କଳିଯୁଗରେ ଭାଗ୍ୟଶାଳୀ ସ୍ତ୍ରୀର ଶରୀରରେ ଏହି 9 ଟି ଲକ୍ଷଣ ଦେଖାଯାଏ, ସାକ୍ଷାତ ମା’ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି

କୌଣସି ବି ପରିବାରର ଖୁସି ସେହି ପରିବାରର ମହିଳା ଉପରେ ନିର୍ଭର କରିଥାଏ । ମହିଳାଙ୍କ ବିନା କୌଣସି ବି ଘର ହୋଇ ନ ଥାଏ । ବିବାହ ଏକ ଏମିତି ବନ୍ଧନ ଅଟେ ଯେଉଁଥିରେ ସ୍ତ୍ରୀ ଓ ପୁରୁଷ ସବୁଦିନ ପାଇଁ ବାନ୍ଧି ହୋଇ ଯାଆନ୍ତି । କହିବାକୁ ଗଲେ ବିବାହକୁ ନେଇ ପୁରୁଷ ଓ ମହିଳାମାନଙ୍କ ମନରେ ବହୁତ କଳ୍ପନା ଓ ଇଚ୍ଛା ଥାଏ । ମହିଳାମାନେ ଏହିଭଳି ସ୍ଵାମୀଙ୍କ ସ୍ଵପ୍ନ ଦେଖନ୍ତି ଯେଉଁମାନେ ତାଙ୍କର ଧ୍ୟାନ ରଖୁଥିବେ ଓ ତାଙ୍କର ସୁରକ୍ଷା କରୁଥିବେ ।

ଯେତେବେଳେ କୌଣସି ପୁରୁଷ ବିବାହ ପାଇଁ ନିଜ ସ୍ତ୍ରୀ ବିଷୟରେ କଳ୍ପନା କରିଥାଏ ତେବେ ସେ ଏମିତି ପତ୍ନୀର କାମନା କରିଥାଏ ଯିଏ ତାହାର ଘରକୁ ସୁଖ ଶାନ୍ତି ଓ ସମୃଦ୍ଧିରେ ଭରି ଦେବ । ସେ ଚରିତ୍ରବାନ ଓ ପତୀବ୍ରତା ହୋଇଥିବ । କିନ୍ତୁ ବିବାହ ପୂର୍ବରୁ ଆମେ କାହାର ସ୍ଵଭାବ ଜାଣି ପାରି ନ ଥାଉ । ସାମୁଦ୍ରିକ ଶାସ୍ତ୍ରରେ ମହିଳାମାନଙ୍କର ଶରୀରର କିଛି ଅଙ୍ଗର ଲକ୍ଷଣ ବିଷୟରେ କୁହାଯାଇଛି ।

ଯାହା ଦ୍ଵାରା ଆମେ ଜାଣି ପାରିବା କି ସେହି ମହିଳାର ସ୍ଵଭାବ କେମିତି ହୋଇଥିବ । ତାହାର ଭାଗ୍ୟ ଓ ଚରିତ୍ର କେମିତି ହୋଇଥିବ । ଯେଉଁ ମହିଳାମାନଙ୍କର କେସ ଲମ୍ବା, ଘନ, ସିଧା ହୋଇଥାଏ ସେହିଭଳି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କଳା ଘନ ଓ ଲମ୍ବା କେସ ସୁଖ ସମୃଦ୍ଧିର ପ୍ରତିକ ଅଟେ । ଏହିଭଳି ସ୍ତ୍ରୀଙ୍କୁ ବିବାହ କରୁଥିବା ପୁରୁଷ ଜୀବନରେ ସବୁବେଳେ ଉନ୍ନତି କରିଥାନ୍ତି । ଗୋଲ ଚେହେରା ଓ ବଡ ବଡ ଚମକଦାର ଆଖି ବାଲା ମହିଳାଙ୍କୁ ଅତ୍ୟନ୍ତ ଦୟାଳୁ ସ୍ଵଭାବର କୁହାଯାଏ ।

ଏହିଭଲି ମହିଳାମାନେ ନିଜ ସ୍ଵାମୀଙ୍କ ପ୍ରତି ବିଶ୍ଵାସୀ ହୋଇଥାନ୍ତି । ଏହା ସହିତ ଏହି ମହିଳାମାନେ ଯେଉଁ ଘରେ ବିବାହ କରି ଯାଆନ୍ତି ସେହି ଘରେ କେବେ ବି କଳହ ହୋଇ ନ ଥାଏ । ଯେଉଁ ମହିଳାମାନଙ୍କ ମଥା ଚଉଡା ହୋଇଥାଏ ଓ ମଥା ଚମକଦାର ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ପରିବାର କଲ୍ୟାଣ ବି କରନ୍ତି । ଯେଉଁ ମହିଳାମାନଙ୍କର ନାକର ପୃଷ୍ଠ ଭାଗରେ କଳାଜାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ସୁଖ ସମୃଦ୍ଧିରେ ଭରପୁର ଜୀବନ ବ୍ୟତୀତ କରନ୍ତି ।

ଏହି ମହିଳାମାନଙ୍କ କାରଣରୁ ତାଙ୍କ ଘରେ ସୁଖ ସମୃଦ୍ଧି ବାସ କରିଥାଏ । ଯେଉଁ ମହିଳାମାନଙ୍କର ଦାନ୍ତ ଧଳା ଓ ଗୋଟିଏ ଲାଇନରେ ଥାଏ ତଥା ସାମ୍ନାରେ ଥିବା ଦୁଇଟି ଦାନ୍ତ ମଧ୍ୟରେ ଜ୍ଞାପ ଥାଏ, ଜିଭ ପତଳା ଓ ନାଲି କିମ୍ବା ଗୋଲାପି ରଙ୍ଗର ହୋଇଥାଏ, ଓଠ ଅଳ୍ପ ଗୋଲାପି ହୋଇଥିବ, ଓଠ ଉପରେ କଳାଜାଇ ଥାଏ ତେବେ ସେହିଭଳି ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାରର ପୁରା ଧ୍ୟାନ ରଖନ୍ତି ।

ଯେଉଁ ମହିଳାମାନଙ୍କ ବେକରେ ପତଳା ଓ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ମହିଳାଙ୍କ ସହ ବିବାହ କରିଥିବା ପୁରୁଷ ନିଜର ବ୍ୟାପାର ଓ ଚାକିରିରେ ସବୁବେଳେ ଉନ୍ନତି କରିଥାନ୍ତି । ଏହା ସହିତ ଏମାନଙ୍କୁ ଅସଫଳତା କେବେ ବି ମିଳି ନ ଥାଏ ।

Leave a Reply

Your email address will not be published. Required fields are marked *