ଭୁବନେଶ୍ୱରେ ମୋ ପ୍ରେମ ଆରମ୍ଭ ହେବ, ଏବେ ଖାଲି ଡ୍ରାମା ଚାଲିଛି, ପାଲା ଚାଲିଛି, କାହିଁକି ଏମିତି କହିଲେ Prakruti Mishra… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ରେ ଖୁବ ସୁନ୍ଦର ଆଉ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଅନେକ ସାରା ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରି ଆଜିକା ଡେଟ ରେ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରିଛନ୍ତି । ସେ ଅଧିକାଂଶ ସମୟ ବମ୍ବେ ରେ ରୁହନ୍ତୁ ।

ଆଉ ହିନ୍ଦୀ ସିରିଏଲ ରେ ମଧ୍ୟ ଅଭିନୟ କରିଥାନ୍ତି । ବର୍ତ୍ତମାନ ତାଙ୍କୁ ବଲିଉଡ ତରଫରୁ ମଧ୍ୟ ଫିଲ୍ମ କରିବା ପାଇଁ ଅଫର ଆସିବାରେ ଲାଗିଛି । ତେବେ ଗତ କିଛି ଦିନ ତଳେ ପ୍ରକୃତି-ବାବୁସାନ-ତୃପ୍ତି ବିବାଦକୁ ନେଇ ସାରା ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ସବୁ କିଛି ଠିକ ଠାକ ହୋଇ ଯାଇଛି । ଆଉ ଏବେ ପୁଣି ଥରେ ପ୍ରକୃତି ଓଡିଶା ଫେରିଛନ୍ତି ନିଜର ଆଗାମୀ ଫିଲ୍ମ ଶୁଟିଙ୍ଗ ପାଇଁ ।

ସେ ବର୍ତ୍ତମାନ ସମୟରେ ନିଜ କାମ ଓ କ୍ଯାରିୟର ପ୍ରତି ଅଧିକ ଫୋକସ କରିବାର ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ତାଙ୍କର ଏକ ଫିଲ୍ମ ଶୁଟିଙ୍ଗ ଚାଲିଛି ଢେଙ୍କାନାଳ ରେ ଯାହାକୁ ନେଇ ଗଣମାଧ୍ୟମ କିଛି ପ୍ରତିକ୍ରିୟା ଦେଇଛନ୍ତି ପ୍ରକୃତି ମିଶ୍ର । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି କି “ମୁଁ ଛୁଆ ବେଳୁ କପିଳାସ ବହୁତ ଥର ଦେଖି ସାରିଲିଣି । ମୋ ପିଉସୀଙ୍କ ଘର ଢେଙ୍କାନାଳ ରେ । ସେଥିପାଇଁ ପିଲାବେଳୁ ଢେଙ୍କାନାଳ ସହ ମୋର ଅଲଗା ହିଁ ସମ୍ପର୍କ ଅଛି । ଏଠାରେ ବହୁତ ବଢିଆ ଲାଗୁଛି । ଗୋଟେ ଅଲଗା ଜାଗାରେ ଶୁଟିଙ୍ଗ ଚାଲିଛି । ଭୁବନ ରେ ଗୋଟେ ଫାର୍ମ ହାଉସରେ ଶୁଟିଙ୍ଗ ଚାଲିଛି । ଶୀତ ଲାଗୁଛି ତଥାପି ବହୁତ ମଜା ଲାଗୁଛି ।

ପ୍ରେମର ଆରମ୍ଭ ଏ ଯାଏଁ ହେଇନି ବାସ କମେଡି ଚାଲିଛି ସବୁ ପାଲା ଚାଲିଛି । ଯେମିତି ଷ୍ଟୋରି ଅଛି । ଆମେ ଯେବେ ଆଗକୁ ଭୁବନେଶ୍ଵର ଯିବୁ ସେଠାରେ ପ୍ରେମର ଆରମ୍ଭ ହେବ । ଏବେ ଖାଲି ମୂଳଦୁଆ ଷ୍ଟ୍ରଙ୍ଗ କରା ଯାଉହୀ । ଏଟା ଗୋଟେ ବଢିଆ କମେଡି ପ୍ଲାଟ ଟ୍ଵିଷ୍ଟ ଅଛି ଯାହା ଆଜି ସୁଟ ହେଲା ।

ଏଥିରେ ଅନେକ ସୁନ୍ଦର କଳାକାର ମାନେ ଅଛନ୍ତି ଯାହାଙ୍କ ସହ ମୁଁ ଅନେକ ଦିନ ପରେ କାମ କରିଲି ମୋତେ ବହୁତ ଖୁସି ଲାଗୁଛି” । ତେବେ ଏହି ଭଳି ଭାବେ ନିଜର ଫିଲ୍ମ କୁ ନେଇ ବୟାନ ଦେଇଛନ୍ତି ହିରୋଇନ ପ୍ରକୃତି ମିଶ୍ର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *