କେବଳ ୨ ମିନିଟରେ ଦୂର କରନ୍ତୁ ଆପଣଙ୍କ ଦାନ୍ତ ଜଡ଼ିତ ସବୁ ପ୍ରକାର ସମସ୍ୟା- Home Remedy for Toothache  

ଆଜିକାଲି ସମସ୍ତେ କେବଳ ନିଜ ସୁଆଦ ଉପରେ ବିଶେଷ ଧ୍ୟାନ ରଖୁଛନ୍ତି ଆଉ ଅନ୍ୟ କଥା ଉପରେ କାହାର ଧ୍ୟାନ ଯାଇ ନଥାଏ କିନ୍ତୁ ଯେତେବେଳେ ଆମ ସ୍ବାସ୍ଥ୍ୟ ଖରାପ ହୋଇଥାଏ ଆଉ ଆମକୁ କଷ୍ଟ ହୋଇଥାଏ ସେତେବେଳେ ଆମକୁ ଏହା ଅନୁଭବ ହୋଇଥାଏ ଜେ ଆମକୁ କଣ କରିବା ବା କଣ ଖାଇବା ଆବଶ୍ୟକ ଅଟେ । ଦାନ୍ତ ଦରଜ ସମସ୍ୟା ଏମିତି ଗୋଟେ ସମସ୍ୟା ଯାହା ଆଜିକା ସମୟରେ କାହାକୁ ବି ହେଇ ଯାଉଛି କାହିଁକିନା ବର୍ତ୍ତମାନ ସମୟରେ ଛୁଆ ହୁଅନ୍ତୁ ବା ବଡ ସମସ୍ତଙ୍କୁ ଦାନ୍ତ ସମସ୍ୟା ଅଛି । ଆଜି ଆମେ ଆପଣଙ୍କୁ ଏହି ଦାନ୍ତ ଜଡ଼ିତ ସମସ୍ୟା ବିଷୟରେ କିଛି ବିସ୍ତାର ସହ କହିବାକୁ ଯାଉଛୁ ।

ଦାନ୍ତ ଦରଜ ବହୁତ କଷ୍ଟ ଦେଇଥାଏ ଆଉ ଲୋକ ତାହା ସହି ନପାରି ଡକ୍ଟର ପାଖକୁ ଯାଇଥାନ୍ତି ଯାହା ପରେ ଡକ୍ଟର ଫିସ ଆଉ ଔଷଧ ରେ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏତେ ସହଜ ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରେ ରହିଥାଏ ଆଉ ବହୁତ କମ ଟଙ୍କାରେ ମଧ୍ୟ ମିଳିଥାଏ କିନ୍ତୁ ବହୁତ କମ ଲୋକ ଏହାର ବ୍ୟବହାର ବିଷୟରେ ଜାଣିଛନ୍ତି ସେଥିପାଇଁ ଏହାର ବ୍ୟବହାର ବହୁତ କମ ହୋଇଥାଏ ।

ଦାନ୍ତ ଦରଜ ବହୁତ ପ୍ରକାର ଅସୁବିଧା ପାଇଁ ହୋଇଥାଏ ଯେମିତି ଦାନ୍ତ ରେ ପୋକ ଲାଗିବା, ଦାନ୍ତ ହଲିବା, ଦାନ୍ତରେ ଗ୍ୟାପ ହବା ଯାହାକୁ ପ୍ରାୟତଃ ଡକ୍ଟର ମାନେ ଫିଲିଙ୍ଗ କରିବା ପାଇଁ କୁହନ୍ତି ଆପଣଙ୍କୁ ଏହି ଭଳି ଦାନ୍ତ ଫିଲୀଙ୍ଗ କରିବା ଆବଶ୍ୟକ କାହିଁକିନା ଦାନ୍ତ ଫିଲୀଙ୍ଗ ନକଲେ ଆପଣ ଯାହା ଖାଦ୍ୟ ସେବନ କରନ୍ତି ତାହା ଆପଣଙ୍କ ଦାନ୍ତରେ ଆସି ରହିଥାଏ ଆଉ ଆପଣଙ୍କୁ ବହୁତ ପ୍ରକାର କଷ୍ଟ ଦେଇଥାଏ ।

ତେବେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ହେଲା ଆପଣଙ୍କୁ ମାର୍କେଟରୁ ଗୋଟେ ଫିଟିକିରୀ ଆଣିବାକୁ ହବ ଆପଣ ଗୋଟେ ପଥରକୁ ବାରମ୍ବାର ବ୍ୟବହାର କରି ପାରିବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କୁ ସକାଳେ ଗୋଟେ ଗ୍ଲାସ ଗରମ ପାଣିରେ ଫିଟିକିରୀ ପଥର ପକେଇବାକୁ ହବ ଆଉ କେବଳ ଗୋଟେ ମିନିଟ ପାଇଁ ତାକୁ ଚାମଚ ସାହାଯ୍ୟରେ ହଲାନ୍ତୁ ।

ତା ପରେ ତାକୁ ପାଣିରୁ ବାହାର କରି ଦିଅନ୍ତୁ ଏହା ପରେ ସେହି ପାଣି ଉଷୁମ ହେଲା ପରେ ତାକୁ ପାଟିରେ ନେଇ କିଛି ସମୟ ପାଇଁ ରଖନ୍ତୁ, ଏହା ପରେ କୁଳି କରନ୍ତୁ । ଆପଣଙ୍କ ସକାଳେ ଆଉ ରାତିରେ ଶୋଇବା ଆଗରୁ ଏମିତି କରିବାକୁ ହବ ଦେଖିବେ ଆପଣଙ୍କ ବହୁତ ଦାନ୍ତ ସମସ୍ୟା ବିନା କିଛି ଔଷଧରେ ଭଲ ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *