କାନ ର ଫୋଡ ବଡ ହେଇଯାଇଥିଲେ ଏହି ଘରୋଇ ଉପାୟ ସାହାଯ୍ୟରେ କରନ୍ତୁ ଛୋଟ

ସୁନ୍ଦର ହେବାକୁ କିଏ ବା ନ ଚାହେଁ, ସିଏ ପୁଅ ହେଉ ବା ଝିଅ ହେଉ ସମସ୍ତେ ଚାହାଁନ୍ତି ସେମାନେ କିପରି ସୁନ୍ଦର ଦେଖାଯିବେ । ସାଧାରଣତଃ ଝିଅମାନେ ଏହି କ୍ଷେତ୍ରରେ ପୁଅମାନଙ୍କ ଠାରୁ ଆଗରେ ଥାନ୍ତି । ଏଥିପାଇଁ ସେମାନେ ବଜାରରୁ ଅନେକ ଜିନିଷ ବ୍ୟବହାର କରିଥାନ୍ତି । ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ଆନେକ ପ୍ରକାରର ଶୃଙ୍ଗାର କରିଥାନ୍ତି । ବିଭିନ୍ନ ଅଳଙ୍କାର ପିନ୍ଧିବା ସହ କାନରେ ଝୁମୁକା ପିନ୍ଧିଥାନ୍ତି ।

ସୁନ୍ଦର ଲାଗିବା ପାଇଁ ଝିଅମାନେ କାନରେ ଜାଗା ଜାଗାରେ କାନ ଫୁଟାଇ ଥାନ୍ତି । କିନ୍ତୁ ଅନେକଥର ଦେଖାଯାଏ କି ତାଙ୍କର କାନଫୋଡ ବଡହେଇଯାଏ । ଏଥିପାଇଁ ସେମାନଙ୍କର ଝୁମୁକା ଝୁଲିକି ରହେ ଏବଂ ଠିକରେ ଲାଗିପାରେ ନାହିଁ ।

ଯଦି ଆପଣଙ୍କ କାନଫୋଡ ବଡ ହେଇଯାଇଛି ଏବଂ ଆପଣଙ୍କୁ ଏହା ଅସୁବିଧାରେ ପକାଉଛି ତେବେ ଆଜି ଆମେ ଏହାର ଉପାୟ ନେଇ ଆପଣଙ୍କ ନିକଟକୁ ଆସିଛୁ । ଝିଅମାନଙ୍କୁ ସାଧାରଣତଃ ଓଜନିଆ ଅଳଙ୍କାର ପିନ୍ଧିବାକୁ ଭଲ ଲାଗେ । ବଡ ବଡ ଝୁମୁକା ପିନ୍ଧିବା ଆଜିକାଲିର ଫ୍ୟାସନ ଚାଲିଛି ଏବଂ ଏହି ଫ୍ୟାସନ ଆପଣଙ୍କ କାନଫୋଡକୁ ବଡ କରିଦେଇଥାଏ । କୌଣସି ପାର୍ଟିକୁ ଯିବା ପୂର୍ବରୁ ଯଦି ଆପଣ ନିଜର କାନ ତଳେ ଡକ୍ଟର ଟେପ ଲଗେଇଦେବେ ତେବେ ଆପଣଙ୍କ କାନଫୋଡ ବଡ ହେବ ନାହିଁ ।

ଏବେ ଆପଣ ଭାବୁଥିବେ ଏହାକୁ ଲଗାନ୍ତି କିପରି ଏବଂ ଏହାର ଫାଇଦା କଣ । ଆପଣଙ୍କୁ ପ୍ରଥମେ ନିଜର କାନ ତଳେ ଡକ୍ଟର ଟେପ ଲଗେଇବେ ଏବଂ ଏହାକୁ ଏମିତି ଲଗାଇବେ ଯେମିତି ଏହା ବାହିରି ନଯିବ। ଏହାପରେ ଆପଣଙ୍କ ସମଗ୍ର କାନ ଉପରେ ଟୁଥପେଷ୍ଟ ଲଗାଇବାକୁ ପଡିବ । ଏବଂ ପୁରା କାନକୁ ଏଥିରେ ଫୁଲ୍ଲ କରିଦେବାକୁ ପଡିବ। ଏହି ପ୍ରଣାଳି ଆପଣଙ୍କୁ ରାତିରେ କରିବାକୁ ପଡିବ । ପରଦିନ ସକାଳେ ଉଠି ଏହାକୁ ଭଲଭାବେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ କାନଫୋଡ ଛୋଟ ହେଇଯାଇଥିବ ।

ଏହା ବ୍ୟତୀତ ଯଦି ଆପଣ ନିଜର କାନଫୋଡ କୁ ଛୋଟ ରଖିବାକୁ ଚାହୁଁଛନ୍ତି ତବେ ଆପଣ ବଡ ବଡ ଝୁମୁକା, ଯାହାର ଓଜନ ଅଧିକ ହେଇଥାଏ ତାକୁ ପିନ୍ଧିବା ବର୍ଜନ କରିବାକୁ ପଡିବ । ଏହା ଜାଗାରେ ଆପଣ ପତଳା ଏବଂ ହାଲ୍କା ଝୁମୁକା ପିନ୍ଧନ୍ତୁ ।

ଏମିତି କଲେ ଆପଣ ସୁନ୍ଦର ଦେଖାଯିବା ସହ ଆପଣଙ୍କ କାନରେ ଯନ୍ତ୍ରଣା ହେବନାହିଁ । ଯଦି ଆପଣଙ୍କୁ ପାର୍ଟିକୁ ଯିବାର ଅଛି ଏବଂ ଓଜନିଆ ଝୁମୁକା ପିନ୍ଧିବାର ଅଛି ତେବେ ଆପଣ ଏହାକୁ ବେସୀ ସମୟ ଯାଏଁ ପିନ୍ଧନ୍ତୁ ନାହିଁ । ଏମିତି ଝୁମୁକା କେବେବି ରାତିରେ ପିନ୍ଧିକି ଶୁଅନ୍ତୁ ନାହିଁ କାରଣ ଏମିତି କଲେ ଆପଣଙ୍କ କାନଫୋଡ ବଡ ହେଇଯିବା ସହ କାନରେ ଯନ୍ତ୍ରଣା ଅନୁଭବ ହେବ । ତେଣୁ ଆପଣଙ୍କ କାନର ସୁରକ୍ଷା ଆପଣଙ୍କ ହାତରେ ନ୍ୟସ୍ତ ଅଛି ।

ଆମେ ଆଶା କରୁଛୁ ଆମର ତଥ୍ୟ ଆପଣଙ୍କୁ ଭଲ ଲାଗିଥିବା ଏବଂ ଆପଣଙ୍କ କାମରେ ଆସିବ। ଏମିତି ଅଧିକ ତଥ୍ୟ ପାଇବା ପାଇଁ ଆମର ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *