ଏହି ଗୋଟେ ଭୁଲ ପାଇଁ ଆରମ୍ଭ ହୋଇଥିଲା କଳିଯୁଗ

ବନ୍ଧୁଗଣ ଆଜିର ଏହି ଲେଖାରୁ ଆଜି ଜାଣିବା ସେହି ଭୁଲ ବିଷୟରେ ଯେଉଁଠି ପାଇଁ ଆରମ୍ଭ ହୋଇଥିଲା କଳିଯୁଗ । ଆମ ସମସ୍ତଙ୍କୁ ଜଣା ଯେ ହିନ୍ଦୁ ପୁରାଣରେ ଚାରି ଯୁଗର ବର୍ଣନା କରାଯାଇଛି । ଏହି ଚାରି ଯୁଗରୁ କଳି ଯୁଗକୁ ଏକ ଅଭିଶାପ ବୋଲି କୁହାଯାଏ । ଭଗବାନ ମଧ୍ୟ ମହାଭାରତ ସମୟରେ କଳିଯୁଗ ସମ୍ବନ୍ଧରେ କିଛି ମନ୍ତବ୍ୟ ଦେଇଥିଲେ । କିନ୍ତୁ ଆପଣ କେବେ ଭାବିଛନ୍ତି କି କଳୁଜୁଗ କେବେ ଓ କେମିତି ଆରମ୍ଭ ହୋଇଥିଲା । ମହାନ ଗଣିତଜ୍ଞ  ଆର୍ଯ୍ୟଭଟ ତାଙ୍କର ପୁସ୍ତକ ଆର୍ଯ୍ୟଭଟମରେ ବର୍ଣନା କରିଥିଲେକି ସେତେବେଳେ କଳିଯୁଗକୁ ଛତିଶ ବର୍ଷ ଚାଲିଥିଲା ।

Image Courtesy: Google

ଧର୍ମରାଜ ଯୁଧିଷ୍ଠିର ସମସ୍ତ ରାଜ୍ୟଭାର ରାଜା ପରିଖିତଙ୍କୁ ଦାଇତ୍ଵରେ ଦେଇ ପାଣ୍ଡବ ମାନଙ୍କ ସହିତ ସ୍ଵର୍ଗ ପାଇଁ ହିମାଳୟ ଯାତ୍ରା  ଆରମ୍ଭ କାଲେ । ସେତେବେଳେ ଧର୍ମରାଜ ଯିବାପରେ ପୃଥିବୀ ମାତା ବହୁତ ଦୁଃଖ କରିଥିଲେ ।  ସ୍ଵୟଂ ଧର୍ମ ବଳଦ ରୂପରେ ଆସି ଗୋମତା ରୂପରେଥିବା ପୃଥିବୀ ଦେବୀଙ୍କୁ ଦେଖାଦେଲେ । ପୃଥିବୀ ଦେବୀଙ୍କ ଆଖିରୁ ଧାରା ଧାରା ଲୁହ ଗଡିଗଲା, ଧର୍ମ ପୃଥିବୀ ମାତାଙ୍କୁ ପଚାରିଲେକି  ତୁମେ ଏଥିପାଇଁ ଦୁଃଖ ଅନୁଭବ କରୁଛକି । ବର୍ତମାନ ତୁମ ଉପରେ ଖରାପ ଶକ୍ତିର ଶାସନ ହେବ ।ଏହି କଥାର ଉତ୍ତର ଶୁଣି ପୃଥିବୀ ମାତା କହିଲେକି ତୁମକୁତ ସବୁକିଛି ଜଣା, ତଥାପି ତମେ କାହିଁକି ଏ ବିଷୟରେ ପ୍ରଶ୍ନ କରୁଛ ।

Image Courtesy: Google

ସତ୍ୟ,ବନ୍ଧୁତା,ତ୍ୟାଗ,ଦୟା,ଜ୍ଞାନ, ବୈରାଗ୍ୟ,ଅଇସୁର୍ଜ୍ୟ, କୋମଳତା,ଧାର୍ଯ୍ୟ ଆଦିର ସ୍ଵାମୀ ଶ୍ରୀ କୃଷ୍ଣନିଜ ଧାମକୁ  ଚାଲିଯିବାପରେ କଳିଯୁଗ ମୋ ଉପରେ ଶାସନ କରୁଛି । ବର୍ତମାନ ଏସବୁ କିଛି ରହିଲା ନାହିଁ, ଏବେ ମୋର ଭାଗ୍ୟ ସମାପ୍ତ ହୋଇସାରିଛି । ଧର୍ମ ଓ ମାତା ପୃଥିବୀ କଥା ହେଉଥିବା ବେଳେ ଅସୁର ରୂପୀ କଳି ଆସି ସେଠୀ ପହଞ୍ଚିଲା, ସେମାନଙ୍କୁ ମାରିବାକୁ ଲାଗିଲା । ରାଜା ପରୀକ୍ଷିତ ସେଇବାଟ ଦେଇ ଯାଉଥିଲେ, ଆଉ ଏହି ଦୃଶ୍ୟ ଦେଖି ରାଜା ରାଗିଗଲେ । ସେ କଳିକୁ ପଚାରିଲେ କିଏ ତୁ ପାପୀ, ଯିଏ ଏହି ନିରପରାଧୀ ଗାଈ ଓ ବଳଦକୁ ମାରୁଛୁ ।

Image Courtesy: Google

ଏହି ପରି ଅପରାଧ ପାଇଁ ତୋତେ ଦଣ୍ଡ ମିଳିବ । ତୁ ଏହି ଦୁନିଆରେ ରହିବାର ଯୋଗ୍ୟ ନୁହେଁ । ରାଜା ପରୀକ୍ଷିତ ଧର୍ମ ଓ ପୃଥିବୀ ମାତାଙ୍କୁ ଜାଣି ପାରିଲେ, ଆଉ କହିଲେ ଏ ଧର୍ମ ସତ୍ୟ ଯୁଗରେ ଆପଣଙ୍କର ତପ, ପବିତ୍ରତା, ଦୟା ଏବଂ ସତ୍ୟ ଏହି ଚାରୋଟି ଚରଣ ଥିଲା । ଏଠି ମଧ୍ୟରୁ ତ୍ରେତୟା ଯୁଗରେ ତିନୋଟି ଏବଂ ଦ୍ଵାପର ଯୁଗରେ ଦୁଇଟି ଚରଣ ରହିଗଲା । ବର୍ତମାନ ଏହି ଦୁଷ୍ଟ କଳିଯୁଗ ପାଇଁ  ଆପଣଙ୍କର କେବଳ ଗୋଟେ ଚରଣ ରହିଲା । ରାଜା ପରୀକ୍ଷିତ ନିଜର ଖଣ୍ଡା ବାହାର କରି କଳିକୁ ହତ୍ୟା କରିବାକୁ ଯାଉଥିଲେ । କିନ୍ତୁ କଳି ଭୟରେ ରାଜାଙ୍କ ପାଦ ତଳେ ପଡିଗଲା ଏବଂ କ୍ଷମା ପ୍ରାର୍ଥନା କଲା । ରାଜା ପରୀକ୍ଷିତ କଳିକୁ ହତ୍ୟା କରବା ଠିକ ମନେକଲେ ନହିଁ ।

Image Courtesy: Google

ତାପରେ ରାଜା କହିଲେ ତୁ ମୋ ପାଦତଳେ ପଡିଲୁବୋଲି ମୁ ତତେ କ୍ଷମା କରିଦେଲି ।କିନ୍ତୁ ତୁ ବର୍ତମାନ ଏ ଜାଗାଛାଡି ମୋ ସମନ୍ନାରୁ ଚାଲିଜା । ଏହାସୁଣୀ କଳି କହିଲା ସମସ୍ତ ଧରାପୃଷ୍ଠ ଆପଣଙ୍କର, ଏବେ ମୁ ଜୀବି ତ କୁଆଡେ ଯିବି । ଆପଣ ସ୍ଵୟଂ ମୋତେ ଗୋଟେ ଜାଗା ପ୍ରଦାନ କରନ୍ତୁ । ରାଜା ପରୀକ୍ଷିତ ଏହାପରେ କିଛି ସମୟ ଭାବିବାକୁ ଲାଗିଲେ ଓ କହିଲେ ତୁ ଅସତ୍ୟ, ଲୋଭ, କାମ, କ୍ରୋଧ ଏହି ସବୁ ସ୍ଥାନରେ ରହିବୁ । ଏହିସବୁ ଜାଗା କମ ପଡିବ ବୋଲି ଭାବି ରାଜାଙ୍କୁ ଆଉ କିଛି ଜାଗା ମାଗିଲା । ରାଜା ତାକୁ ସ୍ଵର୍ଣରେ ବାସ କରିବାକୁ ଦେଲେ । ଏହାପରେ କଳି ସେଠାରୁ ଅଦୃଶ୍ୟ ହୋଇଗଲା, ଓ ଲୁଚି ଲୁଚି ରାଜାଙ୍କ ସ୍ଵର୍ଣ ମୁକୁଟରେ ବାସ କଲା । ଓ ଏହା ପରଠାରୁ ଧରା ପୃଷ୍ଠରେ କଳିଯୁଗର ଆରମ୍ଭ ହେଲା ।

Leave a Reply

Your email address will not be published. Required fields are marked *