଜେ ଅପବିତ୍ର ହେବାକୁ ଯାଏ । ସ୍ତ୍ରୀ କେବେ ଅପବିତ୍ର ନୁହେଁ । ଦ୍ଵିତୀୟ କଥା ହେଲା ଯେବେ ମହିଷାସୁର ମର୍ଦ୍ଦିନୀ ମା ଦୂର୍ଗା ବାର୍ତ୍ତା ଦେଲେ ସ୍ତ୍ରୀ ଲୋକଙ୍କୁ ଖରାପ ଦୃଷ୍ଟିରେ ଦେଖିଲେ ଅନ୍ତ ନିଶ୍ଚିନ୍ତ ଅଟେ । ଏଠାରେ ବେଶ୍ୟାକୁ ସମସ୍ତେ ଖରାପ ଦୃଷ୍ଟିରେ ଦେଖୁଛନ୍ତି କିନ୍ତୁ ସେଠାରେ ମାଟି ଆଣିଲେ ଲୋକ କେବେ ଖରାପ ଦୃଷ୍ଟିରେ ଦେଖିବେ ନାହି ଆଉ ତାକୁ ସମ୍ମାନ ଦେବେ ।

ତୃତୀୟ କାରଣ ହେଲା ଗଙ୍ଗା ନଦୀରେ ଯେବେ ଶ୍ରାଦ୍ଧ ଦିଆଯାଉଛି, ଅନ୍ତିମ ସଂସ୍କାର ହେଉଛି, ଅସ୍ଥି ବିସର୍ଜନ ହେଉଛି କିନ୍ତୁ ଯେବେ ପୂଜା, ହୋମ, ଯଜ୍ଞ ଏମିତିକି ଲୋକ ଦେହ ତ୍ୟାଗ କରିବା ପରେ ବି ଗଙ୍ଗାଜଳ ବ୍ଯବହ୍ରୁତ ହୁଏ । ତେଣୁ ଯିଏ ଆପଣଙ୍କ ପାପ ଧୋଇ ନେଲା ସେ ହେଉଛି ପବିତ୍ର ଅପବିତ୍ରରେ ନୁହେଁ । ଏଥିପାଇଁ ମା ଦୂର୍ଗା ବାର୍ତ୍ତା ଦେଇଛନ୍ତି ବେଶ୍ୟା କେବେ ଅପବିତ୍ର ନୁହେଁ ।

ବେଶ୍ୟା ପାଖରେ ଗର୍ବ, ଅହଂକାର କେବେ ଆସିବ ନାହି ତାର ସମସ୍ତଙ୍କ ପାଇଁ ଭାବନା ସମାନ ରହିବ । ଯଦି ମା ଦୂର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ମାତିରୁ ହେଉଛି ତେବେ ବେଶ୍ୟା ଅପବିତ୍ର ନୁହେଁ” । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *