“ହାତରେ ତୁ ହାତ ଦେ, ଥରେ ମୋତେ ଛୁଇଁ ଦେ.. ନଜର ରେ ନଜର ମିଶେଇ ତୁ ଦେ”, ଦେଖନ୍ତୁ Ollywood ସିଙ୍ଗର Shitalଙ୍କ Exclusive ଇଣ୍ଟରଭିୟୁ

ଦର୍ଶକ ବନ୍ଧୁ ଗୀତିକାର ଶୀତଳ କବି ଯିଏ ଓଲିଉଡ ଜଗତକୁ ଅନେକ ସାରା ଗୀତ ଭେଟି ଦେଇଛନ୍ତି ସେ ନିଜର ସାକ୍ଷାତକାର ରେ କିଛି କହିଛନ୍ତି । ଗୀତିକାର ଶୀତଳ କହିଛନ୍ତି କି ” ସେ ଷଷ୍ଠ ଶ୍ରେଣୀରେ ପଢିବା ବେଳେ ଗୀତରେ ଭାଗ ନେଉଥିଲେ ଆଉ ତା ପରେ ତାଙ୍କ ମା ତାଙ୍କୁ ସଂଗୀତ ଶିକ୍ଷା କରିବାକୁ ଛାଡିଥିଲେ । ଏହା ପରେ ସେ “ସାରେ ଗାମା ପା” ସୋ ରେ ଅଡିସନ ଦେଇଥିଲେ । ପ୍ରଥମରୁ ଅଡିସନରେ କଟିବା ପରେ ପ୍ରଥମ ସ୍ଵର ସୋ ରେ ଭାଗ ନେଇଥିଲେ ।

ଏମିତିକି “ସାରେ ଗାମା ପା ଲିଟଲ ଚାନସ-୩” ସିଜିନରେ ସେମି ଫାଇନାଲ ଭାବେ ଚୟନ ହୋଇଥିଲେ । ବିମୁବ୍ଧ ଦାସ ତାଙ୍କୁ ପ୍ରଥମ ଥର ପାଇଁ ବ୍ରେକ ଦେଇଥିଲେ ଆଉ ସେ “ହାତରେ ତୁ ହାତ ଦେ, ଥରେ ମୋତେ ଚୂନ ଦେ.. ନଜରରେ ନଜର ତୁ ମିଶେଇ ଦେ” ଗୀତ ଗାଇଥିଲେ ଯାହା ୧୦ ମିଲିୟନ କ୍ରଶ କରିଛି । ମୁଁ ଯେଉଁ ମାନଙ୍କ ସହ କାମ କରିଛି ସେମାନଙ୍କ ସହ ବେଟର ଫିଲ କରିଛି ଆଉ ଯେଉଁ ମାନଙ୍କ ସହ କାମ କରି ନାହି ଆଗକୁ କାମ କରିବାର ଇଚ୍ଛା ଅଛି ।

ତାଙ୍କ ଜୀବନରେ କେହି ବି ପ୍ରେମିକ ନାହାନ୍ତି ବୋଲି କହିଛନ୍ତି । ତାଙ୍କ ମା ପିଲାବେଳ ବହୁତ ଭଲ ଗୀତ ଗାଉଥିଲେ କିନ୍ତୁ ସେହି ସମୟରେ ତାଙ୍କୁ ସ୍କୋପ ମିଳି ନ ଥିଲା । କିନ୍ତୁ ଶୀତଳଙ୍କୁ ଗୀତ ଗାଉଥିବାର ଦେଖି ତାଙ୍କ ମାମା ଗୁରୁଙ୍କ ପାଖକୁ ଛାଡିଥିଲେ ଗୀତ ଶିଖିବାକୁ । ଆଗକୁ ଶୀତଳ କହିଛନ୍ତି ମୁଁ ସକାଳୁ ଉଠି ୧ ଘଣ୍ଟା ଆଉ ଯେଉଁ ଦିନ କାମ ନ ଥାଏ ୨ ଘଣ୍ଟା ଗୀତ ପ୍ରାଟିଶ କରିଥାଏ । ଫ୍ରୀ ଟାଇମରେ ଗୀତ ଶୁଣିବା ସହ କାର୍ଟୁନ ଦେଖେ ।

ମୁଁ ବିଲକୁଲ ଦୁଷ୍ଟ ନୁହେଁ ପୁରା ସାଧାସିଧା ମାମା ଠାରୁ ଆଜି ଯାଏଁ ଗାଳି ଖାଏ ଆଉ ମୁଁ ଆମିଷ ଖାଏ ନାହି ପୁରା ଭେଜ । ଶୀତଳ ଓଡିଆ ଓ ହିନ୍ଦୀ ଗୀତ ଗାଇଛନ୍ତି । ଆଉ ଏହି ଆଖ୍ୟାତକରରେ ସେ ତେଲୁଗୁ ଗୀତ ମଧ୍ୟ ଗାଉଛନ୍ତି ଯାହା ଶୁଣିବାକୁ ଖୁବ ସୁନ୍ଦର ଲାଗୁଛି । ତାଙ୍କୁ ଡ୍ୟାନ୍ସ ଓ ଗୀତ ଗାଇବାକୁ ଭଲ ଲାଗେ କିନ୍ତୁ ତାଙ୍କ ବାପାଙ୍କ ଇଚ୍ଛା ରହିଛି ଅଭିନୟ କରିବାକୁ । ସେ ବଲିଉଡରେ ଟ୍ରାଏ କରିବାକୁ ଚାହୁଁଛନ୍ତି । ତାଙ୍କ ଘର ହେଉଛି ବ୍ରହ୍ମପୁର ।

ଏହି ସାକ୍ଷାତକାର ରେ ଶୀତଳ କବି ନିଜର ବ୍ରହ୍ମପୁର ଭାଷାରେ ଦର୍ଶକ ମାନଙ୍କୁ କହିଛନ୍ତି କଣ କରିଛନ୍ତି ହେବ କେମିତି ଅଛନ୍ତି ଯେ ନିଶ୍ଚୟ ମୋ ସାକ୍ଷାତକାର ଦେଖିବେ ହେ । ଏହା କହି କହି ହସି ହସି ଗାଡି ଯାଉଛନ୍ତି ଶୀତଳ କବି । ଶେଷରେ କହିଛନ୍ତି କଣ କଲ ପୁରା କେରକେରା । ଆଗକୁ ସେ କହିଛନ୍ତି ବ୍ରହ୍ମପୁର ରେ ଜଳଖିଆ ବହୁତ ଟେଷ୍ଟି ନିଶ୍ଚୟ ଏହାକୁ ଟେଷ୍ଟ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଶୀତଳ କବି ଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *