ନମସ୍କାର ବନ୍ଧୁଗଣ । କଳି ଯୁଗରେ ଲୋକ ମାନେ ଆଜି ବି ଅନ୍ଧ ବିଶ୍ବାସରେ ବଞ୍ଚି ରହିଛନ୍ତି । କାରଣ ଆଜି ବି ଆମ ସମାଜରେ ଏମିତି କିଛି ଘଟଣା ଦୁର୍ଘଟଣା ଘଟୁଛି ଯାହାକୂ ଲୋକ ମାନେ ସତ ବୋଲି ବିଶ୍ଵାସ କରୁଛନ୍ତୁ । ତେବେ ଆମେ ଆପଣ ମାନଙ୍କୁ ଏମିତି କିଛି ଅନ୍ଧବିଶ୍ଵାସ ଭଳି ଘଟଣା ବିଷୟାରେ କହିବାକୁ ଯାଉଛୁ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ ମହିଳା ଙ୍କୁ ପୂଜା କରାଯାଇ ଝୁଣା ଧୂପ ଦିଆ ଯାଉଛି । ଆଉ କୁହା ଯାଉଛି ସେ ହେଉଛନ୍ତି କଳି ଯୁଗର ଶାରଳା ମା ଯିଏ ପାଦ ଥୋଇ ଦେଲେ ଲୋକ ମାନଙ୍କର ସବୁ ରୋଗ ଭଲ ହୋଇ ଯାଉଛି ।
ତେବେ ଭିଡିଓ ରେ ଦେଖି ଯାଉଛି ମହିଳା ଙ୍କ ସହ ତାଙ୍କ ପୁଅ ମଧ୍ୟ ଅଛନ୍ତି ଯିଏ ପୂଜକ ବେଶ ରେ ତାଙ୍କ ମା ଙ୍କୁ ଝୁଣା ଦୀପ ଦେଇ ଆରତୀ କରୁଛନ୍ତି । ମହିଳା ଙ୍କ ବେକରେ ଫୁଲମାଳା ପକାଇ ତାଙ୍କୁ ଚନ୍ଦନ, ଦୀପ ଧୂପ ଦେଇ ଆରାଧନା କରା ଯାଉଛି । ଯେମିତି ଭଗବାନ ଙ୍କୁ ପୂଜା କରାଯାଏ ।
ତେବେ ଲୋକ ମାନଙ୍କର ଧାରଣା ରହିଛି କି ମହିଳା ଶରୀରକୁ ଶାରଳା ମା ବିରାଜମାନ କରୁଛନ୍ତି ଯିଏ ସେମାନଙ୍କର ସବୁ ଦୁଖ କଷ୍ଟ ଦୂର କରିବେ । ତେବେ ଏହି ଭିଡିଓ ରେ ଆହୁରି ଦେଖା ଯାଉଛି କି ମହିଳା ଜଣକ ଗାଁ ଗାଁ ବୁଲି ଲୋକ ମାନଙ୍କୁ ଦର୍ଶନ ଦେବା ସହ ସେମାନଙ୍କ ଘରକୁ ମଧ୍ୟ ଯାଉଛନ୍ତି ପୂଜା ପାଇବା ପାଇଁ ।
ଏହି ଭିଡିଓ ରେ ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ମହିଳାଙ୍କୁ ଠାକୁରାଣୀ ଭାବି ତାଙ୍କ ହାତ ଧରି ପ୍ରଣାମ କରୁଛନ୍ତି । ଏମିତି ଠାକୁରାଣୀ ଲାଗିଥିବା ମହିଳା ଜଣକ ମଧ୍ୟ ବୃଦ୍ଧ ବ୍ୟକ୍ତିଙ୍କ ହାତ ଧରି ତାଙ୍କୁ ଚଲାଇବାକୁ ଚେଷ୍ଟା କରୁଛନ୍ତି ଆଉ ବୃଦ୍ଧ ବ୍ୟକ୍ତି ଜଣକ ଚାଲିବା ସହ ହାତ ହଲାଇ ନାଚୁଛନ୍ତି ମଧ୍ୟ । ତେବେ ଏହି ଘଟଣା କୁ ଦେଖିବା ପରେ ଲୋକ ମାନେ ଭାବୁଛନ୍ତି କି ମା ଶାରଳା ବୃଦ୍ଧ ବ୍ୟକ୍ତିଙ୍କୁ ଠିକ କରି ଦେଇଛନ୍ତି ।
ଯାହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ ଆଜିର କଳି ଯୁଗରେ । ଶାରଳା ମା ସାଜିଥିବା ମହିଳା ଜଣକ ଗାଁ ଗାଁ ବୁଲିବା ସହ ଲୋକ ମାନଙ୍କ ଘରକୁ ଯାଇ ସେମାନଙ୍କର ଦୁଖ ଦୁର୍ଦ୍ଦଶା ମଧ୍ୟ ଦୂର କରୁଛନ୍ତି ବୋଲି ଧାରଣା ରହିଛି । ଶାରଳା ଠାକୁରାଣୀ ଲୋକ ମାନଙ୍କର ଘରକୁ ଯାଉଛନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କର ହଳଦୀ ପାଣି ରେ ପାଦ ଧୋଇ ଦେଇ ଦୀପ ଧୂପ ଦେଇ ମା ଙ୍କୁ ପୂଜା କରିବା ସହ ସେମାନଙ୍କର ଦୁଖ ଜଣାଉଛନ୍ତି ।
ଏଭଳି କାମ କରିବା ପାଇଁ ଠାକୁରାଣୀ ଲାଗୁଥିବା ମହିଳା ଙ୍କ ପୁଅ ତାଙ୍କୁ ବିଶେଷ ଭାବେ ସାହାଜ୍ଯ କରିବା ସହ ତାଙ୍କ ପାଖେ ପାଖେ ରହୁଛନ୍ତି । ବାସ୍ତବରେ ଆଜି ବି ଆମ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ ଲୋକଙ୍କୁ ଠକିବା ପାଇଁ ଏମିତି ପ୍ରହସନ କରୁଛନ୍ତି । ତେବେ ଏହି ଘଟଣାଟି କେଉଁଠିକାର ତାହା କିଛି ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।