କଦଳୀର କର ଏମିତି ବ୍ୟବହାର ଏବଂ ତୁରନ୍ତ ପାଆନ୍ତୁ ଫାଟି ଥିବା ଗୋଇଠିରୁ ମୁକ୍ତି

ବହୁତ ଥର ଏମିତି ହୋଇଥାଏ କି ଆପଣ ନିଜର ଫେଭରାଇଟ ଡ୍ରେସ ପିନ୍ଧିବେ ଏବଂ ତାହା ସହିତ ନିଜ ପସନ୍ଦର ସ୍ୟାଣ୍ଡେଲ ପିନ୍ଧିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ଫାଟି ଥିବା ଗୋଇଠି ପୁରା ଲୁକ୍ କୁ ଖରାପ କରିଦେଇଥାଏ । ସମସ୍ତେ ଚାହାଁନ୍ତି କି ନିଜ ଗୋଇଠି ମୁଲାୟମ ,କୋମଳ ଏବଂ ସୁନ୍ଦର ହେଉ । ସବୁବେଳେ ଖରାପ ଜୀବନଶୈଳୀ ,ଭିଟାମିନ-ଇ ର କମି, ଆୟରନ ବା ପୁଣି କ୍ୟାଲସିୟମ ର କମ ହେବା କାରଣରୁ ବି ଗୋଇଠି ଫାଟିଯାଇ ଥାଏ ।

ବହୁତ ସମୟରେ ଅଧିକ ଧୂଳି ମାଟି ଲାଗିଲେ ବି ଗୋଇଠି ଫାଟି ଥାଏ ।

ଫଟା ଗୋଇଠିରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ ପ୍ରକାର ର ପ୍ରଡ଼କ୍ଟ ମିଳୁଛି । ଯଦି ଆପଣ କିଛି ଘରୋଇ ଉପାୟ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଆପଣାଇ ପାରିବେ । ଏଥିରେ କିଛି ଦିନରେ ଆପଣଙ୍କୁ ଫାଟି ଥିବା ଗୋଇଠିରୁ ମୁକ୍ତି ମିଳିବ ।

ଫାଟି ଥିବା ଗୋଇଠି ରୁ ମୁକ୍ତି ପାଇବା ପାଇଁ ଆପଣ କଦଳୀ ଏବଂ ନଡିଆ ତେଲର ବ୍ୟବହାର କରି ପାରିବେ । ଏହି ଦୁଇଟିରୁ ନ୍ୟାଚୁରାଲ ଏଜାଇମ ମିଳିଥାଏ ଯାହା ଆପଣଙ୍କର ଡେଡ ସ୍କିନକୁ ବାହାର କରି ତାକୁ ମଶ୍ଚରାଇଜର କରିଥାଏ ।

ଏଥିପାଇଁ ଏକ ପାତ୍ରରେ ଗୋଟେ କଦଳୀ ଚକଡି ଦିଅନ୍ତୁ ଏବଂ ଏଥିରେ ୨-୩ଚାମଚ ନଡିଆ ତେଲ ଢାଳି ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଫାଟି ଥିବା ଗୋଇଠିରେ ଲଗାନ୍ତୁ । ୨୦-୨୫ମିନିଟ ରଖିବା ପରେ ଉଷୁମ ପାଣିରେ ଏହାକୁ ସଫା କରି ଦିଅନ୍ତୁ । କୌଣସି ସାବୁନ କି ସାମ୍ପୋ ବ୍ୟବହାର କରିବେ ନାହିଁ । କିଛି ଦିନରେ ଫରକ ଦେଖି ପାରିବେ । ଆପଣ ଚାହିଁଲେ ଖାଲି ନଡିଆ ତେଲ ବ୍ୟବହାର କରି ଫଟା ଗୋଇଠିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ପ୍ରତିଦିନ ରାତିରେ ଉଷୁମ ନଡିଆ ତେଲ ଗୋଇଠିରେ ଲଗାନ୍ତୁ ଏବଂ ନିଜ ପାଦକୁ ଧୋଇ ଦିଅନ୍ତୁ । ଲଗାତାର ୭-୮ ଦିନ କରନ୍ତୁ ।

ତେବେ ଯଦି ଆପଣଙ୍କ ଗୋଡ ମଧ୍ୟ ବହୁତ ଫାଟୁଛି ତେବେ ଆପଣ ମଧ୍ୟ ଏହି ଉପାୟ କରି ପାରିବେ । ଏବଂ ଦେଖିବେ କେମିତି ଆପଣଙ୍କ ପାଦ ସୁନ୍ଦର ହୋଇଯିବ ଓ ଫଟା ଦାଗ କୁଆଡେ ଉଭେଇଯିବ । ଆଶା କରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ  ଆପଣଙ୍କୁ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *