କଣ ହେଲା ଯେତେବେଳେ ଗୋଟିଏ କଞ୍ଜୁସ ଦୋକାନୀ ପ୍ରସାଦରେ ବିଷ ଦେଇ ଭଗବାନଙ୍କୁ ଭୋଗ କରିଲା, ପୁଣି ଯାହା ହେଲା ନିଜେ ହିଁ ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ଜଣେ କଞ୍ଜୁସ ଦୋକାନୀ ଓ ଭଗବାନଙ୍କ ବିଷୟରେ ହୋଇଥିବା ଏକ ସତ୍ୟ ଘଟଣା ବିଷୟରେ କହିବୁ । କହିବାକୁ ଗଲେ ଗୋଟିଏ ଦୋକାନୀ ଯିଏକି ବହୁତ ହିଁ କଞ୍ଜୁସ ଥିଲା, ଦିନେ ସେ ନିଜର ଦୋକାନରେ ନିଜର ପୁଅକୁ ବସାଇ ଦେଲା ଓ କହିଲା କି ବିନା ଟଙ୍କାରେ କାହାକୁ କିଛି ବି ଜିନିଷ ଦେବୁ ନାହିଁ ।

ଏହା ପରେ ଜଣେ ବାବା ଅର୍ଥାତ ସନ୍ଥ ବାବା ଆସିଲେ । ଯିଏକି ଅଲଗା ଅଲଗା ସ୍ଥାନରୁ ନିଜର ଭୋଜନର ସାମଗ୍ରୀ ସଂଗ୍ରହ କରୁଥିଲେ । ସେହି ସନ୍ଥ ବାବା ଜଣକ ଦୋକାନରେ ବସିଥିବା ଦୋକାନୀର ପୁଅକୁ ଅଳ୍ପ ଲୁଣ ମାଗିଲେ । ଦୋକାନୀର ପୁଅ ସନ୍ଥ ବାବାକୁ ଡବା ଖୋଲି ଗୋଟିଏ ଚାମଚ ଲୁଣ ଦେଇ ଦେଲା । ଏହା ପରେ ଦୋକାନୀ ଆସି ଦେଖିଲା କି ଲୁଣ ଡବା ଖୋଲା ଅଛି ତେବେ ସେ ପୁଅକୁ ପଚାରିଲା କି କଣ ବିକ୍ରି କରିଛୁ ।

ପୁଅ କହିଲା କି ମୁଁ କେବଳ ଜଣେ ସନ୍ଥ ବାବାକୁ ଏକ ଚାମଚ ଲୁଣ ଦେଇଛି । କିନ୍ତୁ ଦୋକାନୀ ଜଣକ ମୁଣ୍ଡରେ ହାତ ଦେଇ କହିଲା ହେ ମୂର୍ଖ ସେଥିରେ ଲୁଣ ନୁହେଁ ବିଷ ଅଛି । ଏହା ପରେ ଦୋକାନୀ ଜଣକ ଦୌଡି ଯାଇ ସନ୍ଥ ବାବା ପାଖକୁ ପହଞ୍ଚିଲା । ସେହି ସମୟ ପର୍ଯ୍ୟନ୍ତ ସଂସ୍ଥ ବାବା ଭୋଜନ ପ୍ରସ୍ତୁତ କରି ଭଗବାନଙ୍କୁ ଭୋଗ ଲଗାଇ ନିଜ ଖାଇବା ପାଇଁ ବସି ଯାଇଥିଲେ । ଦୋକାନୀ ଜଣକ ସନ୍ଥ ବାବାକୁ କହିଲେ କି ଆପଣ ଯେଉଁ ଲୁଣ ଆଣିଛନ୍ତି ତାହା ଲୁଣ ନୁହେଁ ବିଷ ଅଟେ ।

ଦୟାକରି ଆପଣ ସେହି ଖାଦ୍ୟକୁ ସେବନ କରନ୍ତୁ ନାହିଁ । କିନ୍ତୁ ସନ୍ଥ ବାବା କହିଲେ କି ଆମେ ତ ପ୍ରସାଦ ନେବୁ କାରଣ ଆମେ ଭଗବାନଙ୍କ ନିକଟରେ ଭୋଗ ଲଗାଇ ଦେଇଛୁ ଓ ପ୍ରସାଦ ଲଗାଇ ସାରିବା ପରେ ଭୋଜନ ଛାଡି ପାରିବୁ ନାହିଁ । ଯଦି ଭଗବାନଙ୍କ ନିକଟରେ ଭୋଗ ନ ଲାଗି ଥାନ୍ତା ତେବେ ଭୋଜନ ଛାଡି ଦେଇ ଥାନ୍ତୁ । ଏହା ପରେ ସନ୍ଥ ବାବା ଭୋଜନକୁ ପ୍ରସାଦ ରୂପରେ ସେବନ କରିବା ଆରମ୍ଭ କରିଦେଲେ । କିନ୍ତୁ ଏହା ଦେଖି ଦୋକାନୀ ଜଣକ ଚିନ୍ତାରେ ପଡିଗଲେ ଓ ରାତି ସାରା ସେ ସେହି ବାବାଙ୍କ ନିକଟରେ ରହିଲେ ।

କାରଣ ରାତିରେ ଯଦି ସ୍ୱାସ୍ଥ୍ୟ ଖରାପ ହେଲା ତେବେ ସେ ବୈଦ୍ୟକୁ ଡାକି ପାରିବେ । ଏହା ଚିନ୍ତା କରି କରି ଦୋକାନୀ ଜଣକ ଶୋଇ ପଡିଲେ । ସକାଳେ ସବୁଦିନ ଭଳି ସନ୍ଥ ବାବା ଜଲ୍ଦି ଉଠି ନଦୀରେ ସ୍ନାନ କରିବାକୁ ଗଲେ । ଏହା ପରେ ଦୋକାନୀ ଜଣକ ସ୍ଥାନ ବାବାକୁ ପଚାରିଲେ କି ଆପଣ ଠିକ ଅଛନ୍ତି ତ । ତେବେ ବାବା କହିଲେ କି ଭଗବାନ କୃଷ୍ଣଙ୍କ କୃପାରେ ସବୁ ଠିକ ଅଛି ଓ ଏହା କହି ସେ ପୂଜା କରିବା ପାଇଁ ମନ୍ଦିରକୁ ଚାଲିଗଲେ । ସେଠି ଯାଇ ସନ୍ଥ ବାବା ଦେଖିଲେ କି ଭଗବାନଙ୍କ ଶରୀର କଳା ପଡି ଯାଇଛି ।

ଏହା ଦେଖି ଦୋକାନୀ ଜଣକ ସବୁ ବୁଝି ଗଲେ କି ଭକ୍ତର ଅଟଳ ବିଶ୍ଵାସକୁ ଦେଖି ଭଗବାନ ଭୋଜନର ବିଷ ଭୋଗ ରୂପରେ ସ୍ଵୟଂ ଗ୍ରହଣ କରି ନେଲେ ଓ ଭକ୍ତକୁ ପ୍ରସାଦ ଗ୍ରହଣ କରିବାକୁ ଦେଲେ । ଏହା ପରେ ଦୋକାନୀ ଜଣକ ପୁଅକୁ ଦୋକାନର ସମସ୍ତ ଦାୟିତ୍ଵ ଦେଇ ସ୍ଵୟଂ ସନ୍ଥର ଶରଣରେ ଆସି ଭଗବାନଙ୍କ ସେବା କରିବାକୁ ଲାଗିଲେ । ଏହା ଥିଲା ଭଗବାନ ଓ ଭକ୍ତ ମଧ୍ୟରେ ନିବିଡ ସମ୍ପର୍କ ।

Leave a Reply

Your email address will not be published. Required fields are marked *