ଓଲିଉଡ ସିନେମା ଜଗତରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସହ କଳାକାରମାନଙ୍କର ବି ଭୂମିକା ବହୁତ ଗୁରୁତ୍ଵ ପୂର୍ଣ ଥାଏ । ସମସ୍ତେ ଗୋଟିଏ ଫିଲ୍ମକୁ ହି-ଟ କରିବା ପାଇଁ ନିଜର ବେସ୍ଟ ଦେଇଥାନ୍ତି । ଯଦି ଫିଲ୍ମରେ କମେଡି କଥା କହିବା ତେବେ ଫିଲ୍ମରେ ରୋମାନ୍ସ ଆକ୍ସନ ସହ କମେଡି ବି ନିହାତି ଦରକାର । ଫିଲ୍ମରେ କମେଡିୟାନର ଭୂମିକା ବି ବହୁତ ଗୁରୁତ୍ଵ ପୂର୍ଣ । କିନ୍ତୁ ବଡ ପରଦାରେ କମେଡି କରି ଦର୍ଶକମାନଙ୍କୁ ହସାଇବା ବହୁତ କଷ୍ଟ ଜଣେ ସାଧାରଣ ଲୋକ ପାଇଁ ।
କିନ୍ତୁ ଆମର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି କମେଡିଆନ ଅଛି ଯେଉଁମାନେ ନଜିର କମେଡି ଦ୍ଵାରା ଦର୍ଶକମାନଙ୍କୁ ଖୁବ ମନୋରଞ୍ଜନ କରିଛନ୍ତି ଓ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଓଡିଆ ଫିଲ୍ମ ଜଗତର କମେଡିୟାନ ସୁମନ ମହାପାତ୍ରଙ୍କ ବିଷୟରେ କହିବୁ ।
ଯିଏକି ନିଜର କମେଡି ଦ୍ଵାରା ଓଡିଶା ଲୋକାଙ୍କ ହୃଦୟରେ ରାଜ ଜରୁଛନ୍ତି । ସମସ୍ତେ ତାଙ୍କର କମେଡି ଦେଖିବାକୁ ବହୁତ ପସନ୍ଦ କରନ୍ତି । ସୁମନ ମହାପାତ୍ର ଓଲିଉଡ ଫିଲ୍ମ ଜଗତର ଜଣେ ଜଣା ଶୁଣା କମେଡିୟାନ ଅଟନ୍ତି ।
ସେ ଉଚ୍ଚତାରେ ଛୋଟ । କିନ୍ତୁ ତାଙ୍କର ଅଭିନୟ ବହୁତ ଜବରଦସ୍ତ । କହିବାକୁ ଗଲେ ଆଜିକାଲି ସବୁ ଓଲିଉଡ ଅଭିନେତା ଅଭିନେତ୍ରୀ ଓ ସିରିଏଲର କଳାକାରମାନେ ବି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି ।
ସେମାନେ ନିଜର ଭିଡିଓ ଓ ଫଟୋ ଶେୟାର କରୁଛନ୍ତି । ଯଦି ସୁମନ ମହାପାତ୍ରଙ୍କ ବିଷୟରେ କହିବା ତେବେ ସେ ବି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ସେ ୟୁଟ୍ୟୁବ ଓ ଅନ୍ୟ କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଶର୍ଟ ଶର୍ଟ ଭିଡିଓ କରି ପୋସ୍ଟ କରିଥାନ୍ତି ।
ଯାହାକୁ ବହୁତ ଦର୍ଶକ ଦେଖିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ତାଙ୍କର କିଛି ଭିଡିଓ ନେଇ ଆସିଛୁ । ଯେଉଁଥିରେ କି ସେ ନିଜର ପରିବାର ସହ ଭିଡିଓ କରୁଛନ୍ତି ।
ସେ ପ୍ରାୟତଃ କମେଡି ଭିଡିଓ କରିଥାନ୍ତି । ଗୋଟିଏ ଭିଡିଓରେ ସେ ଜଣେ ମହିଳାଙ୍କ କୋଳରେ ବସି କମେଡି ଭିଡିଓ କରୁଛନ୍ତି । ଏତିକି ନୁହେଁ ସେ ନିଜର ପତ୍ନୀ ଓ ପୁଅ ସହ ବି ବହୁତ ଭିଡିଓ କରିଛନ୍ତି । କିଛି ଭିଡିଓରେ ସେ ନିଜ ମା ସହ ନଜର ଆସୁଛନ୍ତି ତ ଅନ୍ୟ କିଛି ଭିଡିଓରେ ସେ ନିଜ ପତ୍ନୀ ସହ । କିଛି ଭିଡିଓରେ ତ ସେ ଛୋଟ ପିଲା ହୋଇ ଯାଇଛନ୍ତି ।