ବନ୍ଧୁଗଣ, ଗତବର୍ଷ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ ର ଭୟ ସାରା ବିଶ୍ଵ ପାଇଁ ମୁଣ୍ଡବଥା ର କାରଣ ପାଲଟି ଯାଇଛି । କାରୋନା ର ନାମ ଶୁଣିଲା ମାତ୍ର ସାଧାରଣ ମନୁଷ୍ୟ ବହୁତ ଭୟାଭୀତ ହୋଇଯାଉଛନ୍ତି । ଦର୍ଶକବନ୍ଧୁ ଆପଣ ମାନେ ତ ପ୍ରାଏ ଜାଣିଥିବେ ଏହି ସଂକ୍ରମଣ କେତେ ଧୃତ ଗତିରେ ବଢିଚାଲିଛି । କିଛି ଦିନ ଏହା ଥମି ଯାଇଥିଲା ବେଳେ, ବର୍ତ୍ତମାନ ତାହା ଉଗ୍ର ରୂପ ଧାରଣ କରିସାରିଲାଣି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ସଂକ୍ରମଣ ରେ ଅଧିକାଂଶ ଲୋକ ଜୀବନ ହରାଉଛନ୍ତି ।
ବନ୍ଧୁଗଣ ଏହାକୁ ଦ୍ରୁଷ୍ଟି ଆଗରେ ରଖି ସରକାର କିଛି ମହତ୍ଵପୂର୍ଣ୍ଣ ନିସ୍ପତି ନେଇଛନ୍ତି, ଆସନ୍ତୁ ଜାଣିବା ସେହି ନିସ୍ପତି ସମ୍ବନ୍ଧରେ,-
ବନ୍ଧୁଗଣ କାଲିଠାରୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ । ଦୋକାନ ବଜାର ସଂପୂର୍ଣ୍ଣ ବନ୍ଧ ରହିବ ବୋଲି ବ୍ୟବସାୟ ସଂଗଠ ପୋଲିସ ଆଲୋଚନା କରିଛନ୍ତି । ଦର୍ଶକବନ୍ଧୁ ଶନିବାର ଏବଂ ରବିବାର ସପ୍ତାହନ୍ତ ସଟଡାଉନ ଥିଲାବେଳେ, କମିଶନରେଟ ପୋଲିସ ର ପ୍ରସ୍ତୁତି ଆରମ୍ଭ ହୋଇଅଛି । ଆଜି ରାତି ୯ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ବନ୍ଧ ରହିବ ଚଳପ୍ରଚଳ ।
ମାତ୍ର ସଟଡାଉନ ସମୟରେ କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତି ଙ୍କୁ ବାଦ ଦେଲେ ଆଉ କେହି ଘରୁ ବାହାରି ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ବ୍ଯତୀତ ମେଡିକାଲ, ବିଦୂତ ଜଳ ଯୋଗାଣ ଏବଂ କଂଷ୍ଟ୍ରକସନ କାମରେ ନିଯୋଜିତ ଥିବା ବ୍ୟକ୍ତି ମାନେ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ । ସେହିଭଳି ଯଦି କେହି ବିନା କାମରେ ଘରୁ ବାହାରନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ତରଫରୁ କୁହା ଯାଇଛି ।
ବନ୍ଧୁଗଣ ସଟଡାଊନ ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କୌଣସି ପ୍ରକାରର ବାଧା ସୃଷ୍ଟି ନ ହୁଏ ତାହା ପ୍ରତି ମଧ୍ୟ ସରକାର ଆଲୋଚନା କରିଛନ୍ତି । ବନ୍ଧୁଗଣ ରାଜ୍ୟରେ ସଂକ୍ରମଣ ବହୁଳ ଭାବରେ ବ୍ୟାପୁଥିବାରୁ ରାଜ୍ୟର ପ୍ରତି ସହରାଞ୍ଚଳରେ ଶନିବାର ତଥା ରବିବାର ସପ୍ତାହନ୍ତ ସଟଡାଉନ କରିବାର ନିଷ୍ପତ୍ତି ସରକାର ନେଇଛନ୍ତି । ବନ୍ଧୁଗଣ ଆମ ସୁରକ୍ଷା ଆମ୍ଭ ମାନଙ୍କ ହାତରେ ରହିଅଛି, ବେଳ ଥାଉ ଥାଉ ସାବଧାନ ନ ହେଲେ ବହୁତ ବଡ ବିପତ୍ତି ରେ ପଡ଼ିପାରିବା । ଦର୍ଶକ ବନ୍ଧୁ ଆମ୍ଭ ମାନଙ୍କର ନିବେଦନ ଆପଣ ମାନଙ୍କୁ ଯେ, ଏହି COVID ସମୟରେ ସରକାର ର ନିୟମ ଗୁଡିକର ପାଳନ କରନ୍ତୁ ।
ମହାମାରୀ ଉଗ୍ରରୂପ ଧାରଣ କରି ସାରିଛି । ଆପଣ ମାନେ ଦୟାକରି ମାସ୍କ ଏବଂ ସେନିଟାଇଜ ବ୍ୟବହାର କରନ୍ତୁ । ଏହି ସମୟରେ ଛୋଟ ପିଲା ତଥା ବୟସ୍କ ଲୋକଙ୍କର ବିଶେଷ ଭାବେ ଧ୍ୟାନ ରଖନ୍ତୁ । ବାହାରକୁ କୌଣସି କାର୍ଯ୍ୟରେ ଯାଇଥିଲେ ଘରେ ଆସି ହାତ ମୁହଁ ତଥା ଗୋଡ କୁ ଭଲ ଭାବରେ ସଫା କରି ବାସଗୃହରେ ପ୍ରବେଶ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ କୁ ନେଇ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।