କଟକର କୁନି ଚା’ ବାଲା… 11 ବର୍ଷର ଏହି କୁନି ପିଲାଟିର ସଂଘର୍ଷର କାହାଣୀ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ- ଦେଖନ୍ତୁ Video

ହାତରେ ଚାହା କ୍ୟାଟେଲ ଧରି କଟକର ୫୨ ବଜାର ୫୩ ଗଳିରେ ବୁଲୁଛନ୍ତି ଦିପୁର ସାଇକେଲ । ଯେଉଁଠି ଚାହା ପାଇଁ ହାତ ଦେଖାଇଲା ସେଠି ଅଟକିଲା ସାଇକେଲ । ଆଉ କ୍ୟାଟେଲରୁ ଗରମା ଗରମ ଚାହା ବାହାର କରି ଗ୍ରାହକଙ୍କୁ ଦେଉଛନ୍ତି ଦିପୁ । ଗ୍ରାହକ ମାନେ ମଧ୍ୟ କୁନି ପୁଅ ଦିପୁ ହାତରୁ ଚାହା ପିଇ ଖୁସି ଅନୁଭବ କରନ୍ତି । ଶିତ କାକରରେ ଖାତିର ନ କରି ଲୋକଙ୍କୁ ଚାହା ପହଞ୍ଚାଇବାକୁ ସକାଳୁ ବାହାରି ପଡେ ଦିପୁ ।

ଯେଉଁ ବୟସରେ ଖେଳକୁଦ କରି ନିଜର ସମୟ ବିତାଇବା କଥା ଏହି ବୟସରେ ଦିପୁ ନିଜର ପରିବାର କଥା ଚିନ୍ତା କରିଛନ୍ତି । ସେ ପାଠ ପଢିବା ସହ ପରିବାରର ଆର୍ଥିକ ସମସ୍ଯା ଦୂର କରିବା ପାଇଁ ଚେଷ୍ଟା କରୁଛି ଦିପୁ । ସ୍ଥାନୀୟ ଲୋକେ ଦିପୁର ବେଶ ପ୍ରସନା କରିଛନ୍ତି ।

ବେପାର କରିବା ସହ ପାଠ ପଢାକୁ ଗୁରୁତ୍ଵ ଦେଉଛନ୍ତି ଦିପୁ । କଟକ ଯାଉଁଳିଆପଟିରେ ବାସ କରୁଥିବା ସୁରେଶ ଚୌଧୁରୀ ସରସ୍ଵତୀ ଚୌଧୁରୀଙ୍କ ସାନ ପୁଅ ହେଉଛନ୍ତି ଦିପୁ । ବୟସ ମାତ୍ର ୧୧ ବର୍ଷ । ଚୌଧୁରୀ ବଜାର ମୁଂସିପାଲିଟି ସ୍କୁଲରେ ୫ମ ଶ୍ରେଣୀରେ ପାଠ ପଢନ୍ତି ।

ତାଙ୍କ ବାପା ସୁରେଶ ଚୌଧୁରୀ ଚୌଧୁରୀ ବଜାରରେ ଦୀର୍ଘ ୬୦ ବର୍ଷ ହେବ ଚାହା ଦୋକାନ କରିଥିଲେ । ହେଲେ କୋରୋନା କାଳରେ ବ୍ୟବସାୟ ବନ୍ଦ ହେବ ପରେ ପରିବାର ଚାଲିବା କଷ୍ଟକର ହୋଇ ପଡିଲା । ପରିବାରର ଏଭଳି ସ୍ଥିତି ଦେଖି ଅଣ୍ଟା ଭିଡିଥିଲା ଦିପୁ । ସ୍ଥାନୀୟ ଲୋକେ କହିଛନ୍ତି ଦିପୁ ଚାହା ବିକ୍ରି କରିବା କଥା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବହୁତ ରେସପନ୍ସ ମିଳିଥିଲା ।

ଏତେ କମ ବୟସରେ ଦିପୁ ଜୀବିକାର ଅର୍ଥ କଣ ତାହା ବୁଝିବା ସହ ନିଜର ପାଠ ଜାରି ରଖିଛନ୍ତି ତାହା ହେଉଛି ବଡ କଥା । ପ୍ରାୟ ଗୋଟେ ବର୍ଷ ହେବ ଦିପୁ କଟକର ଗଳି ଗଳି ବୁଲି ଲେମନ ଟି ଓ କ୍ଷୀର ଚାହା ବିକ୍ରି କରୁଛନ୍ତି । ବାପା ଭୋର ସମୟରେ ଚାହା କରି ଦେବା ପରେ ଦିପୁ ସକାଳ ୬ତା ରୁ ବାହାରି ପଡନ୍ତି ଚାହା ବିକ୍ରି କରିବାକୁ । ଲୋକେ ମଧ୍ୟ ତାଙ୍କର ଚାହା ପିଇବାକୁ ଚାହିଁ ବସିଥାନ୍ତି ।

ଚୌଧୁରୀ ବଜାର, ସିଡିଏ, ସନସାଇନ ଫିଲ୍ଡ, କୃଶକ ବଜାର, ଖାନନଗର ଆଦି ଅଞ୍ଚଳ ବୁଲି ବେପାର କରିବା ପରେ ପୁଣି ଘରକୁ ଫେରି ଆସନ୍ତି । ସେ ଗୋଟେ କପ ଚାହା ୫ ଟଙ୍କାରେ ବିକ୍ରି କରନ୍ତି । ଯାହା ରୋଜଗାର ହୁଏ କିଛି ବାପାଙ୍କୁ ଦେବା ସହ ନିଜର ପାଠ ପଢାରେ ଲଗାଇଥାନ୍ତି । ସେ ସକାଳେ ଦୁଇ ଘଣ୍ଟା ଅନ ଲାଇନରେ ପାଠ ମଧ୍ୟ ପଢିଥାନ୍ତି ।

ତାଙ୍କ ବଡ ଭାଇ ଚୌଧୁରୀ ବଜାରରେ ଭୋଗ ଦୋକାନ କରି ବାପାଙ୍କୁ ସାହାଜ୍ଯ କରୁଛନ୍ତି । ଏତେ କମ ବଯସରୁ ଦିପୁଙ୍କର ଏଭଳି ପ୍ରୟାସ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ଯଦି ସରକାରଙ୍କ ତରଫରୁ ଦିପୁଙ୍କୁ ପଢିବା ପାଇଁ ସହାୟତା ମିଳି ପାରନ୍ତା ତେବେ ବହୁତ ଉପକୃତ ହୋଇଥାନ୍ତା ।

ବନ୍ଧୁଗଣ ଆପଣ ମାନଙ୍କ ର ଦିପୁଙ୍କର କାମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *