କାମ ଦେଲାନି ଇକମୋ ଚିକିତ୍ସା, ନବବିବାହିତା ପତ୍ନୀଙ୍କୁ ଛାଡି ଆରପାରିକୁ ଚାଲିଗଲେ Abhishek, ହସ୍ପିଟାଲରୁ ଭାଇ ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକେଇବେ- ଦେଖନ୍ତୁ Video

ବର୍ତ୍ତମାନ ଏକ ବହୁତ ବଡ ଦୁଃଖଦ ଖବର ସାମ୍ନାକୁ ଆସୁଛି । ବହୁ ଚର୍ଚିତ ଅଭିଷେକ ମାହାପାତ୍ର ଯିଏକି କୋଭିଡରେ ଆକ୍ରାନ୍ତ ଥିଲେ ଗତକାଲି ତାଙ୍କର ମୃ-ତ୍ୟୁ ହୋଇଛି । ଅଭିଷେକ ମହାପାତ୍ର ଯିଏକି କୋଭିଡରେ ଆକ୍ରାନ୍ତ ହେବା ପରେ କଲିକତାରେ ECMO ଟ୍ରୀଟମେନ୍ଟ ନେଉଥିଲେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି । ଗତକାଲି ପ୍ରାୟତଃ ୧୦ ଟା ରେ ତାଙ୍କର ଦେହାନ୍ତର ଖବର ଆସିଥିଲା ।

କରୋନାରେ ପୀଡିତ ହେବା ପରେ ECMO ଟ୍ରୀଟମେନ୍ଟ ପାଇଁ ଜୁନ ୯ରେ ଅଭିଷେକ ମହାପାତ୍ରଙ୍କୁ ଏୟାରଲିଫ୍ଟ କରି କଲିକତା ନିଆଯାଇଥିଲା । କିନ୍ତୁ କଲିକତାରେ ପ୍ରାୟତଃ ୩ ମାସରୁ ବି ଉର୍ଦ୍ଧ ଚିକିତ୍ସା ସତ୍ବେ ବି ତାଙ୍କର ଗତକାଲି ଦେହାନ୍ତ ହୋଇ ଯାଇଛି ।

କହିଦେଉଛୁ କି ବାସୁଦେବପୁର ମନ୍ଦାରୀ ଗାଁ ର ଯଦୁନାଥ ମହାପାତ୍ରଙ୍କ ଗୋଟିଏ ମାତ୍ର ପୁଅ ଅଭିଷେକ ମହାପାତ୍ର ସିଭିଲ ଇଞ୍ଜିନିୟର ରୂପରେ ଓମାନରେ କାମ କରୁଥିଲେ । ବାହାଘର ପାଇଁ ସେ ଓମାନରୁ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ ଓ ମେ ୫ ତାରିଖରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ବାହାଘରର ମାତ୍ର ୮ ଦିନ ପରେ ସେ କରୋନା ପଜିଟିବ ବୋଲି ଜଣା ପଡିଥିଲେ । ତାଙ୍କୁ ଭୁବନେଶ୍ଵରର ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା ।

କିନ୍ତୁ ସେଠି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବା କାରଣରୁ ଡାକ୍ତରମାନେ ତାଙ୍କୁ ECMO ଚିକିତ୍ସା ଦେବା ପାଇଁ କହିଥିଲେ । କିନ୍ତୁ ସେହି ସମୟରେ ତାଙ୍କର ପରିବାର ପାଖରେ ଏତେ ବି ଟଙ୍କା ନ ଥିଲା କି ସେ ନିଜ ପୁଅର ଚିକିତ୍ସା କରାଇବେ ।

ତାଙ୍କର ଧର୍ମ ପତ୍ନୀ ମୌସୁମୀ ମହାନ୍ତି ସମସ୍ତଙ୍କୁ ଆର୍ଥିକ ରୂପରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ । ଧୀରେ ଧୀରେ ସମସ୍ତଙ୍କ ସାହାର୍ଯ୍ୟ ମିଳିବା ପରେ ଅଭିଷେକ ମହାପାତ୍ରଙ୍କୁ କଳିକାତା ନିଆ ଯାଇଥିଲା ।

ଜୁନ ୯ ରୁ ଆଜି ପର୍ଯ୍ୟନ୍ତ ଅଭିଷେକଙ୍କ ଚିକିତ୍ସା ଚାଲିଥିଲା ଓ ମଝିରେ କୁହାଯାଉଥିଲା କି ସେ ସୁସ୍ଥ ହେଉଛନ୍ତି । କିନ୍ତୁ ୩ ମାସ ଚିକିତ୍ସା ଚାଲିବା ସତ୍ବେ ବି ତାଙ୍କର ଦେହାନ୍ତ ହୋଇ ଯାଇଛି । ଗତକାଲି ଚିକିତ୍ସା ଚାଲିଥିବା ସମୟରେ ରାତି ପାଖାପାଖି ୧୦.୪୫ରେ ତାଙ୍କର ମୃ-ତ୍ୟୁ ଖବର ସାମ୍ନାକୁ ଆସିଲା । କେବଳ ଏହା ତାଙ୍କ ପରିବାର ପାଇଁ ନୁହେଁ ଅଥବା ସମସ୍ତ ଓଡିଶା ବାସିନ୍ଦା ଓ ଯେଉଁମାନେ ତାଙ୍କୁ ସାହାର୍ଯ୍ୟ କରିଥିଲେ ଏହା ସେହି ସମସ୍ତଙ୍କ ପାଇଁ ବହୁତ ବଡ ଦୁଃଖଦ ଖବର ଅଟେ ।

Leave a Reply

Your email address will not be published. Required fields are marked *