ଏହି ଫୋଟୋରେ ଲୁଚିଛି ଏକ ଝିଟିପିଟି, କଣ ଆପଣ ଖୋଜି ପାରିବେ ?

ସୋଶିଅଲ ମିଡିଆ ରେ ଗୋଟେ ଫୋଟୋ ବହୁତ ଶୀଘ୍ର ଭାଇରାଲ ହୋଇଛି, ଏହି ଫଟୋ ଶେୟର କରି ଲୋକଙ୍କୁ ପଚରା ଯାଉଛି ଯେ କଣ ଆପଣ ଏହି ଫଟୋ ରେ ଥିବା ଝିଟିପିଟିକୁ ଖୋଜି ବାହାର କରିପାରିବେ ? ୩୦ ଜାନୁଆରୀକୁ ଗୋଟେ ଟ୍ବିଟର ୟୁଜର ଏରିକ ମେକଗି ଗୋଟେ ଫଟୋ ଶେୟର କରିଥିଲେ ଏବଂ ଲୋକଙ୍କୁ ପଚାରିଲେ ଯେ ଏଥିରେ ଲୁଚିଠିବା ଝିଟିପିଟିକୁ ଆପଣ ଖୋଜି ବାହାର କରି ପାରିବେ । ଖୋଜିବା ପାଇଁ ଆପଣଙ୍କୁ ଟିକେ ଅସୁବିଧା ହବ କିନ୍ତୁ ଧ୍ୟାନ ଦେଇ ଦେଖିଲେ ଆପଣ ଖୋଜି ପାଇପାରିବେ, ଏହି ଫଟୋ ଉପରେ ସୋଶିଅଲ ମିଡିଆ ବହୁତ ରିଆକ୍ସନ ଦଉଛନ୍ତି ।

ସୋଶିଅଲ ମିଡିଆ ରେ କିଛି ଲୋକ ଏହାକୁ ଖୋଜି ପାଇଛନ୍ତି ଓ ପ୍ରିଣ୍ଟ ଶଟ କରି କାମେଣ୍ଟ ସେକ୍ସନ ରେ ମଧ୍ୟ ଦେଇଛନ୍ତି, ତେବେ କିଛି ଲୋକ ଝିଟିପିଟି ଖୋଜିବା ରେ ହାରି ଯାଇଛନ୍ତି, ଏହି ଫଟୋ ପାଇଁ ୨୦୦ ଠାରୁ ଅଧିକ ଲାଇକ ଆସିଯାଇଛି ଏବଂ ୪୫ ଠାରୁ ଅଧିକ ଋଟ୍ବିଟ ହୋଇଯାଇଛି । ଗୋଟେ ୟୁଜର ଲେଖିଛନ୍ତି, ‘ଖୋଜି ପାଉ ନାହିଁ, କୃପୟା ସାହାଜ୍ଯ କରନ୍ତୁ।’ତେବେ ଅନ୍ୟ ଜେନ ଲେଖିଛନ୍ତି ମତେ ଏହି ଭଳି ଗେମ ବହୁତ ପସନ୍ଦ ଅଟେ, ମୁଁ ବାରମ୍ବାର ଖୋଜିବା ପାଇଁ ପ୍ରୟାଶ କରୁଅଛି ।

ତୃତୀୟ ୟୁଜର ଲେଖିଛନ୍ତି ଏହା ବହୁତ କଷ୍ଟ ଅଟେ, କିନ୍ତୁ ମୁଁ ଝିଟିପିଟି ଖୋଜି ବାହାର କରିଛି ଯାହା ମତେ ଜମା ବି ପସନ୍ଦ ନୁହ । ସୋଶିଅଲ ମିଡିଆ ରେ ଏହି ଫଟୋ ରିଆକ୍ସନ ଏମିତି ଆସୁଅଛି ଏବଂ ଯଦି ଆପଣ ହାର ମାନି ଯାଇଛନ୍ତି ତେବେ ଏଠି ଦେଖି ପାରନ୍ତି ଏଠାରେ ଆପଣଙ୍କୁ ସ୍ପଷ୍ଟ ଭାବରେ ଝିଟିପିଟି ଦେଖା ଯିବ ତେବେ ଆପଣ ଜାଣି ପାରିବେ ଝିଟିପିଟି କେଉଁଠାରେ ଲୁଚି ରହିଛି । ଏରିକ ମେକଗୀ ପରେ ଫଟୋକୁ ଜୁମ କରି କହିଛନ୍ତି ଯେ ଫଟୋ ରେ ଝିଟିପିଟି କେଉଁଠି ଅଛି ।

ଯେମିତିକି ଆପଣ ଏବେ ଦେଖି ପାରୁଥିବେ ଏହି ଫୋଟୋରେ ଝିପିପିଟି ସମ୍ପୁର୍ଣ୍ଣ ଭାବେ ଦେଖା ଯାଉଛି । ଯଦି ଏହି ଫୋଟୋ ଦେଖିବା ଆଗରୁ ଆପଣ ପାଇଯାଇଛନ୍ତି ତେବେ ନିଶ୍ଚୟ କମେଣ୍ଟରେ କହିବେ । ଯଦି ଆପଣଙ୍କୁ ଏହି ଫୋଟୋଟରେ ଝିଟିପିଟି ଖୋଜିବାରେ ମଜା ଲାଗିଥାଏ ତେବେ ନିଜ ସାଙ୍ଗମାନଙ୍କୁ ମଧ୍ୟ ଶେୟାର କରି ପଚାରନ୍ତୁ ଓ ଦେଖନ୍ତୁ ସେମାନେ କଣ ଉତ୍ତର ଦେଉଛନ୍ତି ।

Leave a Reply

Your email address will not be published. Required fields are marked *