କଣ ଆପଣ ଜାଣିଛନ୍ତି କି ଭଗବାନ ଭୋଳାନାଥ ଙ୍କ ପିତା କିଏ ଥିଲେ ? ଜାଣନ୍ତୁ

ଯଦି ଆମେ ଧାର୍ମିକ ଶାସ୍ତ୍ର ବିଷୟରେ କହିବା ତାହେଲେ ଆପଣ ଭଗବାନ ଗଣେଶ ଓ କାର୍ତ୍ତିକଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଏହା ଛଡା ପୁରା ଦୁନିଆ ଜାଣିଛି କି ଭଗବାନ ଶଙ୍କର ଓ ମା ପାର୍ବତୀ ଏହି ଦୁଇଜଣଙ୍କ ମାତାପିତା ଅଟନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତିକି ଭଗବାନ ଭୋଳାନାଥଙ୍କ ପିତା କିଏ ? ଭୋଳାନାଥଙ୍କ ପିତାମାତାଙ୍କ ବିଷୟରେ ଆପଣ ମାନେ ଜାଣିଥିବେ । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଭୋଳାନାଥଙ୍କ ମାତାପିତା କିଏ । ବହୁତ କମ ଲୋକ ଜାଣିଥିବେ କି ଭଗବାନ ଭୋଳାନାଥଙ୍କର ଜଣେ ଝିଅ ବି ଅଛନ୍ତି । ଯାହାଙ୍କ ନା ଅଶୋକ ସୁନ୍ଦରୀ ।

Image Courtesy: Google

ଭଗବାନ ଶିବ ତାଙ୍କ ଶରୀରରେ ଦେବୀ ଶକ୍ତିଙ୍କୁ ସୃଷ୍ଟି କରିଛନ୍ତି ଏବଂ ଯାହା ତାଙ୍କର ଶରୀରରୁ କେବେ ଅଲଗା ହେବ ନାହିଁ । ଏହି କାରଣରୁ ଶିବଙ୍କୁ ଅର୍ଦ୍ଧ ନାରୀଶ୍ଵର ବୋଲି କୁହାଯାଇ ଥାଏ । ଗୋଟେ ଦିନ ନାରଦ ତାଙ୍କ ପିତା ବ୍ରହ୍ମାଙ୍କୁ ପଚାରିଲେ ଏହି ସୃଷ୍ଟିର ରଚନା କିଏ କରିଛନ୍ତି ? ଏହା ସହିତ ସେ ଏକଥା ବି ପଚାରିଲେ ଆପଣ ତ୍ରିଦେବତାଙ୍କୁ କିଏ ଜନ୍ମ ଦେଇଛନ୍ତି ?

Image Courtesy: Google

ତାପରେ ବ୍ରହ୍ମା ନାରଦଙ୍କୁ ତ୍ରିଦେବତା ଙ୍କ ଜନ୍ମ ବିଷୟରେ କହିବା ସମୟରେ କହିଲେ କି ଦେବୀ ଦୂର୍ଗା ଓ ଶିବଙ୍କ ସ୍ୱରୂପ ବ୍ରହ୍ମଙ୍କ ଯୋଗରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଙ୍କର ସୃଷ୍ଟି ହୋଇଥିଲା । ଏହାପରେ ସେ କହିଲେ କି ଗୋଟେ ଥରର କଥା, ଯେତେବେଳେ ବ୍ରହ୍ମା ଓ ବିଷ୍ଣୁଙ୍କର ଝଗଡା ହେଉଥିଲା, ତ ବ୍ରହ୍ମା କହିଲେ କି ମୁଁ ତୋର ପିତା । କାରଣ ଏହି ସୃଷ୍ଟି ମୋ ଠାରୁ ଉତ୍ପନ୍ନ ହୋଇଛି ।

Image Courtesy: Google

ସେଥିପାଇଁ ମୁଁ ପ୍ରଜାପତି । କିନ୍ତୁ ଏହି କଥା ପରେ ବିଷ୍ଣୁ କହିଲେ କି ନା ମୁଁ ତମର ପିତା ଅଟେ, କାରଣ ତୁ ମୋର ନାଭି ପଦ୍ମରୁ ସୃଷ୍ଟି ହେଇଛୁ । ଏହାପରେ ଭଗବାନ ସଦାଶିବ କହିଲେ କି ମୁଁ ତୁମ ଦୁଇଜଣଙ୍କୁ ଜଗତର ଉତ୍ପତି ଓ ସ୍ଥିତି ରୂପକ ଦୁଇଟି କାମ ଦେଇଛି । ସେହିପରି ମୁଁ ଶଙ୍କର ଓ ରୁଦ୍ରକୁ ଦୁଇଟି କାମ ଦେଇଛି । ଏଥି ପାଇଁ ବେଦର ମତେ ବ୍ରହ୍ମା ବୋଲି କୁହାଯାଏ । ଏହି ତଥ୍ୟରୁ ଜଣାଗଲାଜେ କି ଭଗବାନ ଶିବଙ୍କ ମାତା ଶ୍ରୀ ଦୂର୍ଗା ଦେବୀ ଏବଂ ତାଙ୍କ ପିତା ସଦାଶିବ ବା କାଳ ବ୍ରହ୍ମ ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *