ପୂଜା-ପାଠ ନା କର୍ମ-କର୍ତ୍ତବ୍ୟ ଶ୍ରେଷ୍ଠ କିଏ ? Geeta Gyaan by Lord Krishna

କିଛି ଲୋକ କର୍ମକୁ ଶ୍ରେଷ୍ଠ କହିଥାନ୍ତି ଓ ଆଉ କିଛି ଲୋକ ପୂଜା ପାଠକୁ ଶ୍ରେଷ୍ଠ ବୋଲି କହିଥାନ୍ତି । ଏହି ପ୍ରତିଦ୍ଵନ୍ଦ ରହି ପୂଜା ପଥ ଓ କର୍ମ ଭିତରେ ଶ୍ରେଷ୍ଠ କଣ ଅଟେ । ଏହା ବୁଝିବା ବହୁତ କଠିନ ହୋଇଥାଏ, ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଜାଣିବା ।

ଗୋଟେ ହାହାନି ମାଧ୍ୟମରେ କଣ ଶ୍ରେଷ୍ଠ ବୁଝିବା । ଗୋଟେ ଗାଁରେ ଗୋଟେ ବ୍ୟାପାରୀ ରହୁଥିଲା, ତାର ହସ ଖୁଶିର ସଂସାର ଥିଲା । ତାର ବ୍ୟବସାୟ ମଧ୍ୟ ଠିକ ଠାକ ଚାଲିଥିଲା, ଗୋଟେ ଦିନ ଗାଁକୁ ଜଣେ ପ୍ରସିଦ୍ଧ ସନ୍ଥ ଆସିଲେ ତାଙ୍କ ପ୍ରବଚନ ଶୁଣିବା ପାଇଁ ବ୍ୟାପାରୀ ଜଣଙ୍କ ଗଲା ।

Image Courtesy: Google

ତାଙ୍କ ପ୍ରବଚନରେ ସେ ବହୁତ ପ୍ରଭାବିତ ହେଲା ଓ ପରମାତ୍ମାଙ୍କୁ ପାଇବା ପାଇଁ ସଂସାର ତ୍ୟାଗ କରିବା ପାଇଁ ତାର ସ୍ତ୍ରୀ ସହିତ କଥା ହେଲା କହିଲା ସଂସାରରୁ ମୋର ମନ ଛାଡି ଗଲାଣି । ସ୍ଵାମୀର ଏହି କଥା ଶୁଣି ପତ୍ନୀ ତାର ଦଇତ୍ଵ କଥାକୁ ମନେ ପକାଇଥିଲେ ଓ ତାର ପରିବାର ତାକୁ କେତେ ଭଲପାଉଛି ଏହି କଥାକୁ ମଧ୍ୟ ଜଣାଇଲା । କିନ୍ତୁ ବ୍ୟାପାରୀ ସ୍ତ୍ରୀର କୌଣସି କଥା ଶୁଣି ନଥିଲା ଓ ସ୍ତ୍ରୀ ହାରି ତାର କଥା ମାନିବାକୁ ପଡିଥିଲା । ବ୍ୟାପାରୀ ଜଣକ ସ୍ତ୍ରୀ ପିଲା ଛୁଆକୁ ଛାଡି ଜଙ୍ଗଲକୁ ଚାଲିଗଲା ।

Image Courtesy: Google

ଲୋକଟିକୁ ଗୁରୁର ଆବଶ୍ୟକ ଥିଲା ଯିଏ ତାକୁ ପରମାତ୍ମାଙ୍କୁ ପାଇବାରେ ସାହାର୍ଯ୍ୟ କରିବ ।କେତେଦିନ ବୁଲିବା ପରେ ସେ ଗୋଟେ ସାଧୁଙ୍କ ଆଶ୍ରମରେ ଯାଇ ପହଞ୍ଚିଲା ଓ ତାଙ୍କୁ ଗୁରୁ ବନେଇବା ପାଇଁ ଚାହିଁଲା । ସାଧୁଙ୍କ ପାଖକୁ ଯାଇ କହିଲା ହେ ଗୁରୁଦେବ ମୁ ସନ୍ୟାସ ନେବାକୁ ଚାହୁଁଛିଓ ମୁଁ ପରମାତ୍ମାଙ୍କୁ ପାଇବାକୁ ଚାହୁଁଛି ।  ସାଧୁ ତାଙ୍କୁ କହିଲେ ମୁଁ ତୁମର ପରୀକ୍ଷା ନେବି ତମେ ସନ୍ୟାସ ହେବାର ଯୋଗ୍ୟ ଅଟକି ନାହିଁ । ସନ୍ଥ ଜଣକ କହିଲେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି ଖାଲି ତୁମେ ଠିକ ଉତ୍ତର ଦେବ ।

Image Courtesy: Google

ସାଧୁ ପଚାରିଲେ ତୁମର ତୁମ ମାତା ପିତା ସହିତ ଭଲପାଇବା ଅଛିକି, ବ୍ୟାପାରୀ ଜଣକ କହିଲେ ନା । ସାଧୁ ପୁଣି ପଚାରିଲେ ତୁମର ଛୁଆ ଓ ସ୍ତ୍ରୀ ପ୍ରତି ଭଲପାଇବା ଅଛିକି, ବ୍ୟାପାରୀ କହିଲା ନା ଗୁରୁଦେବ । ବ୍ୟାପାରୀ କହିଲା ସଂସାରରେ ମୋତେ କୌଣସି ଜିନିଷ ପ୍ରତି ପ୍ରେମ ନାହିଁ । ସାଧୁ ପଚାରିଲେ ଟୁଏ ସବୁ କର୍ମ ଓ ଦାୟିତ୍ୱରୁ ମୁକ୍ତି ପାଇସାରିଛକି । ବ୍ୟାପାରୀ ହସିକି କହିଲା ମୁଁ ଏବେ ପରମାତ୍ମାକୁ ପାଇବାକୁ ବାହାରିଛି, ଏହି ସବୁ କଥାର ମୋ ସହିତ ସମ୍ପର୍କ କଣ ରହିଛି ।

Image Courtesy: Google

ସାଧୁ ପଚାରିଲେ କଣ ତୁମେ ତୁମ ସ୍ତ୍ରୀକୁ କହି ସନ୍ୟାସ ଗ୍ରହଣ କରିଛ, ବ୍ୟାପାରୀ ଜଣକ କହିଲେ ହଁ ଗୁରୁଦେବ ମୋ ସ୍ତ୍ରୀର ଅନୁମତି ନେଇ ଆସିଛି ।  ସାଧୁ କହିଲେ ମୋତେ ଲାଗୁଛି ତୁମ ସ୍ତ୍ରୀ ନାସ୍ତିକ ପ୍ରବୃତିର ଅଟେ । ତାଙ୍କୁ ଦେବ ପୂଜା ଓ ଭକ୍ତିରୁ କିଛି ଯାଏ ଆସେ ନାହିଁ, ତାପରେ ବ୍ୟାପାରୀ ଜଣଙ୍କ କହିଲା ମୋ ସ୍ତ୍ରୀ ବହୁତ ଧର୍ମୀଙ୍କ ପ୍ରବୃତିର ଅଟେ । ସେ ବହୁତ ଭଲ ପୂଜା ପାଠ କରିବା ସହିତ ଘର ପରିବାରର ମଧ୍ୟ ଭଲ ଯତ୍ନ ନେଇଥାଏ । ସେ ତାର ସବୁ ଦାୟିତ୍ଵ ବହୁତ ଭଲ ଭାବରେ ନିଭାଇ ଥାଏ । ଏହା ଶୁଣି ସାଧୁଜନକ କହିଲେ ଇଶ୍ଵରଙ୍କୁ ପାଇବାକୁ ତୁମ ସ୍ତ୍ରୀ ଯୋଗ୍ୟ ତୁମେ ନୁହେଁ ।

Image Courtesy: Google

ସେ ପଚାରିଲା ଏମିତି କେମିତି ଗୁରୁଦେବ, ମୁଁ ତ ସଂସାର ମୋହ ମାୟା ତ୍ୟାଗ କରି ଆସିଛି କିନ୍ତୁ ମୋ ସତରେ ମଧ୍ୟ ଏବେ ସଂସାର ମୋହମୟରେ ଏବେବି ବାନ୍ଧି ହୋଇକି ଅଛି । ସାଧୁ ଖିଲେ ତୁମର ସମସ୍ୟା ଏହା ଅଟେ ତୁମର କାହା ପ୍ରତି ଭଲପାଇବା ନାହିଁ । ନା ତୁମର କର୍ମ ପ୍ରତି ଦାୟିତ୍ଵ ନା ନିଜ ପରିବାର ପ୍ରତି । ତୁମଠୁ ତୁମ ସ୍ତ୍ରୀ ଭଲ ସେ କର୍ମ ଭାବ ଓ ଭକ୍ତି ଭାବ ଦୁଇଟିକୁ ଭଲରେ ବୁଝି ପାରିଛି । ପୂଜା ପାଠ କରି ମଧ୍ୟ କଣ ତୁମ ସ୍ତ୍ରୀ କୌଣସି ଦାଇତ୍ଵ ନେବାକୁ ମନା କରିଛି କି କର୍ମ କରି କଣ କେବେ ଭଗବାନଙ୍କୁ ଭୁଲିଛି, ସେ କହିଲା ନା ଗୁରୁଦେବ ସେ ଦୁଇଟି ଯାକ କାମକୁ ବହୁତ ନିଷ୍ଠାର ସହିତ କରିଛି ।

 

Image Courtesy: Google

ସାଧୁ ତାକୁ କହିଲେ ଯାହାର ମନରେ ଭଲ ପାଇବା ଓ ଦାୟିତ୍ଵର ଭାବ ନାହିଁ ତାକୁ କେବେ ପରମାତ୍ମା ମିଳିବେ ନାହିଁ । ସାଧୁଙ୍କ କଥା ଶୁଣି ବ୍ୟାପାରୀକୁ ତାର ଭୂଲର ଅନୁଭବ କରିପାରିଲା । ଗୀତାରେ ମଧ୍ୟ ଅଛିକି ନା କର୍ମକୁ ଅବହେଳା କରି କେହିବି କର୍ମ ଫଳରୁ ମୁକ୍ତି ପାଇପାରିବ ନା କେବଳ ସନ୍ୟାସ ଗ୍ରହ କରି ସିଦ୍ଧି ମାନେ ଭଗବାନଙ୍କୁ ପାଇପାରିବ । ଦେବୋ ଭକ୍ତିକି ନେଇ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଶ୍ରୀହରୀଙ୍କୁ ପ୍ରସନ୍ନ କରିବା ପାଇଁ ଯଜ୍ଞ ରୂପୀ କର୍ମ କରିବା ନିହାତି ଆବଶ୍ୟକ । ଗୀତାର ଏହି ଶ୍ଳୋକରେ ମଧ୍ୟ ଦେବୋ ଭକ୍ତିକୁ ମଧ୍ୟ ଗୋଟେ କର୍ମ ରୂପରେ ଦର୍ଶା ଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *