ବନ୍ଧୁଗଣ ସଂସାରରେ ପୁରୁଷ ଏବଂ ନାରୀ ଉଭୟଙ୍କର ମହତ୍ଵ ଅନେକ ରହିଅଛି । ଉଭୟ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି । ମାତ୍ର ଉଭୟଙ୍କ ଚିନ୍ତା ଧାରା ସମାନ ହୋଇନଥାଏ କେତେକ କ୍ଷେତ୍ରରେ ଉଭୟଙ୍କର କଥାବାରତା ସମାନ ହୋଇନଥାଏ । କିନ୍ତୁ ଯଦି ଦୁହେଁ ଦୁହିଙ୍କୁ ଉଚିତ ଭାବେ ବୁଝୁଥାନ୍ତି ତେବେ ତାଙ୍କର ସମସ୍ତ ପରିସ୍ଥିତିର ସାମାଧାନ ହୋଇଯାଇଥାଏ । ବନ୍ଧୁଗଣ କିଛି କ୍ଷେତ୍ରରେ ଆମେ ଦେଖିବାକୁ ପାଇଥାଉ ଯେ ନାରୀମାନଙ୍କୁ ପୁରୁଷ ପ୍ରତ୍ୟକ କଥାର ସତ୍ୟତା କହିନଥାନ୍ତି କିମ୍ବା ପ୍ରତ୍ୟକ କଥା ପଛରେ ଲୁଚିଥିବା ରହସ୍ୟକୁ ମଧ୍ୟ ଉଲ୍ଲେଖ କରିନଥାନ୍ତି । ଆସନ୍ତୁ ଜାଣିବା ଏହା ପଛର କଥା ।
ବନ୍ଧୁଗଣ ଭଗବାନ ବିଷ୍ଣୁ ଏବଂ ନାରଦ କଥା ହେଉଥିଲେ, କୌଣସି ଏକ ବିଷୟକୁ ନେଇ ଭଗବାନ ବିଷ୍ଣୁ କହିଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ସୁଖ ଶାନ୍ତିର ବାରତା ଦେଇଥାଏ । ନାରଦ କହିଲେ ଯଦି ଉଭୟଙ୍କ ମଧ୍ୟରେ କଳହ ଲାଗେ ତେବେ କିପରି ସୁଖ ଶାନ୍ତିର ବାତାବରଣ ଉତ୍ତପନ୍ନ କରିବା ପ୍ରଭୁ । ଭଗବାନ କୁହନ୍ତି ଯେ କୈଳାସନାଥ ଏବଂ ମାତା ପାର୍ବତୀଙ୍କ ମଧ୍ୟରେ ଅପାର ପ୍ରେମ ରହିଅଛି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର କଳହ ଦେଖାଯାଏ ନାହିଁ । ତତ୍କ୍ଷଣାତ ନାରଦ ମୁନି କହୁଛନ୍ତି ଭଗବାନ ଯଦି ମୁଁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି କରେଇଦେବି ।
ବନ୍ଧୁଗଣ ଏହା ସତ୍ୟ ଅଟେ ଯେ ସମ୍ପର୍କରେ ଉଭୟ ମଧ୍ୟରେ କଳହ ଦେଖାଯିବା ସ୍ଵୋଭାବିକ ମାତ୍ର ଯଦି ତୃତୀୟ ପର୍ସନ ଆସି ଉଭୟଙ୍କ ମଧ୍ୟରେ କଳହ ଲଗାଏ ତେବେ ନିଶ୍ଚିତ ପ୍ରେମରେ କୌଣସି ପ୍ରକାର କମି ଏରହିଯାଇଛି ବୋଲି ଭାବିନେବେ । ବନ୍ଧୁଗଣ ବିଷ୍ଣୁ ଭଗବାନଙ୍କ ପାଖରୁ ନାରଦ ମୁନି କୈଳାସ ପର୍ବତ ଆଡକୁ ଗଲେ ଦେଖିଲେ ମାତା ଏକୁଟିଆ ଅଛନ୍ତି । ନାରଦ ପଚାରିଲେ ପ୍ରଭୁ କାହାନ୍ତି ମତେ କିଛି ବ୍ୟକ୍ତିଗତ କଥା ପଚାରିବାର ଅଛି ତାଙ୍କୁ । ମାତା ପାର୍ବତୀ କହିଲେ ସେ କେଉଁ କଥା ଅଟେ ଆପଣ ମତେ କୁହନ୍ତୁ ମୁଁ ପ୍ରଭୁଙ୍କୁ ଜଣେଇଦେବି କାରଣ ବର୍ତମାନ କୈଳାସରେ ପ୍ରଭୁ ନାହାନ୍ତି ।
ନାରଦ ମୁନି କହିଲେ ଯେ ନାହିଁ ମାତା ସେହି କଥାଟି ବ୍ୟକ୍ତିଗତ ଅଟେ ତାହା ମୁ ଆପଣଙ୍କୁ କହିପାରିବି ନାହିଁ । ମାତା କୁହନ୍ତି ପ୍ରଭୁ ଏବଂ ମୋର ମଧ୍ୟରେ କୌଣସି କଥା ବ୍ୟକ୍ତିଗତ ଅଟେ ନାହିଁ । ସେ ସମସ୍ତ କଥା ମତେ କୁହନ୍ତି । ନାରଦ କୁହନ୍ତି ମାତା ପୁରୁଷ କୌଣସି ନା କୌଣସି କଥା ସ୍ତ୍ରୀ କୁ ଲୁଚେଇ ରଖିଥାନ୍ତି । ସେ ଭଗବାନ ହୁଅନ୍ତୁ କିମ୍ବା ସାଧାରଣ ମଣିଷ ହୋଇଥାନ୍ତୁ । ମାତା କହିଲେ ଏଭଳି କୌଣସି କଥା ନାହିଁ ଯାହା ଆମ ମଧ୍ୟରେ ଲୁଚି ରହିଥାଏ । ନାରଦ ମୁନି କହିଲେ ଆପଣ ଆମର କଥା ଶୁଣିଛନ୍ତି?
ମାତା କହିଲେ ଏ କେଉଁ କଥା ଅଟେ ନାରଦ ମୁନି କହିଲେ ଏହା ପ୍ରେମ କଥା ଅଟେ । ଯାହାଙ୍କୁ ପ୍ରେମ କରିଥାନ୍ତି ତାହାଙ୍କୁ ଏହା ଶୁଣାଯାଇଥାଏ । ମାତା କହିଲେ ଏହାର ଅର୍ଥ ପ୍ରଭୁ ମତେ ପ୍ରେମହିଁ କରନ୍ତି ନାହିଁ । ନାରଦ ମୁନି କହିଲେ ତାହା ମୁଁ କିପରି କହିବି ମାତା । ତେବେ ମୁଁ ଯାଉଛି ବାବାଙ୍କୁ କହିବେନି ମୁଁ ଆସିଥିଲି ବୋଲି । ବନ୍ଧୁଗଣ କେତୋଟି ରହସ୍ୟ ପୂର୍ଣ କଥା ଅଛି ଯାହାକୁ ପୁରୁଷ ସ୍ତ୍ରୀଙ୍କ ଠାରୁ ଲୁଚେଇ ରଖିଥାନ୍ତି । କାରଣ ସ୍ତ୍ରୀଙ୍କୁ ସମସ୍ତ କଥା କହି ସମସ୍ୟାଟିକୁ ଅଧିକ ଜଟିଳ କରିବା ଉଚିତ ହୋଇନଥାଏ କାରଣ ସ୍ତ୍ରୀ ଙ୍କ ପେଟରେ କୌଣସି କଥା ରହିନଥାଏ ।
ଯେତେ ମଧ୍ୟ ରହସ୍ୟ ପୂର୍ଣା କଥା ହେଉଥା ସେମାନେ ଯଦି କାହା ସଙ୍ଗତରେ ଆସନ୍ତି ତେବେ ସେହି କଥାଟିକୁ ବାହାରକୁ ପ୍ରକାଶ କରିଦେଇଥାନ୍ତି । ଏହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।