ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଆକ୍ସନ ଓ ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା ଆଉ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯାହା ଶୁଣିବା ପରେ ସ୍ତ୍ରୀ ତୃପ୍ତି ଆଉ ସହି ନ ପାରି ଦେଖା କରିବାକୁ ଆସିଥିଲେ ସ୍ଵାମୀ ବାବୁସାନ ଙ୍କୁ ।
ଏ ନେଇ ଓଡିଆ ଅଭିନେତା ରବି ମିଶ୍ର ଗଣ ମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ଅଭିନେତା ରବି ମିଶ୍ର କହିଛନ୍ତି ଦମନ ସିନେମା ପ୍ରମୋଶନରେ ଯାଇ ବାବୁସାନ ଅସୁସ୍ଥ ହୋଇଥିଲେ । ଦମନ ଫିଲ ପ୍ରମୋଶନ ପାଇଁ ଦିଲ୍ଲୀ ରୁ ଲେ ପରେ ଲଦାଖ ଯାଇଥିଲେ ପୁରା ଟିମ । ସେଠାରେ ୧୭୦ କିମି ବାଇକ ରେ ଯାତ୍ରା କରିଥିଲେ ବାବୁସାନ ଆଉ ସେଠାରେ ତାଙ୍କର ଅକ୍ସିଜେନ ଲେବଲ କମ ହୋଇଥିଲା । ସମସ୍ତେ ଅସୁସ୍ଥ ହୋଇ ପଡିଲେ କିନ୍ତୁ ବାବୁସାନ ଅଧିକ ଗୁରୁତର ହୋଇ ପଡିଲେ ।
ସେଠାରେ ମିଲିଟାରୀ ଡାକ୍ତରଙ୍କ ସାହାଯ୍ୟରେ ଚିକିତ୍ସା କରାଇଲୁ ଆଉ ଭଲ ହେଲେ ଭଲ ହେଲା ପରେ ମଧ୍ୟ ସମସ୍ତେ ଦିଲ୍ଲୀ ଫେରିଥିଲେ । ବାବୁସାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏବେ ବାବୁସାନ ଆଉ ତୃପ୍ତିଙ୍କ ମଧ୍ୟରେ ସଂପୂର୍ଣ୍ଣ ଭଲ ଚାଲିଛି । ହସ୍ପିଟାଲରେ ବାବୁସାନଙ୍କ ଆଡମିସନ ତୃପ୍ତି କରିଥିଲେ । ଦୀର୍ଘ ଦିନର ପରିଶ୍ରମ ତୃପ୍ତି କରିଛନ୍ତି ଆଉ ଏବେ ଯେଉଁ ଫେରିବା ଦୃଶ୍ୟ ଆପଣ ଦେଖିଲେ ତୃପ୍ତି ସ୍କୁଲକୁ ଯାଇଥାନ୍ତି ଯେହେତୁ ସ୍କୁଲରେ ପରୀକ୍ଷା ଚାଲିଛି ଆଉ ଛୋଟ ପିଲା ଯେମିତି ହଇରାଣ ନ ହେବେ ।
ସେ ସ୍କୁଲ ଯାଇ ନିଜ କାମ ସାରି ହସ୍ପିଟାଲ ରେ ବାବୁସାନଙ୍କ ପାଖକୁ ଆସନ୍ତି । ଦୀର୍ଘ ୮ ଦିନ ହେଲା ସେ ଏଇଠି ଥିଲେ । ତୃପ୍ତି ବାବୁସାନଙ୍କ ପାଖରେ ରହୁଛନ୍ତି ଏବେ ବି ଅଛନ୍ତି । ଦମନ ଫିଲ୍ମ ଆସନ୍ତା ୩୦ ତାରିଖରେ ରିଲିଜ ହେବାକୁ ଯାଉଛି । ଆଉ ଏହି ଫିଲ୍ମଟି ସଂପୂର୍ଣ୍ଣ ଓର୍ଜିନାଲ । କପି କପି କହି ଓଡିଆ ଇଣ୍ଡଷ୍ଟ୍ରିକୁ କ୍ରିଟିସାଇଜ କରାଯାଉଛି ହେଲେ ଏହି ଦମନ ଫିଲ୍ମ ପୁରା ଓର୍ଜିନାଲ । ଆଉ ଏହି ଫିଲ୍ମଟି ଆମ ମାଟିର କାହାଣୀ । ବହୁତ ସୁନ୍ଦର ହୋଇଛି ଏହି ଫିଲ୍ମଟି ତିଆରି ହେଇଛି ମୁଁ ବି ତାର କିଛି ପାର୍ଟ ଦେଖିଛି ।
ସମସ୍ତ ଓଡିଆବାସୀ ଏ ଫିଲ୍ମ ଦେଖିବା ଉଚିତ ଆଉ ନିଶ୍ଚୟ ଉଶ୍ଚାହ ହେବେ । ପ୍ରକୃତି କଥା ଉଠାନ୍ତୁ ନାହି ସେମାନେ ନିଜର ପୁଅକୁ ନେଇ ଆଗେଇ ଚାଲିଛନ୍ତି ବୋଲି ଶେଷରେ ରବି ମିଶ୍ର କହିଛନ୍ତି । ବାବୁସାନ ଘରକୁ ଫେରିଛନ୍ତି ଆଉ ତୃପ୍ତି ବି ତାଙ୍କ ସହିତ ଅଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।