କଳା ଦୁଦୁରା ଫୁଲର ଉପାୟ, କଣ ଫାଇଦା ରହିଛି ଜାଣିଲେ ଉଡିଯିବ ହୋସ

ଆଜି ଆପଣଙ୍କୁ ଏମିତି ଚମତ୍କାର ବିଧି କହିବାକୁ ଯାଉଛି, ଆପଣଙ୍କର ଯାହା ମନସ୍କାମନା ଥିବା ଅତି ଶୀଘ୍ର ପୂର୍ଣ ହେବ । ଆପଣ ଥକି ଗଲେଣି ମନ୍ଦିରକୁ ଯାଇଯାଇ, ଅନେକ ନଡିଆ ମଧ୍ୟ ବାଡେଇସାରିଲେଣି ତଥାପି ଆପଣଙ୍କର କୌଣସି କାର୍ଯ୍ୟ ସିଦ୍ଧି ହେଉନାହିଁ । ତାହେଲେ ଏହି ପ୍ରୟୋଗ ମାତ୍ର ଥରେ କରନ୍ତୁ । ତାପରେ ଦେଖିବେ ଏହାର ଚମତ୍କାର । ଦୁଦୁରା ଫୁଲକୁ ସମସ୍ତେ ଜାଣିଥିବେ ଏହାର ପରିଚୟ ଦେବାର ଆବଶ୍ୟକ ନାହିଁ । ଏହା ହେଉଛି କଳା ଦୁଦୁରା ଫୁଲ, ଏହି ଫୁଲକୁ ଶିବ ଲିଙ୍ଗରେ ମଧ୍ୟ ଚଢାନ୍ତି, ପୂଜା ବିଧି ମଧ୍ୟ ଏହି ଫୁଲ ଦ୍ଵାରା ହୋଇଥାଏ ।

Image Courtesy: Google

ଆପଣ ଜାଣିଥିବେ ଏହି ଫୁଲକୁ ଯଦି ମହାଦେବଙ୍କୁ ଅର୍ପଣ କରୁ ଶିବ ଅତିଶୀଘ୍ର ଆମ ଉପରେ ପ୍ରସନ୍ନ ହୋଇଥାନ୍ତି, ଏମିତି ଆମର ଧାରଣା ଥାଏ । କିନ୍ତୁ ସେଇଟା ଭୁଲ ଧାରଣା ଥାଏ, ଆପଣ ଯଦି ବିଧି କରିବେ ନହିଁ ଓ ସେ ଫୁଲକୁ ସେମିତି ଚଢେଇଦେବେ  ତେବେ କେବେ ବି ଆପଣ ଶିବଙ୍କ କୃପା ପାଇପାରିବେ ନହିଁ । ଯଦି ବିଧି ଅବଲମ୍ବନ କରି ଏହି ଫୁଲ ଚଢେଇବେ ତାହେଲେ ହିଁ ଆପଣଙ୍କୁ ସୁଫଳ ମିଳିବ । ନଚେତ ଆପଣ ଲକ୍ଷ ଲକ୍ଷ କଳା ଦୁଦୁରା ଚଢେଇଲେ ମଧ୍ୟ ଶିବ କଦାପି ଆପଣଙ୍କଠାରେ ପ୍ରସନ୍ନ ହେବେ ନହିଁ ।

Image Courtesy: Google

ତେଣୁ ଆଜି ଗୋଟେ ବିଧି କହୁଛି, ସେଇ ବିଧି କରିଲେ ସବୁ ମନସ୍କାମନା ପୂର୍ଣ ହେବ ଏବଂ ଶିବ ଆପଣଙ୍କୁ ସାହାର୍ଯ୍ୟ କରିବେ । କେମିତି କରିବେ ସେଇଟା ଧ୍ୟାନ ଦେଇ ଶୁଣନ୍ତୁ । କଳା ଦୁଦୁରା ଜୟେନ୍ଟ ଫୁଲ ସଂଗ୍ରହ କରନ୍ତୁ । ୧୦୮ ଦୁଦୁରା ଫୁଲ ସହିତ ଗୋଟିଏ ଢାଳ କଞ୍ଚା କ୍ଷୀର ସହିତ ଶିବମନ୍ଦିରକୁ ନେଇକି ଯିବେ । ଯେଉଁ ସମୟରେ କେହି ପୂଜା କରିନଥିବେ, ମାନେ ଆପଣ ହିଁ ପ୍ରଥମ ପୂଜା କରିବେ । ତା ପୂର୍ବରୁ ଆଉଜଦି କିଏ ପୂଜା କରିଥିବେ ତାହେଲେ ଆପଣଙ୍କ କାର୍ଯ୍ୟ ସିଦ୍ଧି ହେବନାହିଁ । ଆପଣ ପୂଜା ନିଜେ ହିଁ କରିବେ, ତା ପୂର୍ବରୁ କଳା ଦୁଦୁରା ଫୁଲକୁ ଧୋଇଦେବେ, ଓ ଗୋଟେ ଢାଳ କଞ୍ଚା କ୍ଷୀର ଶିବଙ୍କ ଲିଙ୍ଗରେ ଅର୍ପଣ କରି ଟିକେ କ୍ଷୀର ରଖିବେ ।

Image Courtesy: Google

ତା ସହିତ ଗୋଟେ ଫୁଲ ଚଢେଇ ଟିକେ କ୍ଷୀର ଢାଳିବେ, ଏମିତି ୧୦୮ ଫୁଲ ଚଢେଇବେ । ତା ପରେ ଦେଖିବେ ଆପଣଙ୍କ ମନସ୍କାମନା ଯାହାଥିବ ସବୁ ପୂରଣ ହେବେ । ଏହା ସ୍ଵୟଂ ରାବଣ ବୀରୋଚିତ, ରାବଣ ମଧ୍ୟ ଏହି ପ୍ରୟୋଗ କରିଥିଲେ । ଜାଣିଥିବେ ରାବଣ ହେଉଛନ୍ତି ଶିବଙ୍କ ପରମ ଭକ୍ତ । ଶିବଙ୍କ ପ୍ରିୟ ମଧ୍ୟ ଅଟନ୍ତି ରାବଣ । ଏହା କେବେ ମିଥ୍ୟା ନୁହେଁ କାରଣ ଏହା ରାବଣ ଲେଖିଛନ୍ତି । ଆପଣ ଏହା ପ୍ରୟୋଗ କରନ୍ତୁ ଯାହା ମନସ୍କାମନା ଥିବା ନିଶ୍ଚୟ ପୂରଣ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *