କାହିଁକି Jynaklin ଆସିଲେ ନାହିଁ ନିଜ ଭଉଣୀ Somalinଙ୍କ ନିର୍ବନ୍ଧକୁ ?

ଟିଭି ଇଣ୍ଡସତ୍ରିରେ ଅଭିନୟ କରୁଥିବା କଳକାର ମାନେ ନିଜର ଜବରଦସ୍ତ ପ୍ରଦର୍ଶନ ଯୋଗୁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଟିଭି ଜଗତର କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନଙ୍କ ନିର୍ବନ୍ଧକୁ ଅଭିନେତ୍ରୀ ଜ୍ୟାକଲିନ କଣ ପାଇଁ ଆସି ନାହାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ହେଉଛନ୍ତି ଅଭିନେତ୍ରୀ ଜ୍ୟାକଲିନଙ୍କ ଭଉଣୀ ।

ତେବେ ଖୁଶିର ଖବର ହେଉଛି ଗତ କାଲି ସନ୍ଧ୍ୟାରେ ସୋମାଲିନ ପରିଡା ଓ ନିଶିତ ନାୟକଙ୍କ ନିର୍ବନ୍ଧ ଶେଷ ହୋଇଛି । ଏ ନିର୍ବନ୍ଧ ପାର୍ଟିରେ ସମସ୍ତ ଅତିଥି ଯୋଗ ଦେଇଥିଲେ । କିନ୍ତୁ ସୋମାଲିନଙ୍କ ଭଉଣୀ ଜ୍ୟାକଲିନ ଓ ତାଙ୍କ ସ୍ଵାମୀ ଅରବିନ୍ଦ ଏହି ପାର୍ଟିରେ ଯୋଗ ଦେଇ ନ ଥିଲେ । ଜ୍ୟାକଲିନ ଓ ଅରବିନ୍ଦଙ୍କ ବିବାହ ଗତ କିଛି ଦିନ ତଳେ ହୋଇଥିଲା । ସୋମାଲିନ ନିଜ ଭଉଣୀ ମ୍ୟାରେଜରେ ଆରମ୍ଭରୁ ଶେଷ ଯାଏଁ ଥିବାର ନଜର ଆସିଥିଲେ । ଏହା ସହ ସୋମାଲିନ ଜ୍ୟାକଲିନଙ୍କ ଶାଶୁଘରେ ମଧ୍ୟ ତାଙ୍କ ମଜାମସ୍ତି କରିବାର ନଜର ଆସିଛନ୍ତି । ଦୁଇ ଭଉଣୀ ମଧ୍ୟରେ ଗଭୀର ଭଲ ପାଇବା ସହ ଅତୁଟ ସମ୍ପର୍କ ମଧ୍ୟ ରହିଛି ।

ଏହା ସତ୍ବେ ମଧ୍ୟ କେଉଁ କାରଣରୁ ଜ୍ୟାକଲିନ ସୋମାଲିନଙ୍କ ନିର୍ବନ୍ଧ ପାର୍ଟିରେ ଯୋଗ ଦେଇ ନାହନ୍ତି ତାହା ନେଇ ତାଙ୍କ ଫ୍ୟାନ୍ସ ମାନେ ପ୍ରଶ୍ନ କରିଛନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ଜ୍ୟାକଲିନ ଓ ଅରବିନ୍ଦ ଦୁହେଁ ହାଇଦ୍ରାବାଦରେ ଅଛନ୍ତି ।

ଦୁହିଙ୍କର କୌଣସି ବ୍ୟକ୍ତିଗତ କାରଣ ଯୋଗୁ ସେମାନେ ସୋମାଲିନଙ୍କ ନିର୍ବନ୍ଧ ପାର୍ଟିରେ ଉପାସ୍ଥିତ ହୋଇପାରି ନାହାନ୍ତି । ଅନ୍ୟ କ୍ଷେତ୍ର ରେ ସୋମଳିନ ଅଚାନକ ନିଜର ଏନଗେଜମେଣ୍ଟ ପାର୍ଟି ସ୍ଥିର କରିଥିଲେ । ତେବେ ବହୁତ ଭଲ ଭାବେ ନିଶିତ ଓ ସୋମାଲିନଙ୍କ ନିର୍ବନ୍ଧ ପାର୍ଟି ଶେଷ ହୋଇଛି ।

ନିଶିତ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସିରିଏଲ ଓ ଫିଲ୍ମ ପ୍ରଡ୍ୟୁସର । ନିଶିତ ଓ ସୋମାଲିନ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ବସିଥିଲେ । ଦୁହେଁ ବହୁତ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହିଙ୍କ ଯୋଡି ଦେଖିବାକୁ ବହୁତ ସୁନ୍ଦର ଲାଗୁଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଆଶା କରୁଛୁ ନିଶିତ ଓ ସୋମାଲିନଙ୍କ ବୈବାହିକ ଜୀବନ ସୁଖମୟ ହେଉ । ଦୁହେଁ ହସ ଖୁସିରେ ନିଜର ଲାଇଫ ସ୍ପେନ୍ଡ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ନିଶିତ ଓ ସୋମାଲିନଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *