ଏବେ ଯାଏ ବି ଏହି ଗାଁଙ୍କୁ ଛୁଇଁ ନାହିଁ କରୋନା, ଏଥିରୁ ବଞ୍ଚିବା ପାଇଁ ସେମାନେ କରନ୍ତି କିଛି ଏପରି କାମ ଜାଣି ବିଶ୍ଵାସ କରିପାରିବେନି ଆପଣ… ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ କୋରୋନା ସଂକ୍ରମଣ ସାରା ରାଜ୍ୟ ରେ ବହୁଳ ପରିମାଣରେ ବଢିବାକୁ ଲାଗିଅଛି । ବର୍ତ୍ତମାନ ଏହା ଛୋଟ ଛୋଟ ପିଲା ମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଲାଗିଅଛି । ଏ ସବୁକୁ ଦୃଷ୍ଟିରେ ରଖି କୋରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ସରକାର ଲକଡାଉନ ତଥା ସଟଡାଉନ ର ନିୟମ ଲାଗୁ କରିଛନ୍ତି । ଏହା ବ୍ୟତୀତ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ସମେତ

ମାସ୍କ ତଥା ସେନିଟାଇଜ ବ୍ୟବହାର କରିବାକୁ ହେବ ବୋଲି ନିୟମ ଲାଗୁ ହୋଇଅଛି । ବନ୍ଧୁଗଣ ଆମ୍ଭ ସୁରକ୍ଷା ଆମ୍ଭ ନିଜ ହାତରେ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଆଦିବାସୀ ଗାଁ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ମାଧ୍ୟକୁ କୋରୋନା ସଂକ୍ରମଣ ଆଦୌ ପ୍ରବେଶ କରି ପାରିନାହିଁ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ, ଆଦିମ ଜନଜାତି ଜୁଆଙ୍ଗବଙ୍ଗ ଗାଁ ଉପର ବୈତରଣୀ । ବନ୍ଧୁଗଣ ଏଠାରେ ଆଜି ବିକାଶ ପହଞ୍ଚି ପାରିନାହିଁ ।

ମାତ୍ର ସଚେତନତା ପାଇଁ ଏହି ଗାଁ ରେ ବର୍ତ୍ତମାନ ପହଞ୍ଚିପାରିନାହିଁ କୋରୋନା ମହାମାରୀ । ବନ୍ଧୁଗଣ ଏହି ଗାଁ ରେ ଆଦିବାସୀ ଲୋକମାନେ ଅବଲମ୍ବନ କରିଛନ୍ତି ଦେଶୀ ଚିକିତ୍ସ୍ୟା ଅର୍ଥାତ କଞ୍ଚା ହଳଦୀ କୁ ବାଟି ତାହାକୁ ପାଣିରେ ମିଶାଇ ଏହି ଗାଁ କୁ ଯେଉଁ ମାନେ ପ୍ରବେଶ କରୁଛନ୍ତି ତାଙ୍କ ହାତ କୁ ଧୋଇବାକୁ କହିଛନ୍ତି ଆଦିବାସୀ ଜନତା ।

ବନ୍ଧୁଗଣ ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଏପରି କଞ୍ଚା ହଳଦୀ ପାଣିରେ ହାତ ଧୋଇବା ଦ୍ଵାରା ସଂପୂର୍ଣ୍ଣ ଭାବେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ଗାଁ ର ମୁଖ୍ୟ ଦ୍ଵାରା ରେ ଏହି ଗାଁ ଟିର ଲୋକେ ଜଗି ରହି ଆସୁଥିବା ଯାତ୍ରୀ ମାନଙ୍କୁ ହଳଦୀ ପାଣିରେ ହାତ ଧୋଇବା ପାଇଁ କହୁଛନ୍ତି । ତାଙ୍କ କହିବା ଅନୁସାରେ ଏପରି କରି ସେମାନେ ତଥା ତାଙ୍କ ପିଲାଛୁଆ ବର୍ତ୍ତମାନ ମହାମାରୀ ରେ ମଧ୍ୟ ସୁସ୍ଥ ଅଛନ୍ତି ।

ବାହାର ଗାଁ ରୁ ମଧ୍ୟ ଲୋକେ ଆସିଲେ ତାଙ୍କୁ ମଧ୍ୟ ହଳଦୀ ପାଣିରେ ଗୋଡ ହାତ ଧୋଇ ଭିତରକୁ ପ୍ରବେଶ କରିବାକୁ କହୁଛନ୍ତି । ଗାଁ ଲୋକେ କହିଛନ୍ତି ଯେ ଆମ୍ଭେ ବାହାରକୁ କେଉଁଠାକୁ ଯାଉ ନାହୁଁ । ଆମ୍ଭ ଗାଁ ରେ କୋରନା ନାହିଁ । ଯାହା ଯେମିତି ହେଉଛି ଆମ୍ଭେ ଏଠାରେ ଚାଷ କରି ଖାଉଅଛୁ ।

ଆମ୍ଭ ଘରେ ଆମ୍ଭେ ରହୁଛୁ ଯଦିଓ ବାହାର ଲୋକେ ଆସୁଛନ୍ତି ତେବେ ତାଙ୍କର ଅଲଗା ଆମ୍ଭର ଅଲଗା ହୋଇ ରହୁଛୁ । ଯଦି ବାହାରୁ ଆସିଥିବା ଲୋକେ ଆମ୍ଭ ଗାଁ ରେ ପ୍ରବେଶ କରିବା ସମୟରେ ହାତ ଗୋଦା ହଳଦୀ ପାଣିରେ ଧୋଇବାକୁ ମନା କରିଦିଏ ତେବେ ଆମ୍ଭେ ତାଙ୍କୁ ଚାଲିଯିବାକୁ କହିଥାଉ ।

ବନ୍ଧୁଗଣ ଏହି ଗାଁ ର ଆଦିବାସୀ ଜନତା ଏହା ମଧ୍ୟ କହିଛନ୍ତି ଯେ, ଡାଲି ତଥା ସଉଦା ନିମନ୍ତେ କେଉଁଠାକୁ ଯାଉନାହାନ୍ତି । ଯାହା ଯେମିତି ଘରେ ହେଉଛି ସେହିଭଳି ଚାଷ କରି ଶାଗ ଭାତ ରନ୍ଧି ଖାଉଛନ୍ତି । ମାତ୍ର ଟିକିଏ ଅସୁବିଧା ହେଉଥିଲେ ମଧ୍ୟ ଆମ୍ଭେମାନେ ସତର୍କତାର ସହିତ ଜୀବନ ଯାପନ କରୁଅଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ନିଜର ମତାମତ ଦିଅନ୍ତୁ । ସଚେତନତା ପାଇଁ ପୋଷ୍ଟଟିକୁ ଅଧିକରୁ ଅଧିକ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *