କପିଳାସ ମନ୍ଦିର ର ସତ୍ୟ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆଗରୁ କେବେ ଶୁଣି ନଥିବେ, ଭକ୍ତିରେ ଗଦଗଦ ହୋଇଯିବେ

ବନ୍ଧୁଗଣ କପିଳାସ କିଏ, କେମିତି ପ୍ରଭୁ ଶିବଶଙ୍କର କପିଳାସ ପର୍ବତ ଶିଖରକୁ ଆସି ପୂଜା ପାଉଛନ୍ତି, ପ୍ରଭୁ ଶିବଙ୍କୁ କପିଳାସ ପର୍ବତକୁ କିଏ ଆଣିଥିଲା ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା । ଓଡିଶା ଜିଲ୍ଲା ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ରହିଛି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କ କପିଳାସ ଭବ୍ୟ ମନ୍ଦିର । ଏହି ମନ୍ଦିରକୁ ନେଇ ଅନେକ ପୌରାଣିକ କଥା ରହିଛି ।

କଥା ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ମହାଦେବଙ୍କର ଦୀର୍ଘ ଦିନ ଧରି ତପସ୍ୟା କରୁଥିଲେ । ଆଉ ଶେଷରେ ନିଜ ମୁଣ୍ଡ କାଟି ଶିବଲିଙ୍ଗରେ ଅର୍ପଣ କରିବା ପରେ ମହାଦେବ ପ୍ରକଟ ହୋଇ ରାବଣକୁ ପଚାରିଥିଲେ କଣ ପାଇଁ ତୁମେ ମୋର ତପସ୍ୟା କରୁଛ ? ଠିକ ସେତିକି ବେଳେ ପରମ ଭକ୍ତ ରାବଣ କହିଲେ ମୁଁ ତୁମକୁ ମୋ ରାଜ୍ୟକୁ ନେଇକି ଯିବାକୁ ଚାହୁଁଛି ।

ଏହା ଶୁଣିବା ପରେ ମହାଦେବ କହିଲେ ତୁମେ ମୋତେ ଯେଉଁ ଠାରେ ଖୋଜିବ ମୁଁ ସେଠାରେ ଅଛି ତେଣୁ ମୋତେ ଖୋଜିବାର ଆବଶ୍ୟକ ନାହିଁ । ରାବଣ ଏ ସବୁ ଶୁଣିବା ପରେ ଅରାଜି ହୋଇ କହିଲେ ପ୍ରଭୁ ମୁଁ ଆପଣଙ୍କୁ ଏଠାରୁ ନେଇକି ଯିବୀ । ଶେଷରେ ପରମଭକ୍ତର ରାବଣର ଜିଦି ଆଗରେ ହାର ମାନି ମହାଦେବ ରାବଣ ସହ ଯିବାକୁ ରାଜି ହେଲେ ଆଉ ଲଙ୍କାରେ ପ୍ରବେଶ କରିଲେ ।

ଯେତେବେଳେ ରାବଣ ଶିବଲିଙ୍ଗକୁ ଧରି ହିମାଚଳ ପର୍ବତ ଦେଇ ଯାଉଥିଲା ସେତେବେଳେ ରାବଣକୁ ଶୋଷ ହେଲା ଆଉ ଶିବଲିଙ୍ଗକୁ ଗୋଟେ ସ୍ଥାନରେ ଥୋଇ ଦେଇ ପାଣି ପିଇବାକୁ ଗଲା । ଏହି ସମୟରେ ଶିବଲିଙ୍ଗ ପର୍ବତ ଶିଖରରେ ରହିଯାଇଥିଲା ଆଉ ରାବଣ ପାଣି ପିଇବା ପରେ ଶିବଲିଙ୍ଗ ଆଣିବାକୁ ଚେଷ୍ଟା କରି ବି ବିଫଳ ହେଲେ । କାରଣ ମହାଦେବଙ୍କ ଲୀଳା ଅପୂର୍ବ ।

ରାବଣ ଆଉ ସେଠାରୁ ଶିବଲିଙ୍ଗକୁ ଉଠାଇ ପାରିଲେ ନାହିଁ । ସେହି ସମୟରେ ମହାଦେବ ପ୍ରକଟ ହୋଇ କହିଲେ ମୁଁ ଆଜି ଠାରୁ ଏହି ସ୍ଥାନରେ ପୂଜା ପାଇବି । ତାପରେ ମହାଦେବ ସେଠାରୁ ଉଭାନ ହୋଇଗଲେ । ରାବଣ ମହାଦେବ କହିଥିବା କଥା ପାଳନ କରି ମହାଦେବଙ୍କ ପୂଜାରେ ଲୀନ ରହିଲା । କିମ୍ବଦନ୍ତୀ ଅନୁଯାୟୀ ମୟୂରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା କରି ଦେଇଥିଲେ ।

ସେଥିପାଇଁ ତାଙ୍କୁ ଦୋଷ ଲାଗିଥିଲା । ସେହି ଦୋଷରୁ ମୁକ୍ତି ପାଇବାକୁ କୈଳାସ ପର୍ବତରେ ମହାଦେବଙ୍କ ତପସ୍ୟା କରିଥିଲେ । ସ୍ଥାନୀୟ ଲୋକ ମାନେ କୁହନ୍ତି ରାଜା ଯେଉଁ ସ୍ଥାନରେ ପ୍ରଭୁ ଶଙ୍କରଙ୍କୁ ତପସ୍ୟା କରିଥିଲେ ସେଠାରେ ଏକ ପୀଠ ନିର୍ମାଣ ହୋଇଥିଲା ଯାହା ଆଜି ବି ଶୋଭା ପାଉଛି । ଏହାପରେ ଅନେକ ଦିନ ଗଲା ଆଉ ସେତେବେଳେ ରାଜା ଥିଲେ କୋଙ୍ଗ ରାଜ୍ୟର ରାଜା ନରସିଂହ ଦେବ ।

ସେ ପ୍ରଭୁଙ୍କ ଅବସ୍ଥିତିକୁ ଅନୁଧ୍ୟାନ କରି କପିଳାସ ପର୍ବତ ଶିଖରରେ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିରକୁ ନେଇ ଅନେକ ରୋଚକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିରକୁ ଯିବାକୁ ହେଲେ 1352 ପାହାଚ ଚଢିବାକୁ ପଡିଥାଏ । ଏହାକୁ ମହାଦେବଙ୍କର ଦ୍ଵିତୀୟ କୈଳାସ ପର୍ବତ ବୋଲି କୁହାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କୁ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *