କବାଡିବାଲା କିଣିଲେ ତିନୋଟି ହେଲିକପ୍ଟର, ଦେଖିବାକୁ ଲାଗିଲା ଭିଡ, ସମ୍ପୁର୍ଣ୍ଣ ଖବର ଜାଣି ଉଡିଯିବ ହୋସ

ପଞ୍ଜାବର ମାନସାରେ ବର୍ତ୍ତମାନ ଦିନ ଗୋଟିଏ କବାଡି ବାଲା ଚର୍ଚାର ବିଷୟ ହୋଇ ରହିଛି । କାରଣ ତାହାର ଖୋଲା ଗୋଦାମରେ କବାଡ ସହିତ ତିନୋଟି ହେଲିକପ୍ଟର ଛିଡା ହୋଇଛି । ଏହି ହେଲିକପ୍ଟର ବି କୌଣସି ସାଧାରଣ ହେଲିକପ୍ଟର ନୁହେଁ, ଏହା ଭାରତୀୟ ବାୟୁସେନାର ହେଲିକପ୍ଟର ଅଟେ । ଯାହାକୁ ଦେଖିବା ପାଇଁ ସେହି ସ୍ଥାନକୁ ଦୂର ଦୂର ରୁ ଲୋକମାନେ ଆସୁଛନ୍ତି ଓ

ଏହା ସହିତ ଏହି ହେଲିକପ୍ଟର ସହିତ ଫଟୋ ବି ଉଠା ଯାଉଛି । କିଣି ଥିଲେ ୬ ଟି ହେଲିକପ୍ଟର- କହିବାକୁ ଗଲେ ପଞ୍ଜାବରେ କବାଡି ଜିନିଷ କିଣିବାରେ ଏହି ବ୍ୟକ୍ତି ଜଣକ ବହୁତ ଫେମସ ଅଟନ୍ତି । ସେ ପୁରୁଣା ଓ ଭଙ୍ଗା ଜିନିଷକୁ କିଣି ତାକୁ ବିକ୍ରି କରନ୍ତି । ବର୍ତ୍ତମାନ ହିଁ ସେ ଭାରତୀୟ ସେନାର ୬ ଟି ରିଟାୟର ହେଲିକପ୍ଟରକୁ କିଣିଥିଲେ ।

ଏହା ପରେ ୩ ଟି ହେଲିକପ୍ଟର ମାନସା ନେଇ ପହଞ୍ଚିଲେ । ଗୋଟିଏ ହେଲିକପ୍ଟରର ଓଜନ ପାଖାପାଖି ୧୦ ଟନ ଅଟେ । ହେଲିକପ୍ଟରର ବିକ୍ରି କରିବାର ପ୍ରକ୍ରିୟା ନିଲାମି ଦ୍ଵାରା କରାଯାଇଛି । ଯେଉଁଥିରେ ସେ ସବୁଠୁ ଅଧିକ ବୋଲି ଲଗାଇଲେ । ବର୍ତ୍ତମାନ ସେ ଏହାକୁ ଅନ୍ୟ କାହାକୁ ବିକ୍ରି କରି ଦେବେ କିମ୍ବା ଏହାର ମେଟାଳକୁ ଅଲଗା କରି ଅନ୍ୟ କୌଣସି ଜିନିଷ ତିଆରି କରି ବିକ୍ରି କରିବେ ।

୩ ଟି ବିକ୍ରି ବି ହୋଇଯାଇଛି

ସେହି ବ୍ୟକ୍ତିଙ୍କ ଅନୁସାରେ ମୋଟ ୬ ଟି ହେଲିକପ୍ଟର କିଣିଥିଲେ, ଯେଉଁଥିରେ ଗୋଟିଏ ମୁମ୍ବାଇ ପାର୍ଟି ନେଇଗଲା, ଯେତେବେଳେ କି ଦୁଇଟିକୁ ଲୁଧିଆନାର ଜଣେ ହୋଟେଲ ମାଲିକ କିଣି ନେଲା । ସେ ସେଥିରେ ହୋଟେଲ ତିଆରି କରିବା ବିଷୟରେ ଚିନ୍ତା କରିଛନ୍ତି । ବାକି ଯେଉଁ ତିନୋଟି ହେଲିକପ୍ଟର ବଞ୍ଚିଥିଲା ସେହି ସବୁକୁ ସେ ମାନସା ନେଇ ଆସିଲେ । ଯାହାକୁ ଦେଖିବା ପାଇଁ ଦୂର ଦୂରରୁ ଲୋକମାନେ ବର୍ତ୍ତମାନ ଏହି ସ୍ଥାନକୁ ଆସୁଛନ୍ତି । ବର୍ତ୍ତମାନ ଏହି ହେଲିକପ୍ଟରକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ବି ଲାଗିଛି । ସ୍ଥାନୀୟ ଲୋକମାନେ ଏହି ହେଲିକପ୍ଟର ଭିତରକୁ ଯାଇ ଫଟୋ ବି ଉଠାଉଛନ୍ତି ।

କାହିଁକି ନିଲାମ ହୋଇଥାଏ ହେଲିକପ୍ଟର ?

ଆପଣଙ୍କୁ କହିଦେଉଛୁ କି ଭାରତୀୟ ବାୟୁସେନାରେ ଯେତେବେଳେ ହେଲିକପ୍ଟର କିମ୍ବା ଲଢାକୁ ବିମାନ ଗୁଡିକ ଅଧିକ ପୁରୁଣା ହୋଇଯାଏ ତେବେ ତାକୁ ରିଟାୟର କରି ଦିଆଯାଏ । କାରଣ ଏହାର ମେସିନ ମିଳିବା ଓ ତାହାର ଦେଖାଶୁଣା କରିବାରେ ବହୁତ ଅଧିକ ଟଙ୍କା ଖର୍ଚ ହୋଇଥାଏ । ରିଟାୟାରମେଣ୍ଟ ପରେ ବାୟୁସେନାର ଇଞ୍ଜିନିୟରମାନେ ସମସ୍ତ ଜରୁରୀ ଉପକରଣକୁ ବାହାର କରି ଦିଅନ୍ତି, ଯାହା ଦ୍ଵାରା କୌଣସି ବି ପ୍ରକାରର ସୂଚନା ଅନ୍ୟ କାହାର ହାତକୁ ନ ଲାଗିବ ଓ ତାହାର କେବଳ ଢାଞ୍ଚା ହିଁ ବିକ୍ରି କରାଯାଉଛି । ଯାହାକୁ ଭଲ ଟଙ୍କା ଦେଉଥିବା ବ୍ୟକ୍ତିକୁ ନିଲାମ କରି ଦିଆଯାଏ ।

କବାଡିଙ୍କୁ କେମିତି ହେବ ଲାଭ ?

ବାୟୁସେନା ଓ ନୌସେନାର ଜାହାଜରେ ବହୁତ ହିଁ ମଜବୁତ ସ୍ଟୀଲ ଓ ଅନ୍ୟ ଧାତୁ ଗୁଡିକର ବ୍ୟବହାର ହୋଇଥାଏ । ଯାହା ଦ୍ଵାରା ଗୋଳିବାରି ଓ ଅନ୍ୟ କିଛି ପରିସ୍ଥିତିରେ ସହଜରେ ଏହା ସହି ପାରିବ । କିନ୍ତୁ ପ୍ରାୟତଃ ଏହିଭଳି ଜିନିଷକୁ ମ୍ୟୁଜିୟମରେ ରଖା ଯାଇଥାଏ । କିନ୍ତୁ ଯଦି ଏହିଭଳି ହୋଇ ପାରେ ନାହିଁ ତେବେ ତାକୁ ବିକ୍ରି କରି ଦିଆଯାଏ ।

Leave a Reply

Your email address will not be published. Required fields are marked *