ବନ୍ଧୁଗଣ ୬ ଟଙ୍କାର ବ୍ୟାଗ ପାଇଁ ଗଣିଲେ ୨୫ ହଜାର ଟଙ୍କା । କଟକ ଦୋଳମୁଣ୍ଡାଇ ର ଏକ ସପିଙ୍ଗ ମଲ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ରାୟ ରେ ଅଦାଲତ ୨୫ ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ପାଇଁ ଏଭଳି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଳମୁଣ୍ଡାଇ ଅଞ୍ଚଳର ସପିଙ୍ଗ ମଲ ରେ ଆବେଦନକାରୀ ଜଣକ କିଣାକିଣି କରିବା ପରେ ତାଙ୍କୁ କ୍ଯାରି ବ୍ୟାଗ ପାଇଁ ୬ ଟଙ୍କା ଦେବାକୁ ପଡିଥିଲା ।
ମାତ୍ର ସପିଙ୍ଗ ସମୟରେ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇ ନ ଥିଲା । ଏପରିକି କ୍ଯାରି ବ୍ୟାଗ ପାଇଁ ଦେୟ ଦେବାକୁ ମଲ ରେ ଫଳତ୍ଵ ମଧ୍ୟ ଲାଗି ନ ଥିଲା । ଯାହାର ବିରୁଦ୍ଧ କରି ଲିଗାଲ ନୋଟିସ ପଠାଇ ଥିଲେ ସୁଧା କୌଣସି ସୁଫଳ ମିଳି ନ ଥିଲା । ଯାହାକୁ ଆବେଦନକାରୀ ଜିଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ । ଆବେଦନକାରୀ ଜଣକ ନିଜର ମତ ଦେଇଛନ୍ତି କି “୨୦୨୦ ଡିସେମ୍ବର ମାସରେ ମୁଁ ଦୋଳମୁଣ୍ଡାଇ ସ୍ଥିତ ବାଜାର କୋଲକାତା କୁ ସପିଙ୍ଗ ପାଇଁ ଯାଇଥିଲି ।
ସେଠାରୁ ଏକ ଟି-ସର୍ଟ ଆଣିଥିଲି ଯାହାର ପ୍ରାଇସ ଥିଲା ୨୪୯ ଟଙ୍କା । ତା ପରେ ବିଲିଙ୍ଗ କାଉଣ୍ଟରକୁ ଯାଇଥିଲି ବିଲ କରିବା ପାଇଁ ଆଉ ତାଙ୍କ କର୍ମଚାରୀ ପଚାରିଥିଲେ କ୍ୟାରି ବ୍ୟାଗ ଦରକାର ଆଉ ମୁହଁ ହଁ କହିଥିଲି । ଏହା ପରେ ମଲ ର କର୍ମଚାରୀ ବିଲ କରି ରିସିଦ ଆଉ କ୍ଯାରି ବ୍ୟାଗ ମୋତେ ହ୍ୟାଣ୍ଡେଲ କରିଦେଲେ । ସେଠାରୁ ମୁଁ ନୋଟିସ କରିଲି ମୋତେ ୬ ଟଙ୍କା ଅଧିକ ଚାର୍ଜ ହୋଇଛି । ଏହା ପରେ ମୁଁ ବିରୋଧ କରିଲି କିନ୍ତୁ ସେମାନେ ମୋତେ ଉତ୍ତର ଦେଲେ ନାହି କି କୋପରେଟ କରିଲେ ନାହି ।
ଏହା ପରେ ମୁଁ କାଉନ୍ସିଲରଙ୍କ ପାଖକୁ ଯାଇଥିଲି ଆଉ ସେ ତୁରନ୍ତ ନୋଟିସ ପଠାଇ ଥିଲେ । ନୋଟିସ ପଠାଇବା ପରେ କୌଣସି ଉତ୍ତର ଦେଲେ ନାହି କି କାଉନ୍ସିଲିଙ୍ଗରେ ସହଯୋଗ କରିଲେ ନାହି । ବାଧ୍ୟ ହୋଇକି ଅଣ୍ଡର ସେକ୍ସନ-୩୫ କନଜ୍ଯୁମର ଆକ୍ଟ ରେ ମୁଁ ଫାଇଲ କରିଥିଲି କୋର୍ଟରେ । ଏବେ କୋର୍ଟ ଜଜମେଣ୍ଟ ଦେଇଛନ୍ତି ମୋ ଫେଭର କି ମୋତେ ୨୫ ଟଙ୍କା ଆୱାର୍ଡରେ ମିଳିଛି ମଲ ଠାରୁ ।
ତେବେ ମୋର ଏମିତି କରିବାର କାରଣ ହେଉଛି ମଲରେ ସେମାନେ କ୍ୟାରି ବ୍ଯାଗରେ ପ୍ରାଇସ ଲେଖୁ ନାହାନ୍ତି କି ରଙ୍ଗ କଣ ଲେଖୁ ନାହାନ୍ତି । କିନ୍ତୁ କୌଣସି ପ୍ରଡ଼କ୍ଟ କିଣିଲେ ତାର ରଙ୍ଗ ଓ ପ୍ରାଇସ ରହିଛି । ସେମାନେ ନୋଟିଫିକେସନ ମଧ୍ୟ ଦେଉ ନାହାନ୍ତି । ତାଙ୍କର ନିଜର ସେପାରେଟ ରୁମ ଅଛି ଯେଉଁଠି ବ୍ୟାଗ ନେଇକି ଗଲେ ଗ୍ରାହକଙ୍କୁ ଛାଡୁ ନାହାନ୍ତି ଯାହା ଫଳରେ ଗ୍ରାହକମାନେ ବାଧ୍ୟ ହୋଇ କ୍ଯାରି ବ୍ୟାଗ କିଣୁଛନ୍ତି ଆଉ ଏହାର ପ୍ରତିବାଦ କରୁ ନାହନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।