ରାତି ଅଧରେ ଗମ୍ଭୀରା ଭିତରୁ ବାହାରୁଛି କାକଟପୁର ମା ମଙ୍ଗଳା । ଜଗନ୍ନାଥଙ୍କୁ ଜ୍ଵର ହେଲେ ମା ପରି ଯତ୍ନ ନିଏ ମା ମଙ୍ଗଳା । ମା ଙ୍କ ବିନା ହୋଇପାରିବନି ଜଗନ୍ନାଥଙ୍କର ନବ କଳେବର । ମୁଣ୍ଡିଆ ମାରି ସୋଇଲେ ରାତିରେ ଦେଖା ଦେଉଛି ମା ମଙ୍ଗଳା । ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ ମା ମଙ୍ଗଳାଙ୍କ ଅଲୌକିକ ଲୀଳା ବିଷୟରେ ବିସ୍ତାର ଭାବେ । ଦର୍ଶକ ବନ୍ଧୁ ମା ମଙ୍ଗଳା ହେଉଛି ଦୁନିଆର ମା ।
ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ, କୀଟପତଙ୍ଗ ସମସ୍ତଙ୍କର ମା ସିଏ । ଆଉ ଜଗତର ନାଥ ଜଗନ୍ନାଥଙ୍କର ମା ମଧ୍ୟ । ମା ମଙ୍ଗଳା ଜଗନ୍ନାଥ ଦାରୁର ସନ୍ଧାନ ଦେଇଥାନ୍ତି । ମା ଙ୍କ ବିନା ମହାପ୍ରଭୁ ଜଗନ୍ନାଥ ଜନ୍ମ ହୋଇପାରନ୍ତି ନାହି କି ନବ କଳେବର ହୋଇପାରେ ନାହି । ମା ଗୋଟେ ଦିନ ଚୁପ ରହିଲେ 12 ବର୍ଷ ଯାଏଁ ଶ୍ରୀ ମନ୍ଦିରର ରତ୍ନ ସିଙ୍ଘାସନ ଖାଲି ପଡିଯାଏ । ଆଜିର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ଏହା ବେସୀ ଦିନର ତଳର କଥା ନୁହେଁ । ଏହା 2015 ମସିହାର କଥା । ମହାପ୍ରଭୁ ଜଗନ୍ନାଥଙ୍କ ନବ କଳେବର ପାଇଁ ପ୍ରସ୍ତୁତି ଆରାମ୍ଭ ହୋଇଥାଏ । ପୁରୁଣା ବିଗ୍ରହ ପାତାଳୀ ହୋଇ ପୁଣି ନୂଆ ଗଢା ହେବେ । ଦାରୁ ଖୋଜିବା ସନ୍ଧାନରେ ବାହାରି ପଡିଲେ ଦଇତାପଦି ହେଲେ କେଉଁଠୁ ଖୋଜିବେ ଦାରୁ ? କିଏ କହିବ ଦାରୁର ଠିକଣା ?
ଦଇତାପଦି ମାନେ ଶପଥ କରି ଆସିଛନ୍ତି ଦାରୁ ନ ଆଣିପାରିଲେ ସମୁଦ୍ରରେ ଜୀବନ ଉଶ୍ଚର୍ଗ କରିବେ । ସାରା ଦଇତାପଦି ବଂଶ ନାସ ହୋଇଯିବ । ଏପ୍ରିଲ 3 ଗୁରୁବାର ସେଦିନ ଥିଲା । ସନ୍ଧ୍ୟା ଆଗରୁ ମା ମଙ୍ଗଳାଙ୍କ ମନ୍ଦିରରେ ପହଞ୍ଚିଥିଲେ ଦଇତାପଦି ଗଣ । ଆରମ୍ଭ ହେଲା ମା ଙ୍କର ପୂଜା ଅର୍ଚ୍ଚନା । ଦଇତାପଦି ମାନେ ଅଖିଆ ଉପାସରେ ମା ଙ୍କ ପୂଜାରେ ମଗ୍ନ ଥାନ୍ତି । ବେଳକୁ ବେଳ ରାତି ବଢି ଚାଲିଲା ।
ମୁଖ୍ୟ ଦଇତାପଦି ଆରମ୍ଭ କରିଲେ ଚଣ୍ଡୀପାଠ । ଯେଉଁ ମନ୍ତ୍ର ଜପ କରିଲେ ମା ନିଜେ ଆସନ୍ତି ତାହା ପାଠ କରିଲେ ଦଇତାପଦି ଗଣ । ମା ଙ୍କ ମୂର୍ତ୍ତି ଆଗରେ ପ୍ରାଣ ତ୍ୟାଗ କରିବାର ଶପଥ ନେଲେ । ଦଇତାପଦି ମାନେ ଶୋଇବା ପରେ ବେଢା ଶାନ୍ତ ପଡିଲା । ସଂପୂର୍ଣ୍ଣ ଜନଶୂନ୍ୟ ପରିବେଶ ସୃଷ୍ଟି ହେଲା । ଆଉ ହଠାତ ମା ଙ୍କ ଗମ୍ଭୀରା ଭିତରୁ ଆଲୋକ ଆସି ସେମାନଙ୍କ ମୁଣ୍ଡ ଉପରେ ଘୂରିବାକୁ ଲାଗିଲା ।
ଚନ୍ଦନ, କର୍ପୁରରେ ପରିବେଶ ମୁଖରିତ ହେଲା । ସେହି ଆଲୋକରେ ଦଇତାପଦିଙ୍କ ନିଦ୍ରା ଭଙ୍ଗ ହେଲା ଆଉ ସେହି ଆଲୋକ ମା ଙ୍କ ପ୍ରତିମାରେ ଲୀନ ହେଲା । ଯାହାକୁ ଦେଖି ଭୟଭୀତ ହେଲେ ଦଇତାପଦି ଗଣ । ଜଗତସିଂହପୂର ଜିଲ୍ଲାର ହରିପଡିଆ ଗାଁରେ ରହିଛି ଜଗନ୍ନାଥଙ୍କ ଦାରୁ ଆଉ ତାହା କେମିତି ଚିହ୍ନିବ ତାହା ବିଷୟରେ ମା ମଙ୍ଗଳା ସ୍ଵୟଂ ଜଣାଇଲେ । ଆଉ ସକାଳ ହେବା ପରେ ଦାରୁ ସନ୍ଧାନରେ ଲାଗି ପଡିଥିଲେ ଦଇତାପଦି ଗଣ ଆଉ ପାଇଲେ ମଧ୍ୟ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।