କଳିଯୁଗ ରେ ଲୋକ ମାନଙ୍କ କଲ୍ୟାଣ କିପରି ହେବ ? କଣ କହିଛନ୍ତି ଭଗବାନ ଶ୍ରୀ କୃଷ୍ଣ ?

ବନ୍ଧୁଗଣ ବର୍ତ୍ତମାନ ଘୋର କଳିଯୁଗ ଚାଲିଛି । ଯେଉଁଠି ପାପ କର୍ମ ଚାଲିଛି । ଯାହା ପାଇଁ ମଣିଷ ମାନେ ଚିନ୍ତିତ ଅଛନ୍ତି । ଆଉ କଷ୍ଟ ମଧ୍ୟ ଭୋଗ କରୁଛନ୍ତି । କିନ୍ତୁ କଳିଯୁଗର ଏଭଳି ସମୟରେ ଆମେ କିପରି ଭଗବାନ ଙ୍କୁ ସ୍ମରଣ କରି ପାରିବା ବା ତାଙ୍କୁ ଧ୍ୟାନ କରି ପାରିବା । ଧର୍ମ ଗ୍ରନ୍ଥ ରେ ଲେଖା ଥିବା କଥାମାନର ପ୍ରୟୋଗ କିପରି ମଣିଷ ମାନେ କଳିଯୁଗରେ ପ୍ରୟୋଗ କରିବା ତାହା ବିଷୟରେ ବିସ୍ତୃତ ଭାବେ ଆମେ ଆଲୋଚନା କରିବାକୁ ଯାଉଛୁ ।

ଧର୍ମ ଗ୍ରନ୍ଥ ଅନୁଯାୟୀ କଳିଯୁଗ ମାତ୍ର ଭଗବାନଙ୍କ ନାମ ରେ ଆଧାରିତ ଅଟେ । ଶାସ୍ତ୍ର ଅନୁଯାୟୀ ଏକମାତ୍ର ହଋ ଙ୍କ ନାମ ହିଁ କଳିଯୁଗରେ ଭଗବାନ ପ୍ରାପ୍ତି ର ଉପାୟ ଅଟେ । କଳିଯୁଗରେ ପ୍ରଭୁ ଶ୍ରୀ ହଋ ଙ୍କ ନାମ କେଉଁ ରୂପରେ ନେବା ଉଚିତ ବା ଧ୍ୟାନ କରିବା ଉଚିତ । ଆଗକୁ ଲେଖା ଅଛି କି କଳିଯୁଗରେ ଭଗବାନ ଙ୍କୁ ସ୍ମରଣ କରିବା ହେଲେ ହରେ ରାମ ହରେ ରାମ ରାମ ରାମ ହରେ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।

ଏହି ଶବ୍ଦ ର ପ୍ରୟୋଗ ଚୈତନ୍ୟ କରିଥିଲେ । ଯାହା ଭଗବାନ ଙ୍କ ରୂପ ଥିଲା । ଗତ 500 ବର୍ଷ ପୂର୍ବରୁ ଚୈତନ୍ୟ ଭଗବାନଙ୍କ ଅବତାର ନେଇ ଧରିତ୍ରି କୁ ଆସିଥିଲେ । ଚୈତନ୍ୟ ଏହି ମନ୍ତ୍ର ଜପ କରି ଭଗବାନଙ୍କୁ ପାଇବାର ଏକମାତ୍ର ଉପାୟ ବୋଲି କହିଥିଲେ । ଏହା ଏମିତି ଏକ ମନ୍ତ୍ର ଅଟେ ଯେଉଁଥି ରେ ସବୁ ମନ୍ତ୍ର ର ସମାବେଶ ରହିଛି । ଚୈତନ୍ୟ କହିଛନ୍ତି କଳିଯୁଗରେ ଭଗବାନ ଙ୍କ ଛଡା ଆଉ କେହି ନାହାନ୍ତି ।

ତେଣୁ ମାନ୍ୟତା ଅଛି କଳିଯୁଗରେ ଇଶ୍ଵର କୁ ପାଇବା ସହଜ ଅଟେ । ଯେଉଁ ଫଳ ମୁନି ରୁଷୀ ମାନେ 10 ବର୍ଷ ତପସ୍ୟା କରିବା ପରେ ପାଉଥିଲେ ତାହାକୁ ମନୁଷ୍ୟ ତ୍ରେତୟା ଯୁଗରେ ଏକ ବର୍ଷ, ଦ୍ଵାପର ଯୁଗରେ ଏକ ମାସ ରେ ଏବଂ କଳିଯୁଗରେ ମନୁଷ୍ୟ ଏକ ଦିନ ରାତି ରେ ପ୍ରାପ୍ତ କରିପାରେ । ଶ୍ରୀମଦ ଭଗବତ ଗୀତା ରେ ଲେଖା ଅଛି ଆଜାମିନ ନାମକ ଏକ ବ୍ରାହ୍ମଣ ର କଥା ରହିଛି ।

ଯିଏ କି ସତ୍ୟଯୁଗରେ ଘୋର ପାପ କରିଥିଲା । ବିବାହିତା ହୋଇ ମଧ୍ୟ ଆଜାମିନ ବେଶ୍ୟା ସହ ସମ୍ପର୍କ ସ୍ଥାପନ କରିଥିଲେ । ସେହି ବେଶ୍ୟା ଗୋଟେ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା ଯାହାର ନାମ ନାରାୟଣ ରଖାଯାଇଥିଲା । ଯେବେ ମୃତ୍ୟୁ ସମୟରେ ଆଜମିନ ନିଜ ପୁତ୍ର କୁ ଡାକିଥିଲା ସେହି ସମୟରେ ସ୍ଵୟଂ ଭଗବାନ ଶ୍ରୀ ହଋ ପ୍ରକଟ ହୋଇଥିଲେ ।

ଏହିପରି ଦ୍ଵାପର ଯୁଗରେ ଦ୍ରୌପଦୀ ଙ୍କ ବସ୍ତ୍ର ହରଣ ସମୟରେ କାନ୍ଦି କାନ୍ଦି ଗୋବିନ୍ଦ ଗୋବିନ୍ଦ ନାମ ଧରିଥିଲେ । ସେହି ସମୟରେ ଭଗବାନ କୃଷ୍ଣ ସେଠାରେ ଆସି ଦ୍ରୌପଦୀ ଙ୍କ ସମ୍ମାନ ରକ୍ଷା କରିଥିଲେ । ତେଣୁ ଯିଏ ହୃଦୟ ରୁ ଇଶ୍ଵର ଙ୍କୁ ଡାକିଥାଏ ସେ ନିଶ୍ଚୟ ଈଶ୍ବରଙ୍କ କୃପା ଲାଭ କରିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *