Breaking News: କେବଳ ଆଧାର ଓ ପାନ କାର୍ଡ ଦେଖାଇଲେ ପେଟ୍ରୋଲ ମିଳିବ ମାଗଣାରେ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର କଣ

ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଲାଣି । ଏହି କାରଣରୁ ସମସ୍ତ ଜିନିଷର ମୂଲ୍ୟ ବି ବଢିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଏକ ଖୁସି ଖବର ଆସିଛି । ଏହି ସ୍ଥାନରେ ଆପଣ ଯଦି ଆଧାର କାର୍ଡ ଓ ପାନ କାର୍ଡ ଦେଖାଇବେ ତେବେ ଆପଣଙ୍କୁ ମାଗଣା ୧ ଲିଟର ପେଟ୍ରୋଲ ମିଳିବ । କହିବାକୁ ଗଲେ ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାରେ ଏକ ଘରୋଇ କମ୍ପାନୀ ଏହିଭଳି କିଛି ଘୋଷଣା କରିଛି ।

ଏହି ଘୋଷଣା ବିଷୟରେ ଜାଣିବା ପରେ ବର୍ତ୍ତମାନ କାଞ୍ଚିପୁରମ ଜିଲ୍ଲାର ଏକ ଗାଁର ସହ ସହ ଲୋକମାନେ ସ୍ଥାନୀୟ ଇଣ୍ଡିଆନ ଅୟେଲ ପେଟ୍ରୋଲ ପମ୍ପକୁ ଯାଇ ଭିଡ କରିଛନ୍ତି । ସେମାନେ ସେହି ପେଟ୍ରୋଲ ପମ୍ପକୁ ପହଞ୍ଚି ନିଜର ଆଧାର ଓ ପାନ କାର୍ଡର ଜେରକ୍ସ ଧରି ପେଟ୍ରୋଲ ପାଇଁ ଦାବି କରୁଛନ୍ତି ।

ଶ୍ରୀରାମ କମର୍ସିୟାଲ ଭେଇକିଲ ଫାଇନାସ ଏହିଭଳି କିଛି ଅଫର ସମସ୍ତଙ୍କ ଆଣିଛି । କିନ୍ତୁ ଲୋକମାନେ ବି କିଛି ନ ବୁଝି ସୁଝି ଏହାର ଲାଭ ଉଠାଇଛନ୍ତି । ଏମିତିରେ ପ୍ରଶ୍ନ ଆସୁଛି କି ଏହି ଫାଇନାସ କମ୍ପାନୀ ଏହିଭଳି ନିଜର କ୍ଷତି କରି କାହିଁକି ଏହିଭଳି ଅଫର ବାହାର କରିଛି । ଏହା ତାଙ୍କ କମ୍ପାନୀର ପ୍ରମୋଶନ କରିବା ପାଇଁ ନା ଏଥିରେ ଅନ୍ୟ କିଛି ଉଦ୍ଦେଶ୍ୟ ଲୁଚି ଅଛି । ଯାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ ।

କହିଦେଉଛୁ କି ସମଗ୍ର ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦର ବଢୁଥିବା ସମୟରେ ତାମିଲନାଡ଼ୁ ରାଜ୍ୟ ପ୍ରଥମ ଥର ଲିଟର ପିଚ୍ଛା ୩ ଟଙ୍କା କମ କରିଥିଲା । ରାଜ୍ୟ ସରକାର ଜନତାଙ୍କ ପାଇଁ ନିଜର ଟାକ୍ସରୁ ଏହି ମୂଲ୍ୟ କମ କରିଥିଲେ । ବର୍ତ୍ତମାନ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୯୮.୮୬ ଅଛି । ଏମିତିରେ ରାଜ୍ୟ ବର୍ଷକୁ ୧୧୬୦ କୋଟି ଟଙ୍କାର କ୍ଷତି ସହିବ ବୋଲି ସେଠିକାର ଅର୍ଥମନ୍ତ୍ରୀ କହିଥିଲେ ।

କହିଦେଉଛୁ କି ଅଗଷ୍ଟ ଜିଲ୍ଲାରେ ତିରୁପଳି ଜିଲ୍ଲାର ଅରବିନ୍ଦ ଏଜେନ୍ସି ସମସ୍ତଙ୍କ ପାଇଁ ଏହିଭଳି କିଛି ଘୋଷଣା କରିଥିଲା । ଯେଉଁ ବ୍ୟକ୍ତିର ନାଁ ନୀରଜ ହୋଇଥିବେ ସେମାନଙ୍କୁ ୨ ଲିଟର ପେଟ୍ରୋଲ ମାଗଣା ଦିଆଯିବ । କିନ୍ତୁ ପ୍ରମାଣ ପାଇଁ ସେହି ବ୍ୟକ୍ତିକୁ ଆଧାର କାର୍ଡ ଦେଖାଇବାକୁ ପଡିବ । ଏମିତିରେ ବହୁତ ବ୍ୟକ୍ତି ଏହାର ଲାଭ ଉଠାଇ ଥିଲେ । ଅଲମ୍ପପିକ୍ସରେ ନୀରଜ ଚୋପଡା ଗୋଲ୍ଡ ମେଡାଲ ପାଇବା ପରେ କମ୍ପାନୀ ଏହିଭଳି କିଛି ଘୋଷଣା କରିଥିଲା ।

Leave a Reply

Your email address will not be published. Required fields are marked *