କଲରା ଖାଇବା ଦ୍ବାରା ମିଳୁଥିବା ଲାଭ ବିଷୟରେ ଜାଣି ବିଶ୍ଵାସ ହେବନି- Acharya Balkrishna

କଲରା ଏମିତିରେ ତ ବହୁତ୍ କଟୁ ହୋଇଥାଏ, କିନ୍ତୁ ବେମାର ସହ ଲ ଲଢ଼ିବାର ପ୍ରତିକାର ଶକ୍ତି ଅଟେ । ପ୍ରତି 100 ଗ୍ରାମ କଲରାରେ 92 ଗ୍ରାମ ନମି ରହିଥାଏ । ତା ସହିତ ଏଥିରେ 4 ଗ୍ରାମ କାର୍ବୋହାଇଡ୍ରେଟ୍, 15 ଗ୍ରାମ ପ୍ରୋଟିନ, 20 ମିଲିଗ୍ରାମ କ୍ୟାଲସିୟମ, 70ମିଲିଗ୍ରାମ ଫସଫରସ,18 ମିଲିଗ୍ରାମ ଆଇରନ ବହୁତ୍ ମାତ୍ରାରେ ଥାଏ । ଏଥିରେ ଭିଟାମିନ ଏ ଓ ସି ମଧ୍ୟ ରହିଛି ।

କଲରା ଖାଇବାର ଲାଭ

 

ଏହା ମହୁମେହ ରୋଗର ଓଷଧ ଭାବେ କାମ କରିଥାଏ । ସୁଖାଯାଇଥିବା କଲରା ଏକ ଚାମଚ୍ ପାଉଡର ପ୍ରତିଦିନ ସେବନ କଲେ, ଡାଇବେଟିସ ରୁ ଆରମ ମିଳିଥାଏ । ଭିଟାମିନ ଏ ଉପସ୍ଥିତି କାରଣରୁ ଏହା ଖାଇଲେ ଅନ୍ଧାରକଣା ରୋଗ ହୋଇନଥାଏ । ଜଏଣ୍ଟ ପେନ୍ ହେଲେ ଏହାକୁ ଖାଇବା ସହିତ ଏହାର ପତ୍ର ର ରସ ଜଏଣ୍ଟରେ ଲଗେଇଲେ ଆରମ ମିଳିଥାଏ ।

କଲରା ଖାଇଲେ କଫ ସମସ୍ୟା ଆସି ନଥାଏ । ଇଥିରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଏହା ସହିତ ଏଥିରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଭିଟାମିନ ମଧ୍ୟ ରହିଛି । ପତଳା ଝାଡା ବା ବାନ୍ତି ହେଲେ କଲରା ରସରେ କଳା ଲୁଣ ଓ କିଛି ପାଣି ମିଶାଇ ପିଇଲେ ଫାଇଦା ମିଳିଥାଏ । ଏବଂ କଲରା ଦେହ ପାଇଁ ବହୁତ ହିଁ ହିତକାରକ ହୋଇଥାଏ ଓ କଲରା ପରିବା ଭିତରୁ ଅନ୍ୟତମ ବୋଲି କୁହା ଯାଏ କାହିଁକି ନ ସେଥିରେ ଔଷଧୀୟ ଗୁଣ କିଛି ମାତ୍ରାରେ ଅଛି ।

କଲରା ନୀତିଦିନ ସେବନ କଲେ ଦେହରେ କିଛି ରୋଗ ହେବନାହିଁ , ଓ ଦେଖିବେ କିଛି ପିଲା ବା ବୟସ୍କ ଲୋକଙ୍କର କୁଣ୍ଡିଆ ଓ କାଛୁ ହୋଇଥାଏ । କଲରା ସେବନ ଦ୍ଵାରା ଏହା ଠିକ ହୋଇଯିବ ଦେଖିବେ କଲରା ଗୋଟେ ପିତା ଜାତୀୟ ପରିବା ପିତା ଦେହ ପ୍ରତି ହିତକରକା ବୋଲି ଜାଣିଥିବେ ତେବେ କଲରାରେ ଏହି ସବୁ ଔଷଧୀୟ ଗୁଣ ରହିଛି ସେଥିପାଇଁ କଲରା ସେବନ ଦ୍ଵାରା ରୋଗ ବା କାଛୁ ବା କୁଣ୍ଡିଆ ଜନିତ କିଛି ରୋଗ ହେବନି ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *