କାହାର ହୃଦୟକୁ ଜିତିବା ପାଇଁ କଣ କରିବେ- Krishna Vani

କୁହାଯାଏ ଜୀବନରେ ମିଶିକି ରହିବା ନିହାତି ଆବଶ୍ୟକ ହୋଇଥାଏ । ଏହି ସେହି ସମୟ ଅଟେ ଗୋଟେ ନୂଆ ସମ୍ପର୍କର ଆରମ୍ଭ କରିବାର । ମିଶିକି ରହିଲେ ସମ୍ପର୍କ ମଜଭୁତ ହୋଇଥାଏ । ବ୍ୟାପାରରେ ବୃଦ୍ଧି ହୋଇଥାଏ । କିନ୍ତୁ ସବୁଠୁ ଅଧିକ ମହତ୍ଵପୂର୍ଣ ଅଟେ ବ୍ୟବହାର । ଏବେ ଏହା ଉପରେ ବିଚାର କରିବା, ବ୍ୟବହାର ଗୋଟେ ଏମିତି ଜିନିଷ ହୋଇଥାଏ ଯେଉଁଥିରେ ମାନ ଓ ସନମାନ ଦୁଇଟି ଜାକ ମିଳିଥାଏ ।

ଆପଣ ଶୁଣିଥିବେ ତାର ବ୍ୟବହାର ବହୁତ ଭଲ ଅଟେ, ସେ ବହୁତ ସୁନ୍ଦର କଥା କହୁଛି । ନିଜ ଲୋକଙ୍କ ହୃଦୟ ଜିତିବା ପାଇଁ ଆପଣଙ୍କ ବ୍ୟବହାର ବହୁତ ଭଲ ହେବ ଦରକାର ହୋଇଥାଏ ।

ପ୍ରତେକ ବ୍ୟକ୍ତି ଭଲପାଇବା ଠାରୁ ସନମାନ ଚାହିଁ ଥାଏ । ଆପଣ କାହାକୁ ଭଲ ପାଆନ୍ତୁ କି ନାହିଁ, ଯଦି ତାକୁ ସମ୍ମାନ ଦେବେ ସେ ସବୁବେଳେ ତୁମକୁ ମନେରଖିବ । ଯଦି ତୁମେ କାହାକୁ ଭଲ ପାଉଛ ଓ ତାର ଭଲପାଇବା ପାଇବାକୁ ଚାହୁଁଚ, ତେବେ ସର୍ବ ପ୍ରଥମେ ଆପଣଙ୍କୁ ତାଙ୍କ ପାଇଁ ଝୁକିବାକୁ ପଡିବ । ଆପଣଙ୍କ ହୃଦୟରେ ତାଙ୍କ ପାଇଁ ଅତୁଟ ପ୍ରେମ ଥିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ଭଲପାଉଛନ୍ତି ତା ପାଇଁ ସେତିକି ଯତ୍ନବାନ ହେବ ନିହାତି ଭାବରେ ଦରକାର ।

ଆପଣଙ୍କ ଚେହେରାରେ ତାଙ୍କ ପାଇଁ ଭଲପାଇବା  ଦେଖାଯାଉଥିବା ଦରକାର । ସବୁ ବ୍ୟକ୍ତି ଚାହେଁ ଯେବେ କିଏ ତାକୁ ଭଲପାଉଛିତ ତାକୁ ଜୀବନଠୁ ଅଧିକ ପ୍ରେମ କରୁ । ଯଦି ଆପଣ ଆପଣଙ୍କ ଜୀବନରେ କାହାକୁ ଚାହୁଁଛନ୍ତି ଏହା ନିଶ୍ଚିତ କରିଥାଏ ଆପଣଙ୍କ ହୃଦୟ । ଆଉ ଆପଣ ନିଜ ଲୋକଙ୍କ ହୃଦୟରେ କେତେ ପର୍ଯ୍ୟନ୍ତ ରହିବେ ଏହା ନିଶ୍ଚିତ କରିଥାଏ ଆପଣଙ୍କ ବ୍ୟବହାର । ଆପଣ ବସ୍ତ୍ର ଓ ଭାଷାରେ ଚେଞ୍ଜ ଆଣନ୍ତୁ ଓ ଲୋକଙ୍କ ପ୍ରତି ନିଜ ବ୍ୟବହାର ମଜଭୁତ କରନ୍ତୁ ।

ସବୁବେଳେ ସତ କହିବାର ଅଭ୍ୟାସ କରନ୍ତୁ । ଦେଖିବେ ପ୍ରତେକ ଲୋକ ଆପଣଙ୍କୁ ଭଲ ପାଇବ । ଆପଣ ଆପଣଙ୍କ ବ୍ୟବହାର ଦ୍ଵାରା କାହାରବି ହୃଦୟ ଜିତି ପାରିବେ ଆଉ ତାର ହୃଦୟରେ ଆପଣଙ୍କ ପାଇଁ ଜାଗା ମଧ୍ୟ ବନେଇପାରିବେ । ନିଜ ଭଲପାଇବା ଓ ବ୍ୟବହାର ଦ୍ଵାରା ଆପଣ ଅନ୍ୟ ହୃଦୟରେ ସବୁବେଳେ ଜୀବିତ ରହିପାରିବେ । ମନ ଆପଣଙ୍କ ପ୍ରସନ୍ନ ହୋଇକି କହିବ ରାଧେ ରାଧେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *