କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 21 ଦିନର ଲକଡାଉନ ଘୋଷଣା କରିବାକୁ ପଡିଲା ?

ସମଗ୍ର ଦେଶରେ ଏବେ ଲକଡାଉନ ଲାଗୁ ହୋଇ ସାରିଛି, ଏହାର ଅର୍ଥ ହେଉଛି ଦେଶର ସମସ୍ତ ଜନତାଙ୍କୁ ଘରେ ରହିବାକୁ ପଡିବ ଓ କେହି ମଧ୍ୟ ବାହାରକୁ ବାହାରି ପାରିବେ ନାହିଁ । ଭାରତ ଇତିହାସରେ ଏହା ପ୍ରଥମ ଥର ଘଟିଛି । ଏପରି କରିବାର କାରଣ ବିଷୟରେ ସମସ୍ତେ ଅବଗତ ଥିବେ ବୋଲି ଆଶାକରୁଛୁ । କରୋନା ଭୂତାଣୁର ସଂକ୍ରମଣରେ ଦୁନିଆର ପ୍ରାୟତଃ ୧୯୨ ଦେଶ ପ୍ରଭାବିତ ହେଇ ସାରିଛନ୍ତି, ସେଥିରେ ଭାରତ ମଧ୍ୟ ରହିଛି ।

କାରୋନା ସଂକ୍ରମଣର ଗମ୍ଭୀରତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ତାରିଖରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ କେବଳ ୨ଟି ଶବ୍ଦର ଉଚ୍ଚାରଣ କରିଥିଲେ ସେଇ ଦୁଇଟି ହେଲା ସଂଯମ ଓ ସଂକଳ୍ପ ।

ଏହା ବ୍ୟତୀତ ୨୨ ମାର୍ଚ୍ଚ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ଯୁର ଘୋଷଣା କରିଥିଲେ । କିନ୍ତୁ କିଛି ଲୋକ ଏହାକୁ ମାନିବା ସହ କିଛି ଲୋକ ଏହାକୁ ଅଣଦେଖା କରିଥିଲେ ଯାହା ଚିନ୍ତାର ବିଷୟ ଥିଲା । ଲୋକଙ୍କ କାର୍ଯ୍ୟକୁ ନଜରରେ ରଖୀ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ବିଟ କରି କହିବାକୁ ପଡିଲା ଯେ ଏବେ କିଛି ଲୋକ ଲକଡାଉନର ଗମ୍ଭୀରତାକୁ ବୁଝି ପାରୁନାହାନ୍ତି । ଲୋକଙ୍କ ଏହି ପରି କାର୍ଯ୍ୟ ଦେଖି ମୋଦୀଙ୍କୁ ପୂର୍ବରୁ ଅନୁମାନ ହୋଇ ଯାଇଥିଲା ଯେ ଭବିଷ୍ୟତରେ ଦେଶକୁ ଏକ ବଡ ସଙ୍କଟର ସମୁଖୀନ ହେବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ସରକାର କହୁଛନ୍ତି ଯେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ହୁଅନ୍ତୁ ବା ସାଧାରଣ ଜନତା ହୁଅନ୍ତୁ ଲକଡାଉନ ସମସ୍ତଙ୍କ ପାଇଁ ଲାଗୁ ଅଟେ । ରୋଗ ଧନୀ ଗରିବ ଦେଖି ଆସିନଥାଏ, ତେଣୁ ଦେଶର ସମସ୍ତ ନାଗରିକଙ୍କୁ ସଚେତନ ହେବା ଆବଶ୍ୟକ ।


ସେ ସମସ୍ତଙ୍କୁ କର ଯୋଡି ବିନତି କରିଛନ୍ତି ଯେ ଦୟାକରି ସମସ୍ତେ ଲକଡାଉନର ଗମ୍ଭୀରତାକୁ ଭୁଝିବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ଅଣଦେଖା କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ ୨୧ଦିନ କର୍ଫ୍ଯୁ ବୋଲି ନ କହିଥିଲେ ମଧ୍ୟ ଏହା ନିଶ୍ଚିନ୍ତ କହିଛନ୍ତି ଯେ ଲକଡାଉନକୁ କର୍ଫ୍ଯୁ ବୋଲି ବିବେଚନା କରାଯାଉ । ଯଦି ନିଜର ଓ ନିଜ ପରିବାରର ହିତ ଚାହୁଁଛନ୍ତି ତେବେ ନିଶ୍ଚୟ ଏହି ଲକ୍ ଡାଉନ୍ ମାନି ନିଜ ଘରେ ରୁହତ୍ନୁ ଓ ଏହି ଭାଇରସ ସହ ଲଢିବା ପାଇଁ ସରକାରଙ୍କ ସାଥ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *