ଛାତ୍ରୀଙ୍କ ପରେ ଏବେ ଶିକ୍ଷୟତ୍ରୀ! କାହିଁକି ଜୀବନ ହାରିଲେ, ରିଲ-ରାଣୀ Tanuja Biswas? ଦେଖନ୍ତୁ Video

ବନ୍ଧୁଗଣ ଯିବନକୁ ଗୀତ ପରି ଗାଉଥିବା ଆଉ ଫିଲ୍ମ ଡାଇଲଗ ପରି ବଞ୍ଚୁଥିବା ଏହି ଚୂଲବୁଲି ଝିଅଟି କଣ କେବେ ଆତ୍ମହତ୍ୟା କରିପାରେ ? ଏହି ଭିଡିଓ ରେ ଆପଣ ଦେଖି ପାରିବେ ଝିଅର ଖୁସି, ଖୁସି ଭିତରେ ଅଭିନୟ କରିବାର ଜୋସ ଓ ଜୀବନକୁ ହସି ଖେଳି ଉଡାଇ ଦେବାର କରାମତି । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ସହ ସହ ଭିଡିଓ କରି ସମସ୍ତଙ୍କ ଆଗରେ ପରିଚିତ ହୋଇ ପାରିଥିବା ଏହି ଝିଅ ଜଣକ ହେଉଛନ୍ତି ଉମରକୋଟ ସହରର ଝିଅ ତନୁଜା ବିଶ୍ଵାସ । ସେ ଜଣେ କ୍ରିଡା ଶିକ୍ଷୟତ୍ରୀ ଅଟନ୍ତି ।

ସହରର ହଟା କଲୋନୀ ସ୍ଥିତ ତାଙ୍କ ଘରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଗଦା ଗଦା ସର୍ଟ ଭିଡିଓ କରି ନିଜ ଜୀବନରେ ଖୁସି କରୁଥିବା ଏହି ଚୂଲବୁଲି ଝିଅର ଏମିତି କଣ ସମସ୍ଯା ହେଲା ଯେ ସେ ଏମିତି ଏକ ପଦକ୍ଷେପ ନେଲେ । ଉମରକୋଟ ପରି ଏକ ଛୋଟ ସହରରେ ସର୍ଟ ଭିଡିଓ କରି ସବୁବେଳେ ବୁଲୁଥିବା ଏହି ଝିଅକୁ ପ୍ରାୟତଃ ସମସ୍ତେ ଜାଣିଥିଲେ ।

ସେଥିପାଇଁ ତ ସମସ୍ତେ ତାର ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହେଉଛନ୍ତି । ଉମରକୋଟ ବ୍ଲକ ଅନ୍ତର୍ଗତ ଜାମାରୁଣ୍ଡା ଆବାସୀକ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ରିଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ତନୁଜା ଏ ଅଞ୍ଚଳରେ ଜଣାଶୁଣା ଥିଲେ । କାରଣ ସେ ଜିଲ୍ଲା ର ବହୁତ ଅଞ୍ଚଳକୁ ଯାଇ ବାଳିକା ମାନଙ୍କୁ ଆତ୍ମରକ୍ଷାର କୌଶଳ ଶିଖାଉଥିଲେ । ଆଉ କ୍ରିଡା କ୍ଷେତ୍ରରେ ଅଗ୍ରଗତି କରିବାକୁ ଉଶ୍ଚାହିତ କରୁଥିଲେ ।

ଯିଏ ଅନ୍ୟ ଝିଅ ମାନଙ୍କୁ ଆଗକୁ ବଢିବାକୁ କହୁଥିଲେ ସେ କେମିତି ହଠାତ ଏମିତି ଏକ ଅଫେରା ରାଇଜକୁ ଚାଲିଗଲେ । କାହାକୁ କିଛି ନ କହି ସେ କେମିତି ଏହି ପଦକ୍ଷେପ ନେଲେ । ସକାଳେ ତନୁଜା ଘରେ ଥିବା ସମୟରେ ତାଙ୍କ ବାପା ତାଙ୍କୁ ଜଳଖିଆ ଦେଇ ବାହାରକୁ ଯାଉଥିଲେ । କିଛି ସମୟରେ ପରେ ଘରକୁ ଫେରିବା ପରେ ତନୁଜାଙ୍କ ବାପା ଦେଖିବାକୁ ପାଇଲେ କି ତନୁଜା ଙ୍କ ମର ଶରୀର ଫ୍ୟାନ ରେ ଝୁଲୁଛି ।

ଏହା ଦେଖିବା ପରେ ତନୁଜା ଙ୍କ ବାପା ପୋଲିସକୁ ଖବର ଦେଇଥିଲେ । ତନୁଜାଙ୍କର ସେହି ଘରୁ ସୁସାଇଟ ନୋଟ ମଧ୍ୟ ପୋଲିସ ଜବତ କରିଛି । ଯାହା ଇଂରାଜୀ ଲିପିରେ ବଙ୍ଗଳା ଭାଷାରେ ଲେଖା ଯାଇଛି । ତେବେ ଏହି ଘଟଣା ବାବଦରେ ଏତିକି କୁହାଯାଇ ପରେ କି ବନ୍ଧୁଗଣ ଜୀବନରେ ଅନେକ ସମସ୍ଯା ଆସିବ ଆଉ ଦୁଃଖ ମଧ୍ୟ ଆସିବ ।

କିନ୍ତୁ ଏହାର ସମାଧାନ କେବେ ଆତ୍ମହତ୍ୟା ନୁହେଁ । ଦୁର୍ବଳ ଲୋକ ମାନେ ଆତ୍ମହତ୍ୟା କରି ସମସ୍ଯା ଠାରୁ ଦୂରେଇ ନେବାକୁ ଚେଷ୍ଟା କରନ୍ତି ଆଉ ଭୟ କରନ୍ତି । ଯଦି ଜୀବନର ଗୋଟିଏ ଦିଗ ଆମ ପାଇଁ ବନ୍ଦ ହୋଇଗଲା ତେବେ ଏହାର ଅର୍ଥ ନୁହେଁ କି ଜୀବନ ସେଠାରେ ସରିଗଲା ।

ଆପଣ ମାନେ ଆଖି ଖୋଲି ଦେଖି ପାରିବେ ଏକ ସୁନ୍ଦର ଜୀବନ ପାଇଁ ଆହୁରି ଅନେକ ବାଟ ଆମ ଆଗରେ ଖୋଲା ଅଛି । ତେଣୁ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *