ବହି ପାଇଁ କାନ୍ଦୁଛି ପୁଅ କିନ୍ତୁ ନିଶାରେ ଗଡୁଛି ବାପା… କାନ୍ଦି କାନ୍ଦି ପୁଅଟି ଯାହା କହୁଛି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ବାପା ମୋତେ ବହି କିଣି ଦେଉ ନାହାନ୍ତି, ପାଠ ପଢିବାକୁ ମୋର ବହୁତ ଇଚ୍ଛା କିନ୍ତୁ ସୁଯୋଗ ମିଳୁ ନାହି । ସବୁଦିନ ବାପା ମଦ ପିଉଛନ୍ତି, ମତେ ବହି, ଖାତା, ଓ କାଲାମ କି ପେନ୍ସିଲ ରବର କିଛି ଦେଉ ନାହାନ୍ତି । ମୁଁ କେମିତି ପାଠ ପଧିବି ? ମୋ ସାଙ୍ଗସାଥି ଯେତେବେଳେ ସ୍କୁଲ ଯାଉଛନ୍ତି ମୋର ବି ବହୁତ ଇଚ୍ଛା ହଉଛି କିନ୍ତୁ ମୁଁ ଯାଇପାରୁ ନାହି । ମୋ ବାପା ଯଦି ମଦ ଛାଡି ଦିନନ୍ତେ ତେବେ ମୁଁ ସ୍କୁଲ ଯାଇପାରନ୍ତି । ଏହି ଭିଡିଓଋ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ହୋଇ ପଡିଛି ।

ଏହି ଭିଡିଓ ରେ ପିଲାଟି କାନ୍ଦି କରି ନିଜ ଶିକ୍ଷକଙ୍କୁ କହୁଥିବା ବେଳେ ତାଙ୍କ ବାପା ପରିହାସ କରି ହସୁଛନ୍ତି । ମଦୁଆ ବାପାର ଏଭଳି ଆଚରଣ ଶିକ୍ଷକଙ୍କ ଆଗରେ ଏମିତି ବଖାଣୁଛି କୁନି ପୁଅ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ କୁନି ପୁଅ ନିଜ ବାପାର ମଦ ପିଇବା କଥା ଅଲଗା ଢଙ୍ଗରେ ପେଶ କରିଛନ୍ତି ।

ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳୁ ନାହି କୁନି ପୁଅକୁ । ବାପାର ବୁଝି ନାହାନ୍ତି ପଥର କଣ ମହତ୍ଵ ରହିଛି । କୁନିଆ ପୁଅଟି ଏତେ ଜୋରେରେ କାନ୍ଦୁଛି ଦେଖିଲେ ଦୁଖ ଲାଗୁଛି । ବାପା ମଦ ନିଶାରେ ଏତେ ଚୁର ହୋଇ ଯାଉଛି କି ନ କହିଲେ ସରେ । ନିଶାରେ ଚୁର ମଣିଷ କେବେ ବି ସମ୍ପର୍କର ମହତ ରଖେ ନାହି କି ମୂଲ୍ୟ ବି ବୁଝେ ନାହି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଜୋର ସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟି ବିହାରର ରେହତାଶ ଜିଲ୍ଲାର ତେଲୁଟ ବ୍ଲକରେ ଥିବା ସରକାରୀ ବିଦ୍ୟାଳୟର ସୂଚନା ମିଳିଛି । ଏହି ଭିଡିଓ ରେ କୁନି ପୁଅ ଟି ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆଗରେ କାନ୍ଦି କାନ୍ଦି କରି କହୁଛି କିପରି ତା ବାପା ମଦ ପିଇବାରେ ସବୁ ଟଙ୍କା ଖର୍ଚ୍ଚ କରି ଦେଉଛନ୍ତି ।

କିନ୍ତୁ ତାର ପାଠ ପଢିବା ପାଇଁ କିଛି ବି ଜିନିଷ ଆଣି ଦେଉ ନାହାନ୍ତି । ଶିକ୍ଷକ ପିଲାକୁ ପ୍ରଶ୍ନ କରିଛନ୍ତି ତୁମକୁ ସବୁ ଦିନ ବହି କିଣିବା ପାଇଁ କହିବା ପରେ ବି କଣ ପାଇଁ ଆଣୁନ ? ଘରେ ବାପାଙ୍କୁ ବହି ପାଇଁ କହିଛ କି ନାହି ? ଏହି ପ୍ରଶ୍ନ ଶୁଣିଆବ ପରେ ପୁଅଟି ଆହୁରି ଜୋର ରେ କାନ୍ଦିକି କହୁଛି ବାପା ଟଙ୍କା ଦେଉ ନାହାନ୍ତି ।

ବହି କିଣିବାକୁ ଇଚ୍ଛା ଥିଲେ ବି ବାପା ଶୁଣୁ ନାହାନ୍ତି । କ୍ରମାଗତ ଭାବେ ଶିକ୍ଷକ ୫ ଦିନ ହେବ କହିବା ପରେ ମଧ୍ୟ ପିଲାଟି ବହି ଆଣି ନ ଥିଲା । ଯାହା ପରେ ଏପରି ପ୍ରଶ୍ନ କରିଛନ୍ତି ଶିକ୍ଷକ । ପିଲାଟି କହିବା ସମୟରେ ତାର ବାପା ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ । ତେବେ ରାଜ୍ୟରେ ମଦର କୁପ୍ରଭାବ କମିବାରେ ନାହି ଯାହା ପାଇଁ ଆଜି ନିରୀହ ପିଲାଟି ପାଠପଢି ପାରୁନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *