କାଉ ଗୋଟେ ଏମିତି ପ୍ରାଣୀ ଅଟେ ତାକୁ ଖରାପ ଓ ଭଲର ସୂଚନା ପୂର୍ବରୁ ମିଳିଯାଇଥାଏ । ଆମର ସମଯରେ ପୂର୍ବ କାଳରୁ କାଉକୁ ନେଇ ଶୁଭ ଅଶୁଭ, ଶଗୁନ ଅପସଗୁନ ସହିତ ଜଡିତ କଥାର ଉଲେଖ କରାଯାଇଛି । ଶକୁନ ଶାସ୍ତ୍ରରେ ମଧ୍ୟ କାଉକୁ ନେଇ ବହୁତ ରୋଚକ କଥା ବର୍ଣିତ ହୋଇଛି ।
ଯାତ୍ରା କରିବା ସମୟରେ ଯଦି ରାସ୍ତାରେ କାଉ ବସନରେ ମୁହଁ ଲଗାଇ ପାଣି ପିଇବାର ଦେଖାଦିଏ ତ ଏହା ଧନ ଲାଭର ସଂକେତ ଅଟେ । ଆପଣଙ୍କ ଯାତ୍ରା ଅବଶ୍ୟ ସଫଳ ହେବ । ରାସ୍ତାରେ ଯଦି କାଉକୁ ଆପଣ ମାଂସ କି ରୁଟି ଧରିଥିବା ଦେଖିବେତ ଆପଣଙ୍କ କିଛି ବଡ ଇଛା ପୁରା ହେବାର ସଂକେତ ମିଳିଥାଏ ।
ପ୍ରାପ୍ତ କାଳରେ କାଉ ଯଦି ଆସି ପାଦରେ ସ୍ପର୍ଶ କରିଥାଏତ ଏହା ଆପଣଙ୍କ ଉନ୍ନତି ଓ ଧନ ପ୍ରାପ୍ତିର ସଂକେତ ହୋଇଥାଏ । ଏମିତି କୁହାଯାଏ କି ଯଦି କାଉ ଭୂମିକୁ ଖୋଳୁଥିବାର ଦେଖାଦେଇଥାଏତ ବହୁତ ଲାଭ ହୋଇଥାଏ । ରାସ୍ତାରେ ଜୀବ ସମୟରେ କାଉ ଯଦି ତୋରଣ ଉପରେ ବସିଥିବାର ଦେଖାଦିଏ ମନବାଞ୍ଚିତ ଫଳ ମିଳିଥାଏ ।
ସୂର୍ଯ୍ୟ ଉଦୟ ସମୟରେ ଆପଣଙ୍କ ଘର ଆଗରେ କାଉ ବୋବାଇଥାଏତ ଏହା ଆପଣଙ୍କ ପ୍ରତିଷ୍ଠା ଓ ଧନରେ ବୃଦ୍ଧିହେବାର ସୂଚକ ଅଟେ । ଯଦି କାଉ ନିଜ ଥଣ୍ଟରେ କିଛି ବସ୍ତ୍ରର ଖଣ୍ଡ ଧରି ଉଡୁଥିବାର ଦେଖାଦେଇଥାଏ ଏହା ଶୁଭ ସଂକେତ ହୋଇଥାଏ । ଯାତ୍ରାରେ ଜୀବ ସମୟରେ କାଉ ଯଦି ମଧୁରବାଣୀ କହି ଆପଣଙ୍କ ଡାହାଣ ପାଖରେ ଚାଲିଯାଇଥାଏ, ସେହି ପାଖଦେଇ ଉଡିକି ଯାଇଥାଏତ ଆପଣଙ୍କ କାର୍ଯ୍ୟ ପୂର୍ଣ ରୂପରେ ସଫଳ ହୋଇଥାଏ । ଠିକ ଖରାବେଳ ସମୟରେ ଯଦି କାଉ ପୂର୍ବ ବା ଉତ୍ତର ଦିଗ ଆଡକୁ ଗଛ ଉପରେ ବସି କାଉର ସ୍ଵର ଶୁଣା ଦେବ ଏହା ସ୍ତ୍ରୀ ସୁଖର ସଂକେତ ବୋଲି କୁହାଯାଇଥାଏ ।
ଯଦି ମହିଳାଙ୍କର ମୁଣ୍ଡ ଉପରେ କଳସ ମାଠିଆରେ ଥିବା ପାଣିରେ କାଉ ଯଦି ଆସି ବସିଯାଏ । ତେବେ ଏହା ସେହି ସ୍ତ୍ରୀ ପାଇଁ ଶୁଭ ସଂକେତ ହୋଇଥାଏ । କାଉ ଯଦି ବାଲି, ଶସ୍ୟ, ଓଦା ମାଟି, ଫଳ ଫୁଲ ଭରିକି ଘର ପର୍ଯ୍ୟନ୍ତ ନେଇକି ଆସିଥାଏ । ଏହା ଅଚାନକ ହେଉଥିବା ଧନ ପ୍ରାପ୍ତିର ସଂକେତ ହୋଇଥାଏ । ବୈଶାଖ ମାସରେ ଯେବେ କାଉ ସବୁଜ ହରାଭରା ବୃକ୍ଷରେ ନିଜର ବସା ବସାଇ ଥାଏତ ବର୍ଷା ଆସିବାର ସଂକେତ ହୋଇଥାଏ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।