ସତ ହୋଇଯିବ କି Malika Bachana ? ଏ କଣ ସୃଷ୍ଟି ବିନାଶର ପୂର୍ବ ସୂଚନା ?

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଳିକାରେ ମହାପୁରୁଷ ମାନେ ଲେଖି ଯାଇଛନ୍ତି ବାଇଶି ପାହାଚେ ଖେଳିବ ମୀନ ଆଉ ବୁଡିଯିବ ଶ୍ରୀକ୍ଷେତ୍ର । ତେବେ କଣ ସତ ହେବ କି ମାଳିକା ବଚନ ଆସୁଛି କି ମହା ବିପତ୍ତି ? ଏହା କଣ ବିନାଶ ପୂର୍ବର ସୂଚନା ଏବେ ମିଳୁଛି କି ପୁରୀ ଶ୍ରୀକ୍ଷେତ୍ରରେ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଓଡିଶାବାସୀଙ୍କ ମନରେ । କାରଣ ଗୋଟେ ପରେ ଗୋଟେ ମାଳିକା ବଚନ ସତ ପ୍ରମାଣିତ ହେବାରେ ଲାଗିଛି । ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଯାଇଛନ୍ତି ସୃଷ୍ଟି ବିଲୋପ ହେବା ଆଗରୁ ସୂଚନା ମିଳିବ ।

ବାଇଶି ପାହାଚରେ ପାଣି ଖେଳିବ ଯାହା ଅକ୍ଷରେ ଅକ୍ଷରେ ସତ ହେବା ସହ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି ଶ୍ରୀକ୍ଷେତ୍ରରେ । କିଛି ଦିନ ତଳେ ଶ୍ରୀକ୍ଷେତ୍ରରେ କଳା ବାଦଲ ମାଡି ଆସିଥିଲା ଆଉ ବାଇଶି ପାହାଚରୁ ଝରିଥିଲା ପାଣି । ଭକ୍ତ ମାନେ ଏହି ଝରଣା ପାଣିରେ ଅଟକି ରହିଥିଲେ । ସେହିପରି ବର୍ଷାରେ ବଡ ଦାଣ୍ଡ ଜଳମଗ୍ନ ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା ।

ଯାହା ମାଳିକାରେ ଲେଖାଯାଇଛି କି ଶ୍ରୀକ୍ଷେତ୍ର ଆଉ ବଡ ଦାଣ୍ଡରେ ପାଣିର ଲହରୀ ଦେଖାଯିବ । କେବଳ ଏତିକି ନୁହେଁ ବରଂ ପୁରୀ ସମୁଦ୍ରରେ ମଧ୍ୟ ଖୋଲିଥିଲା ଖଣ୍ଡିଆ ଭୁତ । ଘନ ଅନ୍ଧାର ସହ ସମୁଦ୍ରର ଜଳରାଶିରେ କେଉଁ ଏକ ଅଜଣା ଶକ୍ତି ଘୁରି ବୁଲୁଥିଲା ଯାହା କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବରେ ସମୁଦ୍ରର ଜଳ ରାଶି ମଧ୍ୟ ଭୟଙ୍କର ରୂପ ନେଇଥିଲା ।

ସେହିପରି ଗତ କାଲି ଶ୍ରୀ ମନ୍ଦିରରେ ଘଟିଛି ଆଉ ଏକ ଘଟଣା । ଶ୍ରୀ ମନ୍ଦିର ସାରା ଘରେ ଲାଗି ଯାଇଥିଲା ନିଆଁ । ମହାପ୍ରଭୁଙ୍କ ମହା ପ୍ରସାଦ ପାଇଁ ଯେଉଁ ଠାରେ ସାମଗ୍ରୀ ରଖାଯାଏ ସେଠାରେ ହଠାତ ଲାଗି ଯାଇଥିଲା ନିଆଁ । ଏପରିକି ନିଆଁ ଲାଗିବାର କାରଣ କଣ ତାହା କେହି ଜାଣିପାରିଲେ ନାହି । ତେବେ ବାରମ୍ବାର ଶ୍ରୀ କ୍ଷେତ୍ର ରେ ଏଭଳି ଅଘଟଣ ଘଟିବା ସୃଷ୍ଟି ବିନାଶର ସୂଚନା ନୁହେଁ ତ ?

ହୋଇପାରେ କି ମହାବାହୁ ଏମିତି ସୂଚନା ଦେଉଛନ୍ତି କି ଏବେ ସୃଷ୍ଟିର ବିନାଶ ହେବାର ସମୟ ଆସି ଯାଇଛି । ସୃଷ୍ଟି ଧ୍ଵଂସ ହେବାକୁ ଆଉ ମାତ୍ର କମ ଦିନ ବାକି ରହିଲା ନଚେତ ଶ୍ରୀ କ୍ଷେତ୍ର ରେ ବାରମ୍ବାର ଏଭଳି ଏଘଟଣ କାହିଁକି ଘଟିବାରେ ଲାଗିଛି । ଏବେ କେବଳ ସେହି କାଳିଆ ଠାକୁର ହିଁ ବିଶ୍ଵ ବାସୀ ଙ୍କୁ ସାହା ଭରସା । କାରଣ ମହାବାହୁ ହେଉଛନ୍ତି ସୃଷ୍ଟିର କାରକ ଓ ବିନାଶର କାରକ ।

ତେବେ ଦିନକୁ ଦିନ ହେଭଳି ଭାବେ ଶ୍ରୀ କ୍ଷେତ୍ର ରେ ଅଘଟଣ ଘଟିବାରେ ଲାଗିଛି ତାହାକୁ ନେଇ ବିଶ୍ଵବାସୀ ଙ୍କ ମନରେ ଭୟର ଆତଙ୍କ ଦେଖା ଗଲାଣି । କଣ ସତରେ ସୃଷ୍ଟି ଧ୍ଵଂସ ହେବ ଆଉ ସତ୍ୟ ଯୁଗର ଆରମ୍ଭ ହେବ କଣ ସତରେ ମାଳିକା ବଚନ ସତ ହେବାରେ ଲାଗିଛି ? ତେବେ ଏ ସବୁ ପ୍ରଶ୍ନର ଉତ୍ତର କଣ ରହିଛି ତାହା ତ ସମୟ କହିବ । ବନ୍ଧୁଗଣ ଆପଣଙ୍କର ଏହି ଅଘଟଣ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *