କଣ ସତରେ ଗିଲୋୟ ପିଇବା ଦ୍ଵାରା ଲିଭର ଡ୍ୟାମେଜ ହୋଇଥାଏ ? ଦେଖନ୍ତୁ କଣ କହୁଛି ଆୟୁଷ ମନ୍ତ୍ରାଳୟର ତଥ୍ୟ

ଗିଲୋୟ ଆମର ସ୍ୱାସ୍ଥ୍ୟ ବହୁତ ହିଁ ଲାଭକାରୀ ପଦାର୍ଥ ଅଟେ । ଗିଲୋୟକୁ ଆୟୁର୍ବେଦରେ ଔଷଧ ରୂପରେ ଗ୍ରହଣ କରାଯାଇଛି । କିନ୍ତୁ କିଛି ଦିନ ପୂର୍ବରୁ ମୁମ୍ବାଇର କିଛି ଡାକ୍ତରମାନଙ୍କ ରିପୋର୍ଟ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିଲା । ରିପୋର୍ଟରେ କୁହାଯାଇଥିଲା କି ଗିଲୋୟ ସେବନ ଦ୍ଵାରା ୬ ଜଣ ବ୍ୟକ୍ତିଙ୍କ ଲିଭର ଖରାପ ହୋଇ ଯାଇଛି ଓ ଜଣେ ମହିଳାଙ୍କର ମୃତ୍ୟୁ ବି ହୋଇ ଯାଇଛି । କିନ୍ତୁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି ।

ଆୟୁଷ ମନ୍ତ୍ରାଳୟ ଅନୁସାରେ ଗିଲୋୟ ଦ୍ଵାରା ଲିଭର ଡ୍ୟାମେଜ ହେବାର ଖବର ପୂରାପୂରି ମିଥ୍ୟା ଅଟେ । ଡାକ୍ତରମାନଙ୍କ ରିପୋର୍ଟରେ କୁହାଯାଇ ଥିଲା କି ଏହିଭଳି ପାରମ୍ପାରିକ ଔଷଧକୁ ଅଧିକ ସେବନ କରିବା ଦ୍ଵାରା ଏହା ଆମକୁ ଅଧିକ ଗମ୍ଭୀର ରୂପରେ କ୍ଷତି କରି ପାରେ ।

ମୁମ୍ବାଇରେ ସେପ୍ଟେମ୍ବର ରୁ ଡିସେମ୍ବର ୨୦୨୦ ମଧ୍ୟରେ ପାଖାପାଖି ୬ ଜଣ ରୋଗୀ ସାମ୍ନାକୁ ଆସିଥିଲେ, ଯେଉଁମାନଙ୍କ ଲିଭର ଡ୍ୟାମେଜ ହୋଇଥିଲା । ଯାଞ୍ଚରେ ଡାକ୍ତରମାନେ ଜାଣିଲେ କି ସମସ୍ତେ ଗିଲୋୟର କାଢା କିମ୍ବା ଗିଲୋୟର ରସ ପିଇଥିଲେ । କିନ୍ତୁ ଆୟୁଷ ମନ୍ତ୍ରାଳୟ ଅନୁସାରେ ଗିଲୋୟକୁ ଲିଭର ଡ୍ୟାମେଜ ସହ ଯୋଡିବା ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ପ୍ରତି ଭ୍ରମ ଜନ୍ମ କରିବ । ଆୟୁର୍ବେଦରେ ବହୁତ ସମୟ ହେବ ଗିଲୋୟକୁ ଏକ ଜଡିବୁଟି ରୂପରେ ବ୍ୟବହାର କରାଯାଉଛି ।

କେତେକ ଶାରୀରିକ ରୋଗରେ ଗିଲୋୟ ବହୁତ ଶକ୍ତିଶାଳୀ ପ୍ରମାଣିତ ହୋଇଛି । ଆୟୁଷ ମନ୍ତ୍ରାଳୟ ଅନୁସାରେ ରିପୋର୍ଟରେ ଲେଖିଥିବା ଡାକ୍ତରମାନେ ଗିଲୋୟ ଓ ତାହାର ଗୁଣକାରୀ ତତ୍ଵକୁ ସଠିକ ରୂପରେ ବିଶ୍ଳେଷଣ କରି ନାହାନ୍ତି । ଏହି ରିପୋର୍ଟରେ ବହୁତ ଭୁଲ ଅଛି । ଏଥିରେ ଏହା କୁହାଯାଇ ନାହିଁ କି ରୋଗୀ ଏହାର କେତେ ଡୋଜ ନେଇଥିଲା ଓ ଏହି ଜଡିବୁଟି ସହ ସେମାନେ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରିଥିଲେ । ଏହିଭଳି ବହୁତ ତଥ୍ୟ ଏଥିରେ ନାହିଁ ।

ଗିଲୋୟକୁ ବୈଜ୍ଞାନିକ ପ୍ରମାଣ ବିଷୟରେ କହିବା ତେବେ ଗିଲୋୟ ଲିଭର ଓ ଶିରା ଛଡା ଶରୀରର ଅନ୍ୟ ଅଂସ ପାଇଁ ବି ଲାଭଦାୟକ ଅଟେ । ଗିଲୋୟ ସହ ଜଡିତ ଏମିତି ବି ଲେଖା ଅଛି ଯାହା ଏହାର ଲାଭ ଓ ସୁରକ୍ଷା ବିଷୟରେ କହିଛି । ଗିଲୋୟ ଲିଭରକୁ ସଠିକ ରଖୁଥିବା ଏକ ଗୁଣକାରୀ ତତ୍ଵ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ରିସର୍ଚରେ ଏହାକୁ ଖରାପ ଗୁଣ ସାମ୍ନାକୁ ଆସି ନାହିଁ । ଏହା ଛଡା ଏହା ବି କୁହାଯାଏ କି ଜଡିବୁଟିର ସଠିକ ପରିଚୟ ନ କରିବା କାରଣରୁ ବି ଭୁଲ ପରିଣାମ ସାମ୍ନାକୁ ଆସିପାରେ ।

ଗିଲୋୟ ଭଳି ନଜର ଆସୁଥିବା tinospora crispa ଜଡିବୁଟି ଦ୍ଵାରା ବି ବ୍ୟକ୍ତିର ଲିଭର ଉପରେ ଖରାପ ପ୍ରଭାବ ପଡିପାରେ । ସେଥିପାଇଁ ଗିଲୋୟ ଗଛକୁ ସଠିକ ରୂପରେ ବାଛିବାକୁ ଚେଷ୍ଟା କରନ୍ତୁ । ଏମତିରେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ବି ପ୍ରକାରର ଔଷଧ ଓ ଉପଚାର କରିବା ଉଚିତ ନୁହେଁ । ସବୁ ଜିନିଷ ସଠିକ ମାତ୍ରାରେ ସେବନ କରିଲେ ହିଁ ଆପଣଙ୍କୁ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *