କଣ ଆପଣ ଜାଣିଛନ୍ତି ଶାସ୍ତ୍ର ଅନୁସାରେ କେମିତି ହୋଇଥିଲା ମୃତ୍ୟୁ ର ଜନ୍ମ ? Garuda Purana

ବନ୍ଧୁଗଣ ଆମେ ସବୁ ଜାଣିଛେ ଧରିତ୍ରୀ ଲୋକରେ ସବୁ ଜୀବ ଜନ୍ତୁ ଙ୍କ ଜନ୍ମ ହୋଇଥାଏ ଆଉ ମୃତ୍ୟୁ କୁ ପ୍ରାପ୍ତ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲା ସେତେବେଳେ ମୃତ୍ୟୁ ହେଉ ନ ଥିଲା । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଜୀବ ମାନଙ୍କର ମୃତ୍ୟୁ କେମିତି ହେଉଛି ? ତେବେ ଶାସ୍ତ୍ର ଅନୁଯାୟୀ ଏଥିପାଇଁ ମୃତ୍ୟୁ କୁ ଜନ୍ମ ନେବାକୁ ପଡିଲା । ଆଜି ଆମେ ଆପଣଙ୍କୁ ମୃତ୍ୟୁ ଜନ୍ମ ନେବାର କଥା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ଭଗବାନ ବିଶୁଣୁ, ବ୍ରହ୍ମା, ଶିବଙ୍କ ଉତ୍ପତି ଆରେ ସୃଷ୍ଟିର ଭାର ଭଗବାନ ବ୍ରହ୍ମା ନେଇଥିଲେ । ଏମିତି ମାନାଯାଏ କି ସୃଷ୍ଟିର ଅନେକ ଥର ନିର୍ମାଣ ହୋଇଛି ଆଉ ଅନେକ ଥର ବିନାଶ ମଧ୍ୟ ହୋଇସାରିଛି । ଯେବେ ପରମ ପିତା ବ୍ରହ୍ମା ପ୍ରାଣୀ, ଜୀବ ଜନ୍ତୁଙ୍କ ରଚନା କରିଥିଲେ ଆଉ ସୃଷ୍ଟିକୁ ଆଗକୁ ବଢାଇବା ପାଇଁ ବ୍ରହ୍ମା ଜି ଜୀବଜନ୍ତୁଙ୍କ ରଚନା କରିଥିଲେ । କିନ୍ତୁ ଧୀରେ ଧୀରେ ପୃଥିବୀରେ ଜୀବଜନ୍ତୁ ଙ୍କ ସନ୍ଧ୍ୟା ବଢିବାରେ ଲାଗିଲା ।

ଏପରି ହେବାର ଦେଖିବା ପରମ ପିତା ଚିନ୍ତାରେ ପଡିଲେ ପୃଥିବୀର ବିନାଶ ହୋଇପାରେ । ତେବେ ପୃଥିବୀର ସନ୍ତୁଳନ ରକ୍ଷା କରିବାକୁ ବ୍ରହ୍ମା ଚିନ୍ତା କରିଲେ କିନ୍ତୁ କିଛି ସମାଧାନର ରାସ୍ତା ବାହାରିଲା ନାହି । ଆଉ ହଠାତ ତାଙ୍କୁ କ୍ରୋଧ ଆସିଲା ଆଉ ଅଗ୍ନି ପ୍ରକଟ ହେଲା । ପରମପିତା ସେହି ଅଗ୍ନି ଦ୍ଵାରା ସବୁ ପ୍ରାଣୀଙ୍କ ସଂହାର କରିବାକୁ ନିସ୍ପତି ନେଲେ । ତାଙ୍କର ଏଭଳି ଚିନ୍ତା ପରେ ଅଗ୍ନି ଚାରିଆଡେ ବ୍ଯାପିଗଲା ଆଉ ସଂପୂର୍ଣ୍ଣ ଜଗତକୁ ଜଳାଇ ଦେଲା ।

ପୃଥିବୀର ସବୁ ଜୀବ ଜନ୍ତୁଙ୍କୁ ଅଗ୍ନିର ଭସ୍ମ ହେବାର ଦେଖି ସବୁ ଦେବତା ଗଣ ଚିନ୍ତାରେ ପଡିଲେ । ତେବେ ଭଗବାନ ଶିବ ବ୍ରହ୍ମାଙ୍କ ପାଖକୁ ଯାଇ କହିଲେ ଆପଣ ପୃଥିବୀର ବିନାଶ କଣ ପାଇଁ କରୁଛନ୍ତି । ଉତ୍ତରରେ ଭଗବାନ ବ୍ରହ୍ମା କହିଲେ ଦେବି ପୃଥିବୀ ଜଗତର ଭାର ଦ୍ଵାର ପୀଡିତ ହେଉଛନ୍ତି ସେଥିପାଇଁ ମୁଁ ଏମିତି କରୁଛି ? କିନ୍ତୁ ଭଗବାନ ଶିବ ଅନ୍ୟ କୌଣସି ଉପାୟ ଚିନ୍ତା କରିବାକୁ ଅନୁରୋଧ କରିବାରୁ ପରମପିତା ଅଗ୍ନିକୁ ନିଜ ଶରୀରକୁ ପୁନ ନେବା ସମୟରେ ନାଲି, ହଳଦିଆ ଓ କଳା ରଙ୍ଗର ସ୍ତ୍ରୀ ଉତ୍ପନ ହେଲା ।

ବ୍ରହ୍ମା ସେହି ସ୍ତ୍ରୀଙ୍କୁ ମୃତ୍ୟୁ କହି ଡାକିଲେ । ଭଗବାନ ବ୍ରହ୍ମା କହିଲେ ମୁ ତିନି ଲୋକର ସଂହାର କରିବାକୁ ଯେଉଁ କ୍ରୋଧ କରିଥିଲି ମୋର ସେହି କ୍ରୋଧାଗ୍ନିରୁ ତୁମର ଉତ୍ପତି ହୋଇଛି ଆଉ ମୋର ଆଦେଶରୁ ପୃଥିବୀର ବିନାସ କରିବ । ଯାହାକୁ ଶୁଣିବା ପରେ ମୃତ୍ୟୁ ଭୟ କରିଲା ଆଉ କହିଲା ମୋତେ ପାପ ଅଧର୍ମ କରିବାକୁ ଭୟ ଲାଗିଥାଏ ।

କାନ୍ଦିକି ମୃତ୍ୟୁ ନାମକ ସ୍ତ୍ରୀ ବ୍ରହ୍ମାଙ୍କୁ କହିବା ସମୟରେ ତାର ଲୁହ ବ୍ରହ୍ମା ନିଜ ହାତରେ ନେଲେ ଓ ମୃତ୍ୟୁକୁ କହିଲେ ତୁମେ ମୋର ଆଜ୍ଞାର ପାଳନ କର କିଛି ପାପ ଲାଗିବ ନାହିନ । ସେବେ ଠାରୁ ଧରିତ୍ରିରେ ପ୍ରାଣୀଙ୍କର ମୃତ୍ୟୁ ହେବାରେ ଲାଗିଲା । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *