କୋରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ବାହାରେ ବୁଲୁଛନ୍ତି Sura Routray, କଣ କହୁଛନ୍ତି ଶୁଣନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଂଗ୍ରେସ ବିଧାୟକ ସୁର ରାଉତରାଏ ଓ ତାଙ୍କ ସ୍ତ୍ରୀ ଗତ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ହେଉଛନ୍ତି ସେହି ସୁର ଭାଇ ଯିଏ ଦିନେ କହୁଥିଲେ ମାସ୍କ ଲଗାଇବା ଦରକାର ନାହି । କାରଣ କୋରୋନା ମହାମାରି ସେମିତି କିଛି ନୁହେଁ । କିନ୍ତୁ ଆଜି ସେ ନିଜେ କୋରୋନାରେ ଆକାନ୍ତ ହୋଇଛନ୍ତି । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ସୁର ଭାଇ କୋରୋନାରେ ଆକ୍ରାନ୍ତ ହେବା ପରେ ଘରେ ନ ରହି ବାହାରେ ବୁଲୁଛନ୍ତି ।

ଏଥିପାଇଁ ଅନ୍ୟ ମାନେ ସମସ୍ୟାର ସମୁଖିନ୍ନ ମଧ୍ୟ ହୋଇ ପାରନ୍ତି । ସୁର ଭାଇ ନିଜ ରାଏ ରେ କହିଛନ୍ତି ଯେ ସେ ମେଡିସନ ଖାଇଛନ୍ତି ଯାହା ପାଇଁ ତାଙ୍କ ଶରୀର ରେ ଥିବା ସବୁ ଜୀବାଣୁ ମରିଯିବେ । ଏମିତି କି ୧ଲକ୍ଷ ୨୨ ହଜାର ଟଙ୍କାର ଗୋଟେ ଇଂଜେକସନ ନେଇଛନ୍ତି ବୋଲି ସୁର ଭାଇ କହିଛନ୍ତି । ଏହି ଇଂଜେକସନ ମାଗଣା ଦେଇଛନ୍ତି ବୋଲି ସୁର ଭାଇ ମତ ଦେଇଛନ୍ତି । ଆପଣ ମାନେ ଦେଖି ପାରିବେ ସୁର ଭାଇ ଯେଉଁ ଜାଗାରେ ବସିଛନ୍ତି ସେଠାରେ କିଛି ଲୋକ ମାନେ ଚାହା ପିଉଛନ୍ତି ।

ଏମିତି କି ଜଣେ ବ୍ୟକ୍ତି ସୁର ଭାଇ ଙ୍କ ପାଖକୁ ଯାଇ କପ ନେଇ ଆସୁଛନ୍ତି । କିନ୍ତୁ ଗୋଟେ କଥା ଦେଖିବାକୁ ମିଳିଛି ସୁର ଭାଇଙ୍କୁ କୋରୋନା ହେବା କଥା ଜାଣିବା ପରେ ଲୋକ ମାନେ ତାଙ୍କ ଠାରୁ ଦୂରେଇ ରହିଛନ୍ତି । ସୁର ଭାଇ ମାସ୍କ ମଧ୍ୟ ପିନ୍ଧି ନାହାନ୍ତି । ବରଂ ନିଜ ମୁହଁ ରେ ଗାମୁଛା ଭିଡି ବସିଛନ୍ତି । ଏମିତି ଲାଗୁଛି କି ସୁର ଭାଇ କୋରୋନାର ତୃତୀୟ ଲହର କୁ ଆଗାକୁ ନିମନ୍ତ୍ରଣ କରୁଛନ୍ତି । କାରଣ ସେ କୋରୋନା ଗାଇଡ ଲାଇନକୁ ଉଲଂଘନ କରି ଆସି ବାହାରେ ବୁଲୁଛନ୍ତି ।

ସେ ଜାଣିଛନ୍ତି କି କୋରୋନା ଭାଇରସ କେତେ ମାରାତ୍ମକ । ଏହା ସତ୍ବେ ବି ସେ ଅନ୍ୟ ଲୋକ ମାନଙ୍କ ବିପଦ ସୃଷ୍ଟି କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ ଉଠୁଛି । କଂଗ୍ରେସର ବିଧାୟକ ଭାବେ ସୁର ରାଉତରାଏ ଯେଉଁ ସବୁ ବଡ ବଡ ଭାଷଣ ଦେଉଥିଲେ ଲୋକଙ୍କ ଭଲ ପାଇଁ ଆଜି ସେ ନିଜେ ଲୋକଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି ।

ତେବେ ବନ୍ଧୁଗଣ ସୁର ଭାଇଙ୍କ କୋରୋନାରେ ପୀଡିତ ଥିବା ସମୟରେ ଏପରି ବାହାରେ ବୁଲିବା କେତେ ଯୁକ୍ତିଯୁକ୍ତ ତାହା ଆପଣ ମାନେ ନିଜ ରାଏ ରେ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *