କରୋନା ଆତଙ୍କ: କାଲି ଠାରୁ ସମସ୍ତ ଦୋକାନ ଓ ଗାଡି ଚଳାଚଳ ଉପରେ ଲାଗିଲା ଏହି ସବୁ କଟକଣା- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଯେମିତିକି ଆପଣମାନେ ଜାଣିଛନ୍ତି ଏବେ କରୋନାକୁ ନେଇ ସରକାର ବହୁତ ସତର୍କ ହୋଇଯାଇଛନ୍ତି । ଗୋଟେ ପରେ ଗୋଟେ ନିୟମ ଲାଗୁ କରୁଛନ୍ତି । ବର୍ତ୍ତମାନର ଖବର ଅନୁସାରେ ଆସନ୍ତା କାଲିଠାରୁ ଅଡ-ଇଭିନ ଫର୍ମୁଲା ଲାଗୁ କରିବାକୁ ଯାଉଛନ୍ତି ସରକାର । ଏହା କେବଳ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଲାଗୁ ହେବ ।

ଘରୋଇ ଗାଡି, ଜରୁରୀ ସେବା ଗାଡି, ହସ୍ପିଟାଲ ଗାଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏହି ନିୟମ ଆସନ୍ତା କାଲିଠାରୁ ଭୁବନେଶ୍ବରରେ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁସାରେ ଅଡ ଦିନରେ ଅଡ ଗାଡି ନମ୍ବର ଓ ଇଭିନ ଦିନରେ ଇଭେନ ଗାଡି ନମ୍ବର ଚାଲିବ । କଟକରେ ଏହାର ପ୍ରଭାବ କଣ ରହିବ ସେ ବିଷୟରେ ଏ ପର୍ଯ୍ୟନ୍ତ କିଛି ଖବର ମିଳି ନାହିଁ ।

ତେବେ କେବଳ ଏତିକି ନୁହେଁ ସମସ୍ତ ବାର, ରେଷ୍ଟୁରାଣ୍ଟ, ସମସ୍ତ ଗହଣା ଦୋକାନ, ସୋରୂମ, ଆଦି ବନ୍ଦ ହେବ । କେବଳ ଖାଦ୍ୟ ସାମଗ୍ରୀ ଦୋକାନ ସବୁ ଖୋଲା ରହିବ । ଯେମିତି କି ପନିପରିବା, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ । କରୋନା ସହ ଲଢିବା ପାଇଁ ସରକାର ଯେଉଁ ସବୁ ପଦକ୍ଷପ ନେଉଛନ୍ତି ସେଥିପାଇଁ ସାଧାରଣ ଜନତା ମାନେ ମଧ୍ୟ ସରକାରଙ୍କ ସାଥ ଦେବା ନିହାତି ଆବଶ୍ୟକ ।

ଏହା ବ୍ୟତୀତ ସବୁବେଳେ ନିଜର ସ୍ଵଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ, ଯେତେ ସମ୍ଭବ ଘରୁ ନ ବାହାରିବାକୁ ଚେଷ୍ଟା କରନ୍ତୁ । ସେହିଭଳି କିଛି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *