ପଲ୍ଲୀରୁ ଦିଲ୍ଲୀ…ସବୁରି କଣ୍ଠରେ ଅରିନ୍ଦମ୍, କଣ୍ଠରେ କଣ୍ଠରେ Boat ଟ୍ରାଜେଡିର ପୁରା କାହାଣୀ, ଶୁଣିଲେ ଭିଜିବ ଆପଣଙ୍କ ଆଖି, ଦେଖନ୍ତୁ Video

ଅରିନ୍ଦମ ଦାସଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସମସ୍ତେ ତାଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । କେତେକ ଲୋକମାନେ ତାଙ୍କ ନାଁର ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଅରିନ୍ଦମ ଦାସ । କେବଳ ଅରିନ୍ଦମ ଦାସ ନୁହନ୍ତି ODRF ଯବାନ ସିତରାମ ମୁର୍ମୁଙ୍କୁ ବି ଓଡିଶା ସବୁଦିନ ପାଇଁ ମନେ ରଖିବ । ଓଡିଶାରୁ ନୂଆ ଦିଲ୍ଲୀ ସବୁଆଡେ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି । ଚାରି ଆଡେ ଅରିନ୍ଦମ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେଉଛି । ଏହା ମଧ୍ୟରେ ନୂଆପଡାର ଜଣେ ଗୀତିକାର ନିଜର ନିଆରା ଢଙ୍ଗରେ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେ ନିଜର ଗୀତରେ ପ୍ରତ୍ୟକଟି ଶବ୍ଦରେ ଅରିନ୍ଦମ ଦାସଙ୍କ ସାମ୍ବାଦିକ ଜୀବନ, ତାଙ୍କର ଲୋକପ୍ରିୟତା ଓ ସେହି ଦିନର ପୁରା ଘଟଣା ବିଷୟରେ କହିଛନ୍ତି । ଏହି ଗୀତରେ କେବଳ ଅରିନ୍ଦମ ଦାସ ନୁହନ୍ତି ଏହି ଘଟଣାରେ ଆର ପାରିକୁ ଚାଲି ଯାଇ ଥିବା ସୀତାରାମ ମୁର୍ମୁଙ୍କ ବିଷୟରେ ବି ଉଲ୍ଲେଖ କରା ଯାଇଛି । ଅରିନ୍ଦମ ଦାସଙ୍କ ଗାଁ ଠାରୁ ନେଇ ପୁରା ଓଡିଶାରେ ଓ ଦିଲ୍ଲୀରେ ବି ତାଙ୍କୁ ନେଇ ଚର୍ଚା ଚାଲିଛି । ଅରିନ୍ଦମ ଦାସଙ୍କ ପରିବାର କାନ୍ଦୁଛି ଓ ପୁରା ଗାଁରେ ଏକ ଶୋକ ଛାୟା ଖେଳି ଯାଇଛି ।

ଅନ୍ୟ ପଟେ ସୀତାରାମ ମୁର୍ମୁ ଯିଏକି ନିଜର ଚାକିରି କାଳ ମଧ୍ୟରେ ବହୁତ ଲୋକମାନଙ୍କ ଜୀବନ ବଞ୍ଚାଇ ଥିଲେ । କିନ୍ତୁ ତାଙ୍କର ଏହିଭଳି ମୃତ୍ୟୁ ହୋଇଯିବ ଏହା ବିଷୟରେ କେହି ବି ଜାଣି ନ ଥିଲେ । ଏହି ଘଟଣା ବିଷୟରେ ଶୁଣି ଓ ସୀତାରାମ ମୁର୍ମୁଙ୍କ ଏହିଭଳି ମୃତ୍ୟୁ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ଛୋଟ ପରିବାର ବର୍ତ୍ତମାନ ମୁରବି ଶୂନ୍ୟ ହୋଇ ଯାଇଛି ।

ସ୍ଵର୍ଗତ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଙ୍ଗୀତ ନିର୍ଦେଶକ ବୁନ୍ଦାବନ ମେହେର ଏକ ସମ୍ବଲପୁରୀ ଗୀତ ତିଆରି କରିଛନ୍ତି । ଗୀତକୁ ଲେଖିବା ସହିତ ସେ ଏହାକୁ ଗାଇଛନ୍ତି । ସଙ୍ଗୀତ ନିର୍ଦେଶକ ବୁନ୍ଦାବନ ମେହେରଙ୍କ ଅନୁସାରେ ଏହି ଗୀତ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କୁ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ।

ସମସ୍ତଙ୍କ ସହିତ କେମିତି ଅରିନ୍ଦମ ଦାସ ମିଶି ଯାଉ ଥିଲେ, ସବୁ ଖବର ସହ ସେ ଜଡିତ ଥିଲେ ଓ ଟିଭି ସ୍କ୍ରିନରେ ଦେଖି ଲୋକମାନେ କେମିତି ଖୁସି ହେଉ ଥିଲେ ଏହି ସବୁ କଥା ଏହି ଗୀତରେ ରହିଛି । ଏହି ପୁରା ଘଟଣା କହିବାକୁ ଗଲେ ବିଧାର ଖେଳ ଥିଲା ।

Leave a Reply

Your email address will not be published. Required fields are marked *