କାହିଁକି ହୁଏ ହାର୍ଟ ଆଟାକ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ- Dr. J.K. Padhi

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହୃତପିଣ୍ଡ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ପ୍ରତ୍ୟେକ କୋଷ, ଟିସୁ ଓ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ । ବିଭିନ୍ନ କାରଣରୁ ହୃତପିଣ୍ଡ ନିଜ କାର୍ଯ୍ୟ କରିବାରୁ ଅସମର୍ଥ ହେଲେ ହାର୍ଟ ଆଟାକ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ହାର୍ଟ ଆଟାକ ହେବାର କାରଣ ଓ ଲକ୍ଷଣ କଣ ଏବଂ ଏହା ସହିତ ଏହାର ନିବାରଣ କିପରି କରିବା ସେହି ସମ୍ବନ୍ଧରେ ଆପଣ ମାନଙ୍କୁ ଅବଗତ କରାଇବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ମନୁଷ୍ୟ ଶରୀରର ହୃତପିଣ୍ଡ ହେଉଛି ମାଂସ ପିଣ୍ଡୁଳା ସଦୃଶ । ଏହା ୪ ପ୍ରକୋଷ୍ଠ ବିଶିଷ୍ଟ । ଫୁସଫୁସ ର ରକ୍ତ ବିଶୁଦ୍ଧ ହେବା ପରେ ସମସ୍ତ ଅଙ୍ଗ କୁ ହୃତପିଣ୍ଡ ଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ ।

ବିଭିନ୍ନ ପ୍ରକାରର ହୃଦ ରୋଗ-

ହୃତପିଣ୍ଡ ଜନିତ ଅନେକ ରୋଗ ରହିଛି । ବଂଶଗତ କାରଣରୁ ହୃଦ ରୋଗ ହୋଇପାରେ । ଆଣ୍ଠୁ ଗଣ୍ଠି ବାତ କାରଣରୁ ମଧ୍ୟ ହୃଦ ରୋଗ ହୋଇପାରେ । ଏହା ସହିତ ଉଚ୍ଚ ରକ୍ତ ଚାପ ହେଲେ ମଧ୍ୟ ହୃଦ ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଇସ୍କେମିକ ହାର୍ଟ ଡିଜିଜ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ମଧୁମେହ ରୋଗ ରହିଛି ଏବଂ ଯେଉଁମାନେ ଅଧିକ ଧୂମମରପାନ ବା ନିଶାଆପାନ କରୁଛନ୍ତି ସେମାନଙ୍କୁ ମଧ୍ୟ ହୃଦ ରୋଗ ହେବାର ସମ୍ଭାବନା ଥାଏ ।

ହୃଦ ରୋଗ ହେବାର ଲକ୍ଷଣ-

ଯଦି ହୃଦ ରୋଗ ଭଳି ସମସ୍ୟା ଶରୀରରେ ଦେଖା ଯାଇଥାଏ ତେବେ ଆପଣ ପୂର୍ବ ଅପେକ୍ଷା ଅଧିକ ଚାଲି ପାରିବେ ନାହିଁ । ଚାଲିବା ସମୟରେ ଧଇଁସଇଁ ଲାଗିବ । ଛାତି ଯନ୍ତ୍ରଣା ମଧ୍ୟ ହେବ । ନାଭିର ଉପର ଓ ମାଢି ର ତଳ ଭାଗର ଯନ୍ତ୍ରଣା କୁ ମଧ୍ୟ ହାର୍ଟ ଆଟାକ ବୋଲି ଧରିନିଆ ଯାଇଥାଏ । ମୁଣ୍ଡ ବୁଲାଇଥାଏ, ଅଧିକ ଝାଳ ବାହାରିଥାଏ ଏବଂ ହୃଦ ସ୍ପନ୍ଦନ ମଧ୍ୟ ବଢ଼ି ଯାଇଥାଏ । ହୃତପିଣ୍ଡ ବଞ୍ଚିବା ପାଇଁ ମଧ୍ୟ ନିଜସ୍ଵ ରକ୍ତ ସଞ୍ଚାଳନ ବ୍ୟବସ୍ଥା ରହିଛି ।

ଏଥିରେ କୋଲେଷ୍ଟ୍ରଲ ଜମା ହେଲେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ଯାହା ଫଳରେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ସବୁ ଲକ୍ଷଣ ଦେଖାଗଲେ ଆଦୋୖ ଲୁଚାନ୍ତୁ ନାହିଁ । ୫୦ ପ୍ରତିଶତ ବ୍ୟକ୍ତିଙ୍କର  ହଠାତ ଜୀବନ ଚାଲିଯାଏ । ତେଣୁ ଏହି ସବୁ ଲକ୍ଷଣ ଶରୀରରେ ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

ହୃଦ ରୋଗର ନିରାକରଣ-

ସର୍ବ ପ୍ରଥମେ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଫଳରେ ଏହା ହାର୍ଟ ଉପରେ ପ୍ରଭାବ ପକାଇବ ନାହିଁ । ଡାଇବେଟିସ କୁ ନିୟନ୍ତ୍ରଣ କରିବେ ଏବଂ ନିୟମିତ ବ୍ୟାୟାମ କରିବେ । ନିଶା ଦ୍ରବ୍ୟର ସମ୍ପୂର୍ଣ୍ଣ ରୂପରେ ବର୍ଜନ କରିବେ । ଅଧିକ ତେଲ ଓ ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ପ୍ରାୟତଃ ବ୍ୟକ୍ତି ଙ୍କୁ ବଂଶଗତ କାରଣରୁ ମଧ୍ୟ ହାର୍ଟ ଆଟାକ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ମାନଙ୍କ ପରିବାର ରେ କାହାକୁ ଏହି ସମସ୍ୟା ରହିଛି ତେବେ ସେ ନିୟମିତ ଭାବରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ।

ତେବେ ବନ୍ଧୁଗଣ ଯଦି ଆପଣ ଏହି ସବୁ ଉପାୟ ର ଅବଲମ୍ବନ କରିବେ ତେବେ ହୃଦ ରୋଗ ଭଳି ଭୟଙ୍କର ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

Leave a Reply

Your email address will not be published. Required fields are marked *