ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାରା ଓଡିଶାରେ ରଥଯାତ୍ରା ବା ଘୋଷଯାତ୍ରା ଖୁବ ଧୂମଧାମ ରେ ପ୍ରତି ବର୍ଷ ପାଳନ କରାଯାଇଥାଏ । ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ମାନଙ୍କର ପୁରୀ ଶ୍ରୀ କ୍ଷେତ୍ରରେ ଗହଳି ଜମିଥାଏ । ତେବେ କରୋନା ମହାମାରୀ କାରଣରୁ ଗତ ୩ ବର୍ଷ ହେବ ପୁରୀରେ ରଥଯାତ୍ରା ହେଉଥିଲେ ମଧ୍ୟ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳି ନ ଥିଲା । କିନ୍ତୁ ଚଳିତ ବର୍ଷ ୨୦୨୨ ରେ ପୁରୀ ଶ୍ରୀ କ୍ଷେତ୍ର ଧାମରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ବେସ ଧୂମଧାମ ରେ ପାଳନ କରା ଯାଇଛି ।
ଯାହାକୁ ଦେଖିବା ପାଇଁ କୋଟି କୋଟି ଲୋକ ମାନଙ୍କର ଭିଡ ଜମିଥିଲା । ତେବେ ମହପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁହଦ୍ରାଙ୍କ ଦର୍ଶନ କରି ଭକ୍ତ ମାନଙ୍କର ନେତ୍ର ଧନ୍ୟ ହୋଇ ଯାଇଛି କହିଲେ କିଛି ଭୁଲ ହେବ ନାହିଁ । ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ମାନେ ବିମୁଗ୍ଧ ହେବାର ମଧ୍ୟ ନଜର ଆସିଛନ୍ତି । ପବିତ୍ର ରଥଯାତ୍ରା ସମଗ୍ର ବିଶ୍ବରେ ପାଳିତ ହେବା ସହ ଏହାର ବିଶେଷ ମହତ୍ଵ ମଧ୍ୟ ରହିଛି ଆମ ହିନ୍ଦୁ ଧର୍ମରେ ।
ତେବେ ଚଳିତ ବର୍ଷ କିଛି ନିଆରା କଥା ଦେଖିବାକୁ ମିଳିଛି ପୁରୀ ଶ୍ରୀକ୍ଷେତ୍ର ଧାମରେ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ମହାପ୍ରଭୁ ଜଗନ୍ନାଥ ତାଙ୍କର ବଡ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଙ୍କ ସହ ପହଣ୍ଡି କରି କରି ମନ୍ଦିର ରୁ ବାହରି କିପରି ରଥ ରେ ବସିଛନ୍ତି । କେତେ ସୁନ୍ଦର ଲାଗୁଛି ମହାପ୍ରଭୁ ଙ୍କ ପହଣ୍ଡି ଯାତ୍ରା ସତରେ ଆଖିରୁ ଲୁହ ଆସି ଯାଉଛି ।
କିନ୍ତୁ ଚଳିତ ବର୍ଷ କିଛି ଅଦଭୁତ ଘଟଣା ଦେଖିବାକୁ ମିଳିଛି ରଥଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରାରେ । ସୂଚନା ଅନୁଯାୟୀ ରଥଯାତ୍ରା ସମୟରେ ପ୍ରଭୁଙ୍କ ପହଣ୍ଡି ଚାଲିଥିବା ସମୟରେ ମହାପ୍ରଭୁ ଜଗନ୍ନାଥ ଯାହାଙ୍କୁ ଜଗତର ନାଥ କାଳିଆ ବୋଲି ମଧ୍ୟ ସମ୍ବୋଧନ କରାଯାଏ ତାଙ୍କ ଆଖିରୁ ଲୁହ ଆସି ଯାଇଛି ।
ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ବା ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ । ବୋଧ ହୁଏ ଏପରି ନିଆରା କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବା ଶୁଣିବାକୁ ମିଳିଛି । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଦେଖି ପାରିବେ ସ୍ପଷ୍ଟ ଭାବେ ଦେଖା ଯାଉଛି କିପରି ମହାପ୍ରଭୁ ଜଗନ୍ନାଥଙ୍କ ଆଖି ରୁ ଲୁହ ଝରି ଆସିଛି ।
ବୋଧେ ମହାପ୍ରଭୁ ନିଜର ଭକ୍ତ ମାନଙ୍କର ଶ୍ରଦ୍ଧା ଓ ଭକ୍ତି ଭାବ ଦେଖି ତାଙ୍କ ଆଖିରୁ ଲୁହ ଝରି ଆସିଥିବ କହିଲେ କିଛି ଭୁଲ ହେବ ନାହିଁ । ଭକ୍ତ ମାନେ ମଧ୍ୟ ହୁଳହୁଳି ପକାଇ ଜୟ ଜଗନ୍ନାଥ କହି ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଭକ୍ତ ମାନଙ୍କର ଆତ୍ମା ସନ୍ତୋଷ ଲାଭ କରିଛି ମହାପ୍ରଭୁଙ୍କ ଦର୍ଶନ କରି ।
ବନ୍ଧୁଗଣ ଆପଣ ମାନଙ୍କର ମହାପ୍ରଭୁ ଜଗନ୍ନାଥଙ୍କର ଏଭଳି ଲୀଳା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।