Special Report: କାମ କୋବି ତୋଳିବା, ଦରମା 63 ଲକ୍ଷ ଟଙ୍କା…. କଣ ରହିଛି ସମ୍ପୁର୍ଣ୍ଣ ଖବର ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି । କୋବି ତୋଳିଲେ ମିଳିବ ୬୩ ଲକ୍ଷ ଟଙ୍କା । ଏମିତି ଚାକିରି ପାଇଲେ ମଣିଷ ମାଲାମାଲ ହୋଇଯିବ । ଆପଣ ମାନେ କ୍ଷେତରେ କୋବି ଚାଷ ହେବାର ନିଶ୍ଚୟ ଦେଖିଥିବେ । ଚାଷୀଟି କଠିନ ମେହନତ କରି ଚାଷ କରିଥାଏ । ଏହା ପରେ ଅମଳ ହେବା ପରେ ଚାଷୀ ବଜାରରେ ବିକ୍ରି କରିଥାଏ । ଚାଷୀଋ ଏହି ଚାଷ କରିବା ସମୟରେ କେତେ ଟଙ୍କା ଖର୍ଚ୍ଚ କରିଥାଏ ଓ ଅମଳ ହେବା ପରେ କେତେ ଟଙ୍କା ଲାଭ କରିଥାଏ କଣ ଆପଣ ମାନେ ଜାଣିଛନ୍ତି । ଯଦି ବନ୍ଧାକୋବି ବିଷୟରେ କୁହାଯାଏ ତେବେ ବଜାରରେ ଏହା ୩୦ରୁ ୩୫ ଟଙ୍କାରେ ବିକ୍ରି କରାଯାଏ ।

ଏହି ଚାଷରେ ଚାଷୀଟି ହୁଏ ତ ୧୦ରୁ ୧୫,୦୦୦ ଟଙ୍କା ଲାଭ କରିଥାଏ । ୟୂନାଇଟେଡ ଫାର୍ମିଙ୍ଗର ଏକ କମ୍ପାନୀ ପକ୍ଷରୁ ଅନ ଲାଇନରେ ଏକ ବିଜ୍ଞାପନ ପ୍ରାକାଶ ଅପାଇଛି । ଏହି ବିଜ୍ଞାପନ ଅନୁଯାୟୀ ବର୍ଷ ତମାମ କ୍ଷେତରୁ କୋବି ଓ ବ୍ରୋକାଳି ତୋଳିବା ପାଇଁ ଏକ ଚାକିରି ପଦ ବାହାରିଛି । ଏ ଚାକିରି ବିଷୟରେ କେତେ ଟଙ୍କା ଦରମା ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜଣାଇବା ଏହି ଚାକିରି ବିଷୟରେ ସଂପୂର୍ଣ୍ଣ ବିବରଣୀ । ଜାତୀୟ ଗଣ ମାଧ୍ୟମରୁ ମିଳିଥିବା ସୂଚନା ମୁତାବକ କ୍ଷେତରୁ କୋବି ତୋଳିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୩୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ୩,୦୦୦ ଟଙ୍କାରୁ ଅହଡିକ ସାଲାରି ଦିଆଯିବ ।

ତେବେ ବର୍ଷକୁ ଏହି କାମ ପାଇଁ ୬୨,୪୭୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୬୩,୧୧,୬୪୧ ଟଙ୍କା ସାଲାରି ମିଳିବ । ତେବେ ବର୍ଷା ଯାକ କୋବି ତୋଳିବା କାମ କରିବାକୁ ପଡିବ । ଏବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏହି ସାମାନ୍ଯ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରମା କାହିଁକି ମିଳିବ । ଏହାର କାରଣ ହେଉଛି ୟୂନାଇଟେଡ କିଙ୍ଗଡମରେ ବର୍ତ୍ତମାନ ୱାର୍କର୍ସ ମାନଙ୍କର ସଂଖ୍ୟା କମ ରହିଛି ।

କାମ ପାଇଁ ଏଭଳି ସ୍ଥିତିରେ ୱାର୍କସ ମାନଙ୍କ ପାଇଁ ସାନଦାର ଅଫର ଆଣିଛି କମ୍ପାନୀ । ଏହା ସହ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ମାନଙ୍କ କ୍ଷେତ୍ରରେ ୱାର୍କସ ମାନଙ୍କର ଅଭାବ ରହିଥିବା ଯୋଗୁ କର୍ମଚାରୀ ମାନଙ୍କର ସାଲାରି ପାଖାପାଖି ୭୫ ପ୍ରତିଶତ ବୃଦ୍ଧି କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *