ମହା ଦେବ ତ୍ରିଦଙ୍କ ମଧ୍ୟରୁ ସବୁଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି । ଶିବଙ୍କ କୃପା ପାଇଲେ ପ୍ରାଣୀ ସ୍ବର୍ଗ ର ସୁଖ ପାଇଥାଏ କିନ୍ତୁ ତାଙ୍କ କ୍ରୋଧକୁ ସମସ୍ତେ ଡରନ୍ତି ଓ କେହି ବି ପ୍ରଳୟ ଆସିବାରୁ ଅଟକାଇ ପାରିବେ ନାହିଁ । ଶିବଙ୍କ ଭୟଙ୍କର ରୁପ ଦେଖି ପ୍ରଳୟ ମଧ୍ୟ ଡରିଥାଏ ସେଥିପାଇଁ କେହି ଭଗବାନ ବୋଲାନାଥଙ୍କୁ କ୍ରୋଧିତ କରିବା ବିଷୟରେ ଚିନ୍ତା କରନ୍ତି ନାହିଁ । ଜୀବନରେ କିଛି ସମସ୍ୟା ଆସିଲେ ମଣିଷ ଭଗବାନ ଭୋଲେନାଥଙ୍କ ଆଶ୍ର୍ୟକୁ ଯାଇଥାଏ । ତେବେ କଣ ଆପଣ ଜାଣିଛନ୍ତି କେଉଁ ପାପ କରିବା ଦ୍ବାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି ଆସନ୍ତୁ ଜାଣିବା ।
୧- ଅନ୍ୟ ର ସ୍ଵାମୀ ବା ସ୍ତ୍ରୀ ଉପରେ ନଜର ପକାଇବା ବା ତାଙ୍କୁ ପାଇବାକୁ ଇଚ୍ଛା କରିବା ଶାସ୍ତ୍ରରେ ବହୁତ୍ ବଡ ପାପ ଅଟେ । ଶାସ୍ତ୍ର ଓ ପୁରାଣରେ ମଧ୍ୟ କୁହା ଯାଇଛି ଯେଉଁ ସ୍ତ୍ରୀ ବା ପୁରୁଷ ଉପରେ ଖରାପ ନଜର ପାକାଇଥାଏ ସେହି ଲୋକ ନିଜ ଜୀବନରେ କେବେ ସୁଖ ପାଇ ନଥାଏ କାହିଁକିନା ତା ଉପରେ ଶିବଙ୍କ ପ୍ରକୋପ ପଡ଼ିଥାଏ ।
୨- ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କ ଧନ ଛଡ଼େଇବା ପାଈଁ ପ୍ରୟାସ କରିଥାଏ ବା ଅନ୍ୟ ମାନଙ୍କ କଥା ମାନି ଅନ୍ୟ ମାନଙ୍କ ସମ୍ପତ୍ତି ହଡ଼ପ କରିଥାଏ ସେହି ବ୍ୟକ୍ତି ସେହି ଧନର ସୁଖ କେବେ ପାଇ ନଥାଏ ।
୩- ଯେଉଁ ଲୋକ ଭଲ ରାସ୍ତା ଛାଡି ନିଜ ଇଚ୍ଛା ରେ ବା କିଛି ବି ପରିସ୍ଥିତିରେ ଖରାପ ବାଟକୁ ଯାଇଥାନ୍ତି ତାଙ୍କ ଉପରେ ଭଗବାନ ଶିବ କେବେ କୃପା କରନ୍ତି ନାହିଁ ।
୪- ଯେଉଁ ଲୋକ ମାନେ ନିଜକୁ ବଳବାନ ସାବ୍ୟସ୍ତ କରିବା ପାଇଁ ଅନ୍ୟ ମାନଙ୍କୁ କଷ୍ଟ ଦିଅନ୍ତି ବା ଅନ୍ୟ ମାନଙ୍କ କାମରେ ବାଧା ସୃଷ୍ଟି କରନ୍ତି ତାଙ୍କୁ ଭଗବାନ ଶିବ କେବେ କ୍ଷମା କରନ୍ତି ନାହିଁ । ଏମିତି ଲୋକଙ୍କୁ ଜୀବନରେ କେବେ ସଫଳତା ମିଳେ ନାହିଁ କାହିଁକିନା ସେ ଜୀବନରେ ଅନ୍ୟ ମାନଙ୍କୁ ଛୋଟ ଦେଖେଇବାରେ ବ୍ୟସ୍ତ ରୁହନ୍ତି ।
୫- ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କୁ ଖରାପ ନଜରରେ ଦେଖିଥାଏ ତା ଉପରେ ଭଗବାନ ଶିବ ବହୁତ୍ କ୍ରୋଧିତ ହୋଇଥାନ୍ତି ।
୬- ଯେଉଁ ବ୍ୟକ୍ତି ନିଜ ମା ବାପାଙ୍କୁ କଷ୍ଟ ଦେଇଥାଏ ସେହି ବ୍ୟକ୍ତି କେବେ ସୁଖରେ ରହିନଥାଏ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।