ଧିକ ଏଭଳି ପୁଅ, ନିଜେ କୋଠା ଗହରେ ରହି ବାପା ମା’ ଙ୍କୁ ରଖିଛି ଛେଳି ଗୁହାଳେ! ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି ବୃଦ୍ଧ ବ୍ୟକ୍ତି ଜଣଙ୍କ, ଆପଣ ବି କାନ୍ଦି ପକାଇବେ

ଆଖିରେ ଆଖିଏ ଲୁହ ପାଟିରୁ କଥା ବାହାରୁ ନାହି । ହାତ ଯୋଡି ସମସ୍ତଙ୍କୁ କାକୁତି ମିନତୀ ହେଉଛନ୍ତି ହଜୁର ଆମକୁ ଘର ଖଣ୍ଡିଏ ଦିଅନ୍ତୁ । ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି । ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିୟାଲ ବ୍ଲକ ଚାନ୍ଦିବାଲା ଗାଁଏ । ଏହି ଗାଁର ଦଣ୍ଡସେନାଙ୍କ ଦୁଖ କହିଲେ ନ ସରେ । ବୟସ ୭୦ ଟପିଲାଣି । ତାଙ୍କ ସ୍ତ୍ରୀ ମଧ୍ୟ ଜୀବନର ଅପରାହ୍ନରେ । ଦୁହିଙ୍କର ୩ ପୁଅ ମଧ୍ୟରୁ ମଝିଆ ପୁଅର ମୃତ୍ୟୁ ହୋଇଛି ।

ଅନ୍ୟ ୨ ପୁଅ ନିଜ ପରିବାର ସହ ଦାଦନ ଯାଇଛନ୍ତି । ପୁଅଙ୍କର ଘର ଥାଇ ମଧ୍ୟ ବାପା ମାଙ୍କୁ କେହି ରଖୁ ନାହାନ୍ତି । ଇଚ୍ଛା ନ ଥିଲେ ମଧ୍ୟ ଚେଲୀ ଗୁହାଳରେ ରହୁଛନ୍ତି ବୃଦ୍ଧ ଦମ୍ପତି । ବୃଦ୍ଧା କସ୍ତୁରୀ ନିଜର ୩ ଛେଳି ସହ ଗାଁର ଅନ୍ୟ ଛେଳି ଚରାଉଛନ୍ତି । ସରକାରଙ୍କ ସହାୟତା କହିଲେ ୧୦ କିଲୋ ଚାଉଳ ସହ ୫୦୦ ଟଙ୍କା ମିଳୁଛି । ଆଜିର ମହଙ୍ଗା ଯୁଗରେ ଏତିକିରେ ଚାଲିବା କେତେ କଷ୍ଟକର ତାହା ବୁଝି ହେଉଛି ।

ଖଣ୍ଡେ ଘର ପାଇଁ ସରପଞ୍ଚଙ୍କ ଠାରୁ ଭିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି । ହେଲେ କେହି ଶୁଣୁ ନାହାନ୍ତି । ଗୋଟେ ପକ୍ଷରେ ସରକାର କହୁଛନ୍ତି ସମସ୍ତଙ୍କୁ ରହିବା ପାଇଁ ବାସଗୃହ ଦିଆଯିବ । କେହି ଭୋକରେ ରହିବେ ନାହି । କିନ୍ତୁ ସରକାର ନିଜେ କହୁଥିବା କଥା କେତେ ରଖୁଛନ୍ତି ତାହା ଏହି ଦୁଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଦେଖିଲେ ଜଣା ପଡୁଛି ।

ଜଣେ ମଣିଷ ଛେଳି ଗୁହାଳରେ ରହିବ ଏହି ସଭ୍ୟ ସମାଜ ପ୍ରତି ଅପମାନ ଭଳି ଲାଗୁଛି । ସରକାରି ଯୋଜନା କଣ ଖାଲି ବଡ ଲୋକଙ୍କ ପାଇଁ । ଏପରି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବୃଦ୍ଧା ଦମ୍ପତି କହିଛନ୍ତି ଯେ ତାଙ୍କ ପୁଅ ମାନେ କେହି ତାଙ୍କୁ ପଚାରୁ ନାହାନ୍ତି । ସେମାନେ ଛେଳି ଗୁହାଳରେ ନିଜର ଦିନ ରାତି କଟାଉଛନ୍ତି । ଏହା ଠାରୁ ଦୁଖଦାୟକ କଥା ତାଙ୍କ ଜୀବନରେ ଆଉ କିଛି ନାହି ।

ମାଗି ଯାଚି ନିଜର ପେଟ ପୋଷଣ କରୁଛନ୍ତି ଦୁଇ ବୃଦ୍ଧା ଦମ୍ପତି । ତେବେ ସରକାର ଦୁଇ ବୃଦ୍ଧା ଦମ୍ପତିଙ୍କୁ ଆର୍ଥିକ ସାହାଜ୍ଯ କରିବା ସହ ତାଙ୍କୁ ଘର ଖେଣ୍ଡେ ଦେଲେ ଦୁହେଁ ବହୁତ ଉପକୃତ ହୁଅନ୍ତେ ବୋଲି କୁହା ଯାଉଛି । ଏହି ଘଟଣା ରେ ସରକାର ଦ୍ରୁଷ୍ଟି ଦେବା ଉଚିତ । ବାସ୍ତବରେ ଦୁଇ ବୃଦ୍ଧା ଦମ୍ପତିଙ୍କ ଜୀବନ କାହାଣୀ ହୃଦୟକୁ ଛୁଇଁ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *