ଶାସ୍ତ୍ର ଅନୁସାରେ, ଦ୍ଵିପ୍ରହର ସମୟରେ କରାଯାଇଥିବା ଏହି କାମ ମଣିଷକୁ କରିଦିଏ କଙ୍ଗାଳ

ଆମ ହିନ୍ଦୁ ଧର୍ମରେ ଆମେ ଶାସ୍ତ୍ରକୁ ବହୁତ ପ୍ରାଧ୍ୟାନ୍ୟ ଦେଇଥାଉ । ଆମର ଦୈନନ୍ଦିନ କାର୍ଜ୍ୟକଳାପକୁ ନେଇ ଶାସ୍ତ୍ରରେ କିଛି ବାରଣ ଅଛି । ଆସନ୍ତୁ ଆମେ ଆଜି ଏମିତି କିଛି ଜାଣିବା । ଏମିତି ବହୁତ ସମୟ ହୁଏ ଶାରୀରିକ ଓ ମାନସିକ ପରିଶ୍ରମ ପରେ ଆମକୁ ଥକାପଣ ଅନୁଭବ ହୁଏ । ଏହି କାରଣରୁ ଆମେ ଅସମୟରେ ଶୋଇପଡୁ । କିନ୍ତୁ କିଛି ନିର୍ଦ୍ଧିଷ୍ଟ ସମୟରେ ଶୋଇବା ସମ୍ପୂର୍ଣ ଭାବେ ଭୁଲ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି ।

ଅସମୟରେ ଶୋଇବା ଆପଣଙ୍କୁ ଆରାମ ଦେଇଥାଏ ସତ କିନ୍ତୁ ପରେ ଏହା ଆପଣଙ୍କ ପାଇଁ ହାନିକାରକ ହେଇପାରେ । ସମ୍ପୂର୍ଣ ଦିବସ ମଧ୍ୟରୁ କିଛି ସମୟରେ ଶୋଇଲେ ମାତା ଲକ୍ଷ୍ମୀ ଛାଡି ଯାଇପାରନ୍ତି ।

ଏହି ସମୟରେ ଶୋଇଲେ ଦେବୀ-ଦେବତା ରୁଷ୍ଟ ହୋଇ ପାରନ୍ତି

1. ଶାସ୍ତ୍ରରେ ନିଦକୁ ନେଇକି କୁହାଯାଇଛି କି “ଦିବାସ୍ଵାପମ ଚ ବର୍ଜୟତ “ ଅର୍ଥାତ ଦିବା ସମୟରେ ଶୋଇବା ଶାସ୍ତ୍ର ବିରୋଧୀ ଅଟେ ।

2. ଛୋଟପିଲା, ରୋଗୀ, ବୃଦ୍ଧ ବ୍ୟକ୍ତି ଆଦି ଦିନରେ ଶୋଇପାରିବେ । ଏମାନଙ୍କ ପାଇଁ ଶାସ୍ତ୍ରରେ ଶୋଇବା ଉପରେ କିଛି ପ୍ରବନ୍ଧ ଲଗାଯାଇ ନାହିଁ ।

3. ଦିବା ସମୟରେ ଶୋଇବା ଗୋଟେ ସୁସ୍ଥ ମଣିଷର ବର୍ବାଦର କାରଣ ହୋଇଥାଏ । ତାହାର ଜୀବନର ସ୍ଥାୟିତ୍ଵ ନଥାଏ ଓ ସେ ବ୍ୟକ୍ତି ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାଏ ।

4. ଦିନରେ ଏମିତି କିଛି ସମୟ ଅଛି ଯେଉଁ ସମୟରେ ଶୋଇଲେ ଶାସ୍ତ୍ରରେ ତାକୁ ଅଶୁଭ ବୋଲି କୁହାଯାଇଛି । ଯେମିତିକି ସୂର୍ଯ୍ୟ ଉଦୟ ପରେ ଶୋଇବା ଅଶୁଭ ବୋଲି କୁହାଯାଇଛି ।

5. ସୁର୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବା ପରେ ମୁକ୍ତ ଆକାଶ ତଳେ ଭ୍ରମଣ କଲେ ଦେହ ସୁସ୍ଥ ରହିଥାଏ ।

6. ଦିନ ଦ୍ଵିପହର ଠାରୁ ଆରମ୍ଭ କରି ସନ୍ଧ୍ୟା ସମୟ ମଧ୍ୟରେ ଶୋଇବା ଅଶୁଭ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

7. ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଶୋଇଲେ ପେଟ ସମ୍ଭଧୀତ ରୋଗ ହୁଏ ଓ ମନ ଅଶାନ୍ତ ରୁହେ ।

8. ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଶୋଇଲେ ମାନସିକ ଶକ୍ତି ଦୁର୍ବଳ ହୁଏ, ଶରୀରରେ ଅଳସ ଅନୁଭବ ହୁଏ । ଏହି କାରଣରୁ ରୋଗର ପ୍ରଭାବ ରହିଥାଏ ।

9. ଶାସ୍ତ୍ରରେ କୁହାଯାଇଛି କି ଦ୍ଵିପହର ଓ ସନ୍ଧ୍ୟା ସମୟରେ ଦେବୀ ଦେବତା ମାନେ ଧରାପୃଷ୍ଠରେ ରୁହନ୍ତି । ତେଣୁ ଏହି ସମୟରେ ଶୋଇଲେ ମଣିଷ ସେମାନଙ୍କ ଆଶୀର୍ବାଦରୁ ବଞ୍ଚିତ ହୁଏ ।

10. ସନ୍ଧ୍ୟା ସମୟରେ ଘରେ ପୂଜାପାଠ ଓ ଭଗବାନଙ୍କ ଭଜନ କରିବା ଉଚିତ, ଏହା ଦ୍ଵାରା ଘରର ଦୁର୍ଭାଗ୍ୟ ଦୂର ହୁଏ ଓ ଶରୀରର ରୋଗ ସମସ୍ଯା ଦୂର ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ,  ଯଦି ପସନ୍ଦ ଆସିଥାଏ ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ଭଲ ଭଲ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *